ETV Bharat / bharat

ବେଙ୍ଗାଲୁରୁରୁ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, ଅଲ-କାଏଦା ସହ ଲିଙ୍କ୍ ଥିଲା

author img

By

Published : Feb 11, 2023, 12:41 PM IST

ବେଙ୍ଗାଲୁରୁରୁ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ
ବେଙ୍ଗାଲୁରୁରୁ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ବେଙ୍ଗାଲୁରୁରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଛି । ଆତଙ୍କୀ ସଂଗଠନ ଅଲ-କାଏଦା ସହ ତାଙ୍କ ସମ୍ପର୍କ ଥିବା କୁହାଯାଉଛି । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କରାଯାଇଛି । ଆତଙ୍କୀ ସଂଗଠନ ଅଲ-କାଏଦା ସହ ତା'ର ସମ୍ପର୍କ ରହିଛି । ଏହା ଜାଣିବା ପରେ ଜାତୀୟ ତଦନ୍ତକାରୀ ସଂସ୍ଥା NIA ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଡିଭିଜନ(ISD) ମିଳିତ ଅପରେସନ କରି ଆଜି(ଶନିବାର) ସକାଳେ ସନ୍ଦିଗ୍ଧ ଆତଙ୍କୀକୁ ଗିରଫ କରିଛି । ଏହି ଅଭିଯୁକ୍ତ ହେଉଛି ଆରିଫ୍ ଏବଂ ସେ ବେଙ୍ଗାଲୁରୁ ସ୍ଥିତ ମଝୁନ୍ଥାନଗର ନିବାସୀ ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ, ଆରିଫ୍ ପୂର୍ବରୁ ଗୋଟିଏ ଘରୋଇ ସଫ୍ଟୱେୟାର କମ୍ପାନୀରେ କାମ କରୁଥିଲା । ଏବେ ସେ ୱାର୍କ ଫର୍ମ ହୋମରେ ଅଛି । ଦୁଇ ବର୍ଷ ତଳେ ଆରିଫ୍ ଅଲ-କାଏଦ ଆତଙ୍କୀ ସଂଗଠନ ସହ ଯୋଗଯୋଗରେ ଥିଲା । ଅଲ-କାଏଦାର ଟେଲିଗ୍ରାମ ଗ୍ରୁପ ଓ ଅନ୍ୟ ସୋସିଆଲ ମିଡିଆ ଗ୍ରୁପରେ ଖୁବ୍ ସକ୍ରିୟ ରହିଥିଲା । ଏ ସମ୍ପର୍କରେ ଖବର ପାଇ NIA ଅଭିଯୁକ୍ତର ଗତିବିଧି ଉପରେ ଲଗାତାର ନଜର ରଖିଥିଲା ।

ସେ ଆସନ୍ତା ମାସରେ ଇରାକ୍ ଦେଇ ସିରିୟା ଯିବାର ଯୋଜନା କରୁଥିଲା । ଏହା ଜାଣିପାରି NIA ଏବଂ ISD ପକ୍ଷରୁ ମିଳିତ ଅପରେସନ କରାଯାଇ ସନ୍ଦିଗ୍ଧ ଆତଙ୍କୀକୁ ଗିରଫ କରାଯାଇଛି । ସନ୍ଦିଗ୍ଧକୁ ଗିରଫ ପରେ ଅଧିକ ତଦନ୍ତ ଆରମ୍ଭ ହୋଇଛି । ତେବେ ଏହି ଘଟଣା ସମ୍ପର୍କରେ ସବିଶେଷ ସୂଚନା ଏ ଯାଏଁ ହସ୍ତଗତ ହୋଇପାରି ନାହିଁ ।

ଏହାମଧ୍ୟ ପଢନ୍ତୁ: ନଡ୍ଡାଙ୍କ ଗସ୍ତ ପୂର୍ବରୁ ଦବଦବା ଜାହିର କଲେ ନକ୍ସଲ, ପୁଣି ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ପ୍ରକାଶ ଥାଉକି, କିଛି ଦିନ ତଳେ ଜାତୀୟ ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀରୁ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍ ଦୁଇ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ଦୁହିଁଙ୍କ କାନାଡାର ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ କେଟିଏଫ ସହ ଲିଙ୍କ୍ ଥିବା ସନ୍ଦେହ କରାଯାଉଥିଲା ।

ସେମାନଙ୍କ ନିକଟରୁ ୩ଟି ପିସ୍ତଲ, ୨୨ଟି ଅଫୁଟା କାର୍ଟ୍ରିଜ ଜବତ ହୋଇଥିଲା । ଏହି ସନ୍ଦିଗ୍ଧମାନେ ଉତ୍ତରାଖଣ୍ଡ ଉଦ୍ଧମ ସିଂହ ନଗର ନିବାସୀ ଜଗଜିତ ସିଂହ ଓରଫ୍ ଜଗା ଏବଂ ଜାହାଙ୍ଗିରିପୁରୀ ନିବାସୀ ନୌସଦ ବୋଲି ପରିଚୟ ମିଳିଥିଲା । ଉଭୟ ଉତ୍ତର ପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀରୁ ଧରା ପଡିଥିଲେ । ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ସେମାନେ ବଡ ଧରଣର ଆତଙ୍କୀ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ଦିଲ୍ଲୀ ପୋଲିସ ଜଣାଇଥିଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.