ETV Bharat / bharat

Budget 2022-23: ନର୍ଥଇଷ୍ଟ ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା, LACରେ ହେବ ଦୃତ ନିର୍ମାଣ କାର୍ଯ୍ୟ

author img

By

Published : Feb 1, 2022, 2:11 PM IST

ଲୋକସଭାରେ ବଜେଟ ୨୦୨୨-୨୩ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟରେ ନର୍ଥଇଷ୍ଟ ବିକାଶ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅଧିକ ପଢନ୍ତୁ

Finance minister
Budget 2022-23 : ନର୍ଥ ଇଷ୍ଟ ବିକାଶ ପାଇଁ କରାଯାଇଛି ସ୍ବତନ୍ତ୍ର ଯୋଜନା

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ବଜେଟ ୨୦୨୨-୨୩ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟରେ ନର୍ଥଇଷ୍ଟ ବିକାଶ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦେଶର ଉତ୍ତରପୂର୍ବାଞ୍ଚଳ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ ନିଆଯାଇଛି ଗରୁତ୍ବପୂ୍ର୍ଣ୍ଣ ପଦକ୍ଷେପ । ନର୍ଥଇଷ୍ଟ ବିକାଶ ପାଇଁ 1500 କୋଟିର ସ୍ବତନ୍ତ୍ର ବ୍ୟୟ ବରାଦ ହୋଇଛି ।

ଆଜି ଲୋକସଭାରେ ଉପସ୍ଥାପନା ହୋଇଛି ଚଳିତ ଆର୍ଥିକ ବର୍ଷର ବଜେଟ ୨୦୨୨-୨୩। ଏଥିରେ ଦେଶର ଉତ୍ତର ପୂର୍ବାଞ୍ଚଳର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ବିକାଶ ପରିଯୋଜନା ନାମରେ (PM Development Initiative for North East ) ନୂଆ ଯୋଜନା କରାଯାଇଛି । ଏଥିପାଇଁ ଚଳିତ ବଜେଟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିଶେଷର କରି ସୀମାବର୍ତ୍ତୀ ଅଞ୍ଚଳର ଗାଁ ଗୁଡିକର ବିକାଶମୂଳକ କାର୍ଯ୍ୟକୁ ଅଗ୍ରଗତି କରିବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି ।

ସେହିପରି ଦେଶରେ ଆକାଂକ୍ଷା ଜିଲ୍ଲା ଗୁଡିକରେ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମକୁ ପ୍ରଂଶସା କରିଛନ୍ତି ଅର୍ଥମନ୍ତ୍ରୀ। ଦେଶର ୧୧୨ ଅନୁନ୍ନତ ଜିଲ୍ଲାକୁ ନେଇ କେନ୍ଦ୍ର ସରକାର ଆକାଂକ୍ଷା ଜିଲ୍ଲା ଗଠନ କରିଛନ୍ତି। ଏହି ଜିଲ୍ଲା ଗୁଡିକରେ ଶିକ୍ଷା, ସ୍ବାସ୍ଥ୍ୟ, ରାସ୍ତା ସହ ଭିତ୍ତିଭୂମି ବିକାଶ କାର୍ଯ୍ୟର ଅଗ୍ରଗତିକୁ ନେଇ ଅର୍ଥମନ୍ତ୍ରୀ ପ୍ରଂଶସା କରିଛନ୍ତି । ଏହା ସହ ଆଗାମୀ ଦିନରେ ବିକାଶ କାର୍ଯ୍ୟ ଜାରୀ ରହିବ ବୋଲି କହିଛନ୍ତି। ସେହିପର ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନା ଅନୁଯାୟୀ ଜାତୀୟ ଭିତ୍ତିଭୂମିକ ବିକାଶ କରାଯିବ ବୋଲି କହିଛନ୍ତି। ସେହପରି ଦେଶର ସମସ୍ତ ପୋଷ୍ଟ ଅଫିସକୁ ବ୍ୟାଙ୍କିଙ୍ଗ ସେବା ସହ ଜଡିତ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.