ETV Bharat / bharat

Nobel Prize In Literature 2022: ଫ୍ରାନ୍ସର ସାହିତ୍ୟିକା ଆନ୍ନି ଏର୍ନକ୍ସଙ୍କୁ ନୋବେଲ

author img

By

Published : Oct 6, 2022, 5:06 PM IST

Nobel Prize In Literature 2022: ଫ୍ରେଞ୍ଚ ସାହିତ୍ୟିକ ଆନ୍ନି ଏର୍ନକ୍ସଙ୍କୁ ନୋବେଲ
Nobel Prize In Literature 2022: ଫ୍ରେଞ୍ଚ ସାହିତ୍ୟିକ ଆନ୍ନି ଏର୍ନକ୍ସଙ୍କୁ ନୋବେଲ

ସାହିତ୍ୟ କ୍ଷେତ୍ରରେ ବିପୁଳ ଅବଦାନ ପାଇଁ ଘୋଷଣା ହୋଇଛି ଚଳିତ ବର୍ଷର ନୋବେଲ ପୁରସ୍କାର । ଫ୍ରେଞ୍ଚ ସାହିତ୍ୟିକଙ୍କୁ ମିଳିଛି ଏହି ସମ୍ମାନ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ସାହିତ୍ୟ କ୍ଷେତ୍ରରେ ଘୋଷଣା ହୋଇଛି ଚଳିତ ବର୍ଷର ନୋବେଲ ପୁରସ୍କାର (Nobel Prize In Literature 2022) । ସାହିତ୍ୟରେ ଉତ୍କୃଷ୍ଟତା ପାଇଁ ଫ୍ରାନ୍ସର ସାହିତ୍ୟିକା ଆନ୍ନି ଏର୍ନକ୍ସ (French author Annie Ernaux)ଙ୍କୁ ମିଳିଛି ବିଶ୍ବର ସର୍ବଶ୍ରେଷ୍ଠ ସମ୍ମାନ । ସାହିତ୍ୟ କ୍ଷେତ୍ରରେ ନିଜ କଲମ ମୁନରେ ଦେଖାଇଥିବା ସାହସିକତା ପାଇଁ ତାଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ମିଳିଛି ।

  • BREAKING NEWS:
    The 2022 #NobelPrize in Literature is awarded to the French author Annie Ernaux “for the courage and clinical acuity with which she uncovers the roots, estrangements and collective restraints of personal memory.” pic.twitter.com/D9yAvki1LL

    — The Nobel Prize (@NobelPrize) October 6, 2022 " class="align-text-top noRightClick twitterSection" data=" ">

ତାଙ୍କ କଲମ ମୁନରେ ସେ ନିଜ ବ୍ୟକ୍ତିଗତ ଜୀବନର ଅନେକ ସ୍ମୃତିକୁ ମଧ୍ୟ ପ୍ରକାଶିତ କରିଥାନ୍ତି । ସେ ବ୍ୟକ୍ତିଗତ ସ୍ମୃତିର ମୂଳ, ବିଚ୍ଛିନ୍ନତା ଏବଂ ସାମୂହିକ ପ୍ରତିବନ୍ଧକକୁ ମଧ୍ୟ ଭାଷା ମାଧ୍ୟମରେ ପ୍ରକାଶ କରନ୍ତି । ସୂଚନା ଥାଉ କି ଗତ ମଙ୍ଗଳବାର ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ଆଲେନ୍ ଆସପେକ୍ଟ (Alain Aspect), ଜନ୍ କ୍ଲଜର (John Clauser) ଏବଂ ଆଣ୍ଟନ୍ ଜେଲିଞ୍ଜର୍‌ (Anton Zeilinger )ଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି ।

ଏହା ବି ପଢନ୍ତୁ- Nobel Prize 2022 In Physics: ଏଥର ମିଳିତ ଭାବେ ତିନି ଜଣ ପଦାର୍ଥ ବିଜ୍ଞାନୀ ପାଇବେ ନୋବେଲ

ସେହିପରି ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ କାରୋଲିନ ଆର ବେରଟୋଜି (Carolyn R Bertozzi), ମୋର୍ଟେନ ମେଲ୍ଡାଲ(Morten Meldal) ଏବଂ କେ. ବେରି ଶାର୍ପଲେସ(K. Barry Sharpless)ଙ୍କୁ ମିଳିବ ଏହି ସମ୍ମାନଜନକ ପୁରସ୍କାର । କ୍ଲିକ୍ ଏବଂ ବାୟୋଅର୍ଥଗୋନାଲ୍ ରସାୟନର ବିକାଶ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ପ୍ରଦାନ କରାଯିବ ।

ଏହା ବି ପଢନ୍ତୁ- Nobel Prize In Chemistry 2022: ରସାୟନ ବିଜ୍ଞାନରେ 3 ଜଣଙ୍କୁ ମିଳିବ ନୋବେଲ

ସୂଚନା ଥାଉ କି ୨୦୨୨ ନୋବେଲ ଶାନ୍ତି ପୁରସ୍କାର ଶୁକ୍ରବାର ଏବଂ ଅକ୍ଟୋବର ୧୦ରେ ଅର୍ଥନୀତି ପୁରସ୍କାର ଘୋଷଣା କରାଯିବ । ଅକ୍ଟୋବର ୩ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଡିସେମ୍ବର ୧୦ ରେ ବିଜେତାଙ୍କୁ ପୁରସ୍କାର ଅର୍ଥରାଶି ପ୍ରଦାନ କରାଯିବ । ତେବେ ସ୍ବିଡେନର ଉଦ୍ଭାବକ ଆଲଫ୍ରେଡ ନୋବେଲ ଏହି ସମ୍ମାନଜନକ ପୁରସ୍କାରର ସୃଷ୍ଟିକର୍ତ୍ତା । ତାଙ୍କ ନାମ ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ପ୍ରଦାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.