ETV Bharat / bharat

Nithari Case: ଜେଲରୁ ମୁକୁଳିଲେ ମୋନିନ୍ଦର ସିଂ ପଢେର, ଏବେ ନ୍ୟାୟ କେମିତି ମିଳିବ କହିଲେ ପୀଡ଼ିତ ପରିବାର

author img

By ETV Bharat Odisha Team

Published : Oct 20, 2023, 9:36 PM IST

Etv Bharat
Etv Bharat

ଜେଲରୁ ମୁକୁଳିଲା ନିଠାରି କାଣ୍ଡର ଅଭିଯୁକ୍ତ ମୋନିନ୍ଦର ସିଂ ପଢେର । ଏବେ ନ୍ୟାୟ କେମିତି ମିଳିବ ସେ ନେଇ ଚିନ୍ତାରେ ପୀଡ଼ିତଙ୍କ ପରିବାର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ନିଠାରି କାଣ୍ଡ ଘଟଣାର ଅଭିଯୁକ୍ତ ମୋନିନ୍ଦର ସିଂ ପଢେରକୁ ଆଜି (ଶୁକ୍ରବାର) ଗୌତମ ବୁଦ୍ଧ ନଗରର ଲୁକ୍ସର ଜେଲରୁ ମୁକ୍ତ କରାଯାଇଛି । ୪ ଦିନ ପୂର୍ବରୁ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଅଶ୍ବନୀ କୁମାର ମିଶ୍ରା ଓ ଜଷ୍ଟିସ ଏସଏଏଚ ରିଜୱିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାରେ ସିବିଆଇ କୋର୍ଟ ଦ୍ବାରା ଫାଶୀ ସଜ୍ଜା ପାଇଥିବା ସୁରେନ୍ଦ୍ର କାଲି ଓ ପଢେରକୁ ଦୋଷମୁକ୍ତ କରିଛନ୍ତି । ଗୋଟିଏ ପଟେ ପଢେରଙ୍କୁ ଜେଲରୁ ମୁକ୍ତି ମିଳିବା ପରେ ଚିନ୍ତାରେ ପଡ଼ିଛନ୍ତି ପୀଡିତଙ୍କ ପରିବାର । ଏବେ ସେମାନଙ୍କୁ ନ୍ୟାୟ କିପରି ମିଳିବ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ।

ମୋନିନ୍ଦରଙ୍କୁ ମୁକ୍ତ କରିବା ଲାଗି ଆଜି ସକାଳେ ଗୌତମ ବୁଦ୍ଧ ନଗର ଜିଲ୍ଲାରେ ପରୱାନା ପହଞ୍ଚିଥିଲା । ଅପରାହ୍ନ ପ୍ରାୟ ୧.୪୦ରେ ପଢେର ଜେଲରୁ ମୁକୁଳିଥିଲେ । ଏହି ସମୟରେ ଗଣମାଧ୍ୟମ ପ୍ରତିନିଧି ତାଙ୍କ ସହିତ ଆଲୋଚନା କରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ସେ କୌଣସି ପ୍ରତିକ୍ରିୟା ରଖିନଥିଲେ । ଏହି ସମୟରେ ଜେଲ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ଏହାସହିତ ନିଠାରିରେ ପଢେର ଘର ନିକଟରେ ମଧ୍ୟ ପୋଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ-Nithari Case: 2 ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ଆହ୍ଲାବାଦ ହାଇକୋର୍ଟ

ନିଠାରି କାଣ୍ଡ ସହ ସମ୍ପୃକ୍ତ ପୀଡ଼ିତ ଜଣକ କହିଛନ୍ତି, " ଜେଲରୁ ପଢେଁରକୁ ବାହାର କରିବା ଭୁଲ ନିଷ୍ପତ୍ତି । ଆମକୁ ଏବେ ନ୍ୟାୟ ମିଳିପାରିବ ନାହିଁ । ଯାହା ବି ହେଲା ଉଚିତ ହେଲା ନାହିଁ । ନିଠାରି ପୀଡ଼ିତ ହେବା ଲାଗି ଆମକୁ କ୍ଷତିପୂରଣ ମିଳିଥିଲା । ଏହି ସବୁ ଅର୍ଥ ଆମେ କେସ ଲଢିବ ଲାଗି ଖର୍ଚ୍ଚ କରିଥିଲୁ । ହେଲେ ଆମକୁ ନ୍ୟାୟ ମିଳିଲା ନାହିଁ । ଆମେ ଦିନକୁ ୧୦୦ରୁ ୧୫୦ ଟଙ୍କା ରୋଜଗାର କରୁଥବା ବେଳେ ଏବେ କେସ ଲଢିବୁ ନା ନିଜ ଗୁଜୁରାଣ ମେଣ୍ଟାଇବୁ । "

ଏହା ବି ପଢନ୍ତୁ-Nithari Murder Case: ମୁଖ୍ୟ ଅଭିଯୁୁକ୍ତ ସୁରେନ୍ଦ୍ର କୋଲିଙ୍କୁ ଫାଶୀ, ମହିନ୍ଦର ସିଂ ପାନ୍ଧେରକୁ 7 ବର୍ଷ ଜେଲ

ସୂଚନା ଥାଉ କି ନୋଏଡାର ସେକ୍ଟର ୩୧ରେ ଘଟିଥିବା ନିଠାରି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ​​ଯେତେବେଳେ ୨୯ ଡିସେମ୍ବର ୨୦୦୬ରେ ପୋଲିସ ନିଠାରିର ମୋନିନ୍ଦର ସିଂ ପଢେଁରଙ୍କ ଘର ପଛରେ ଥିବା ଡ୍ରେନ୍‌ରୁ ଶିଶୁ ଓ ମହିଳାଙ୍କ କଙ୍କାଳ ଜବତ କରିଥିଲା । ପୋଲିସ ପଢେର ଏବଂ ତାଙ୍କ ସହଯୋଗୀ ସୁରେନ୍ଦ୍ର କୋଲିଙ୍କୁ ଗିରଫ କରିଥିଲା । ପରେ ନିଠାରି ମାମଲା ସହ ଜଡିତ ସମସ୍ତ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ବର୍ତ୍ତମାନ ନିଠାରି ଘଟଣାର ଶିକାର ହୋଇଥିବା ମହିଳା, ଶିଶୁ ପରିବାରର ଅଧିକାଂଶ ସଦସ୍ୟ ନୋଏଡା ଛାଡି ନିଜ ଗାଁକୁ ଫେରିଛନ୍ତି । ତେବେ ୪ ଜଣ ପୀଡିତ ପରିବାର ବର୍ତ୍ତମାନ ନୋଏଡାରେ ରହୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.