ETV Bharat / science-and-technology

Nobel Prize 2022 In Physics: ଏଥର ମିଳିତ ଭାବେ ତିନି ଜଣ ପଦାର୍ଥ ବିଜ୍ଞାନୀ ପାଇବେ ନୋବେଲ

author img

By

Published : Oct 4, 2022, 4:01 PM IST

Updated : Oct 4, 2022, 4:42 PM IST

Nobel Prize: ତିନି ଜଣ ପଦାର୍ଥ ବିଜ୍ଞାନୀଙ୍କ ନାମ ଘୋଷଣା
Nobel Prize: ତିନି ଜଣ ପଦାର୍ଥ ବିଜ୍ଞାନୀଙ୍କ ନାମ ଘୋଷଣା

ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ଏଥର ତିନି ଜଣ ପଦାର୍ଥ ବିଜ୍ଞାନୀ ପାଇବେ ନୋବେଲ ପୁରସ୍କାର(Nobel Prize 2022) । ଅଧିକ ପଢନ୍ତୁ

ଷ୍ଟକହୋମ: ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଟତା ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର (Nobel Prize 2022) ଘୋଷଣା । ନୋବେଲ୍ ତାଲିକାରେ ଅଛନ୍ତି 3 ଜଣ ପଦାର୍ଥ ବିଜ୍ଞାନୀ । ଆଲେନ୍ ଆସପେକ୍ଟ (Alain Aspect), ଜନ୍ କ୍ଲଜର (John Clauser) ଏବଂ ଆଣ୍ଟନ୍ ଜେଲିଞ୍ଜର୍‌ (Anton Zeilinger )ଙ୍କୁ ମିଳିବ ନୋବେଲ । ସ୍ୱିଡେନର ଷ୍ଟକହୋମ ସ୍ଥିତ କାରୋଲିନସ୍କା ପ୍ରତିଷ୍ଠାନରେ ମଙ୍ଗଳବାର ପଦାର୍ଥ ବିଜ୍ଞାନୀ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯାଇଛି ।

ସ୍ୱିଡେନର ଷ୍ଟକହୋମ ସ୍ଥିତ କାରୋଲିନସ୍କା ପ୍ରତିଷ୍ଠାନରେ ମଙ୍ଗଳବାର ମିଳିତ ଭାବେ ତିନି ଜଣ ପଦାର୍ଥ ବିଜ୍ଞାନୀ ନୋବେଲ ବିଜେତା (Nobel Prize in Physics)ଙ୍କ ନାମ ଘୋଷଣା କରାଯାଇଛି । ଏହି ତିନିଜଣ ନୋବେଲ ବିଜେତା, କ୍ୱାଣ୍ଟମ୍ ସ୍ଥିତି (entangled quantum states)କୁ ବ୍ୟବହାର କରି ଗ୍ରାଉଣ୍ଡବ୍ରେକିଙ୍ଗ୍ ପରୀକ୍ଷଣ କରିଥିଲେ, ଯେଉଁଥିରେ ଦୁଇଟି ପାର୍ଟିକିଲ୍ ଅଲଗା ହେବା ପରେ ମଧ୍ୟ ଗୋଟିଏ ୟୁନିଟ୍ ପରି ଆଚରଣ କରୁଥିବା ଦର୍ଶାଇଥିଲେ । କ୍ୱାଣ୍ଟମ୍ ସୂଚନା ଉପରେ ଆଧାର କରି ସେମାନଙ୍କର ଏହି ଅନୁସନ୍ଧାନ ନୂତନ ଟେକ୍ନୋଲୋଜି ପାଇଁ ବେଶ୍ ସହାୟକ ହେବ ।

ତେବେ ଗତକାଲି ମେଡିସିନ୍‌(ଭେଷଜ) କ୍ଷେତ୍ରରେ ସ୍ବାନ୍ତେ ପାବୋ(Svante Paabo)ଙ୍କ ନାମ ଘୋଷଣା କରାଯାଇଥିଲା । ସେହିପରି ବୁଧବାର ରସାୟନ ବିଜ୍ଞାନ ଏବଂ ଗୁରୁବାର ସାହିତ୍ୟ କ୍ଷେତ୍ରରେ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯିବ । 2022 ନୋବେଲ ଶାନ୍ତି ପୁରସ୍କାର ଶୁକ୍ରବାର ଏବଂ ଅକ୍ଟୋବର 10 ରେ ଅର୍ଥନୀତି ପୁରସ୍କାର ଘୋଷଣା କରାଯିବ । ଅକ୍ଟୋବର 3ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ 10 ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହି ପୁରସ୍କାରରେ 10 ନିୟୁତ ସ୍ୱିଡେନ କ୍ରୋନୋର (ପ୍ରାୟ 900,000 ଡଲାର) ପୁରସ୍କାର ରହିଛି । ଡିସେମ୍ବର 10 ରେ ବିଜେତାଙ୍କୁ ପୁରସ୍କାର ଅର୍ଥରାଶି ପ୍ରଦାନ କରାଯିବ । ତେବେ ସ୍ୱିଡେନର ଉଦ୍ଭାବକ ଆଲଫ୍ରେଡ ନୋବେଲ ଏହି ସମ୍ମାନଜନକ ପୁରସ୍କାରର ସୃଷ୍ଟିକର୍ତ୍ତା । ତାଙ୍କ ନାମ ଅନୁସାରେ ନୋବେଲ ପୁରସ୍କାର ପ୍ରଦାନ କରାଯାଉଛି ।

Last Updated :Oct 4, 2022, 4:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.