ETV Bharat / bharat

ଲଣ୍ଡନରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଘଟଣା, ଭିଡିଓ ଜାରି କଲା NIA

author img

By

Published : Jun 12, 2023, 9:08 PM IST

ଲଣ୍ଡନରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଘଟଣା, ଭିଡିଓ ଜାରି କଲା NIA
ଲଣ୍ଡନରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଘଟଣା, ଭିଡିଓ ଜାରି କଲା NIA

ଲଣ୍ଡନରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଘଟଣାରେ ଭିଡିଓ ଜାରି କଲା ଜାତୀୟ ତଦନ୍ତକାରୀ ସଂସ୍ଥା । ସୂଚନା ଦେବା ପାଇଁ ଜାରି ହେଲା ହ୍ବାଟ୍ସଆପ ନମ୍ବର । ଚିହ୍ନଟ ପରେ ହେବେ କଠୋର କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପଞ୍ଜାବରେ ଖଲିସ୍ତାନୀ ସପକ୍ଷବାଦୀ ନେତା ଅମ୍ରିତପାଲ ସିଂର ଗିରଫଦାରୀ ସମୟରେ ଲଣ୍ଡନରେ ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ମାମଲାରେ କାର୍ଯ୍ୟାନୁଷ୍ଠାନ ମୋଡକୁ ଆସିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଏନେଇ ଆକ୍ରମଣ ଓ ଭଙ୍ଗାରୁଜା ସମୟର ପ୍ରାୟ 2 ଘଣ୍ଚାରୁ ଅଧିକ ସମୟର ସିସିଟିଭି ଭିଡିଓ ଜାରି କରାଯାଇଛି । ଏହି ଭିଡିଓ ଆଧାରରେ ଆକ୍ରମଣରେ ସାମିଲ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ଉଦ୍ଦେଶ୍ୟରେ ସାଧାରଣ ଲୋକଙ୍କ ଠାରୁ ସହଯୋଗ ମାଗିଛି ସଂସ୍ଥା । କେହି ସୂଚନା ପାଇଲେ ଜଣାଇବା ପାଇଁ ଏନଆଇଏ ଏକ ହ୍ବାଟ୍ସଆପ ନମ୍ବର ମଧ୍ୟ ଜାରି କରିଛି ।

  • CCTV footage of the 19th March attack by anti-national elements on the High Commission of India in London, UK as released by the National Investigation Agency (NIA).

    NIA has appealed to the public to provide information regarding the people seen in the CCTV footage. pic.twitter.com/cU3PVoHwCb

    — ANI (@ANI) June 12, 2023 " class="align-text-top noRightClick twitterSection" data=" ">

ଚଳିତ ମାର୍ଚ୍ଚ 19 ତାରିଖରେ ଏହି ଆକ୍ରମଣ ହୋଇଥିଲା । ଏଥିରେ ଦୂତାବାସ କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ହେବା ସହ ତ୍ରିରଙ୍ଗାକୁ ମଧ୍ୟ ଅପମାନିତ କରାଯାଇଥିଲା । ଏଥିରେ ପ୍ରାୟ ଶତାଧିକ ଖଲିସ୍ତାନୀ ସମର୍ଥକ ସାମିଲ ହୋଇଥିଲେ । ପରଦିନ ମଧ୍ୟ ସେମାନେ ପୁଣି ଦୂତାବାସ କାର୍ଯ୍ୟାଳୟକୁ ଅଣ୍ଡା ମାଡ କରିବା ସହ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ । ତେବେ ଏହି ମାମଲାରେ ସେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବେଳେ ଏବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରକ୍ରିୟା ଆରମ୍ଭ କରିଛି । ଏଥିରେ ସମ୍ପୃକ୍ତ ଥିବା ଭାରତୀୟଙ୍କୁ ଚିହ୍ନଟ କରିବା ଉଦ୍ଦେଶ୍ୟରେ ଏକ ଦୀର୍ଘକାଳୀନ ଭିଡିଓ ଜାରି କରିବା ସହ ସୂଚନା ପ୍ରଦାନ କରିବା ପାଇଁ ଏକ ହ୍ବାଟ୍ସଆପ ନମ୍ବର (+91 7290009373) ମଧ୍ୟ ଜାରି କରାଯାଇଛି । ଏହି ଖଲିସ୍ତାନୀ ସମର୍ଥକଙ୍କ ସମ୍ପର୍କରେ କେହି ସୂଚନା ପାଇଲେ ସଂସ୍ଥା ସହ ଯୋଗାଯୋଗ କରିପାରିବେ । ସେମାନଙ୍କୁ ଚିହ୍ନଟ କରାଯିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଶା କରାଯାଉଛି ।

କେବଳ ଲଣ୍ଡନ ନୁହେଁ ବରଂ ଆମେରିକାର ସାନ ଫ୍ରାନ୍ସିସକୋରେ ଥିବା ଭାରତୀୟ ଦୂତାବାସ ଉପରେ ମଧ୍ୟ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରିଥିଲେ । ଅନୁରୂପ ଲଣ୍ଡନ ପରି ସେଠାରେ ମଧ୍ୟ ଦୂତାବାସ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯିବା ସହ ତ୍ରିରଙ୍ଗାକୁ ଅସମ୍ମାନ କରାଯାଇଥିଲା । କାର୍ଯ୍ୟାଳୟ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି । ଘଟଣା ସମ୍ପର୍କରେ ଖବର ପ୍ରଘଟ ହେବା ପରେ ସେଠାରେ ଥିବା ପ୍ରବାସୀ ଭାରତୀୟ ସମୁଦାୟ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା । ନୂଆଦିଲ୍ଲୀରେ ଅବସ୍ଥାପିତ ବ୍ରିଟେନ ଉପ-ଉଚ୍ଚାୟୁକ୍ତଙ୍କୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ସମନ ଜାରି କରିଥିଲା । ଏକାଧିକ ଦିନ ଫେରାର ରହିବା ପରେ ଖଲିସ୍ତାନୀ ଉଗ୍ରବାଦୀ ଅମ୍ରିତପାଲ ସିଂକୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା । ଏବେ ସେ ସୁଦୂର ଆସମର ଦିବୃଗଡ ଜେଲରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.