ETV Bharat / bharat

Nithari Case: 2 ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ଆହ୍ଲାବାଦ ହାଇକୋର୍ଟ

author img

By ETV Bharat Odisha Team

Published : Oct 16, 2023, 11:47 AM IST

Updated : Oct 16, 2023, 3:03 PM IST

ବହୁ ଚର୍ଚ୍ଚିତ ନିଠାରି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ଆହ୍ଲାବାଦ ହାଇକୋର୍ଟ । ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ଅଧିକ ପଢ଼ନ୍ତୁ

Allahabad High Court on Nithari Case
Nithari Case accused acquitted

ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଭୟଙ୍କର ଛାତିଥରା ନିଠାରି ମାମଲାର ଦୁଇ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଆହ୍ଲାବାଦ ହାଇକୋର୍ଟ 2 ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଦୁଇ ଅଭିଯୁକ୍ତ ସୁରେନ୍ଦ୍ର କୋଲି ଓ ମନିନ୍ଦର ସିଂହ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି । ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା । ଏହା ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ ।

  • Nithari case: Allahabad High Court has acquitted convicts Surendra Koli in 12 cases and Moninder Singh Pandher in 2 cases in which they were awarded the death penalty

    — ANI UP/Uttarakhand (@ANINewsUP) October 16, 2023 " class="align-text-top noRightClick twitterSection" data=" ">

ଫାଶୀ ଦଣ୍ଡାଦେଶ ବିରୋଧରେ ସୁରେନ୍ଦ୍ର କୋଲି ଆହ୍ଲାବାଦ ହାଇକୋର୍ଟରେ ଯାଚିକା ଦାଖଲ କରିଥିଲେ । ଏହା ଉପରେ ଶୁଣାଣି କରି ହାଇକୋର୍ଟ ବିଚାରପତି ଅଶ୍ବିନୀ କୁମାର ମିଶ୍ରା ଓ ଏସଏଏଚ୍‌ ରିଜବୀଙ୍କ ଗଠିତ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ଭୟଙ୍କର ଛାତିଥରା ନିଠାରି ମାମଲାର ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ନୋଏଡାର ଚର୍ଚ୍ଚିତ ନିଠାରି କାଣ୍ଡର ଦୋଷୀ ସୁରେନ୍ଦ୍ର କୋଲିକୁ 12ଟି ମାମଲା ଓ ମନିନ୍ଦର ସିଂହକୁ 2ଟି ମାମଲାରେ ଫାଶୀ ଦଣ୍ଡାଦେଶକୁ ରଦ୍ଦ କରିଛନ୍ତି । ଏହି ମାମଲାରେ ଦୁଇ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ ।

ସୂଚନା ଅନୁସାରେ, ନିଠାରି କାଣ୍ଡରେ ସିବିଆଇ 16ଟି ମାମଲା ଦାୟର କରିଥିଲା । ଏଥିରେ ସୁରେନ୍ଦ୍ର କୋଲି ବିରୋଧରେ 14ଟି ମାମଲା ରହିଥିଲା । ସୁରେନ୍ଦ୍ରକୁ ଫାଶୀ ଦଣ୍ଡାଦେଶ ଶୁଣାଯାଇଥିଲା । ସେହିପରି ମନିନ୍ଦର ସିଂହ ବିରୋଧରେ 6ଟି ମାମଲା ରହିଥିଲା । ସେଥିରୁ 3ଟି ମାମଲାର ଶୁଣାଣି ଆଧାରରେ ଫାଶୀ ଦଣ୍ଡାଦେଶ ହୋଇଥିଲା । 2005ର 2006ରେ ନୋଏଡାରେ ଘଟିଥିଲା ନିଠାରି କାଣ୍ଡରେ ସିବିସିଆଇ ସୁରେନ୍ଦ୍ର କୋଲି ବିରୋଧରେ ହତ୍ୟା, ଅପହରଣ, ଦୁର୍ଷ୍କର୍ମ ଓ ପ୍ରମାଣ ନଷ୍ଟ କରିବା ନେଇ ଅଭିଯୁକ୍ତ ଦର୍ଶାଇଥିଲା । ମନିନ୍ଦର ବିରୋଧରେ ସୁରେନ୍ଦ୍ରକୁ ସାଥ ଦେବା ଓ ଘଟଣାରେ ସମ୍ପୃକ୍ତି ଥିବା ନେଇ ମାମଲା ଦାୟର ହୋଇଥିଲା । ଦୁଇ ଅଭିଯୁକ୍ତଙ୍କୁ ଶୁଣା ଯାଇଥିବା ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ଏହି ମାମଲାରେ କୌଣସି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି ତାଙ୍କୁ କେବଳ ପରିସ୍ଥିତି ଓ ବୈଜ୍ଞାନିକ ତଥ୍ୟ ଆଧାରରେ ଦଣ୍ଡାଦେଶ କରାଯାଇଥିବା ଅଭିଯୁକ୍ତଙ୍କ ପକ୍ଷରୁ କୁହାଯାଇଥିଲା ।

ଏହା ବି ପଢନ୍ତୁ...Gyanvapi Row: ASI ସର୍ଭେ ଉପରେ ସୁପ୍ରିମକୋର୍ଟଙ୍କ ରୋକ, ହାଇକୋର୍ଟ ଯିବ ମୁସଲିମ କମିଟି

ନିଠାରୀ କାଣ୍ଡ କଣ: 2006 ମସିହାରେ ନୋଏଡାର ନିଠାରୀ ଗାଁର ଏକ କୋଠା ପଛରେ ଥିବା ନାଳରୁ 19 ଜଣ ଶିଶୁ ଓ ମହିଳାଙ୍କ କଙ୍ଗାଳ ଉଦ୍ଧାର ହୋଇଥିଲା । ନିଠାରିରେ ଏକ ଯୁବତୀଙ୍କୁ ଚାକିରି ଦେବା ବାହାନାରେ ଡକା ଯାଇଥିଲା । ଏହା ପରେ ଯୁବତୀ ଜଣଙ୍କ ଆଉ ଘରକୁ ଫେରି ନଥିଲେ । ଏନେଇ ଯୁବତୀଙ୍କୁ ବାପା ନୋଏଡା ସେକ୍ଟର 20 ଥାନାରେ ନିଖୋଜ ହୋଇଥିବା ନେଇ ଅଭିଯୋଗ କରିଥିଲେ । ତଦନ୍ତ ବେଳେ 2006 ସେପ୍ଟେମ୍ବର 29 ତାରିଖରେ ନିଠାରିରେ ମନିନ୍ଦର ସିଂହ କୋଠା ପଛପଟ ନାଳରୁ 19 ଶିଶୁ ଏବଂ ମହିଳାଙ୍କ କଙ୍କାଳ ଉଦ୍ଧାର ହୋଇଥିଲା । ପୋଲିସ ମନିନ୍ଦର ସିଂହ ଓ ତାଙ୍କ ସହାୟକ ସୁରେନ୍ଦ୍ର କୋଲିକୁ ଗିରଫ କରିଥିଲା । ଏହାପରେ ମାମଲା ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା ।

Last Updated :Oct 16, 2023, 3:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.