ETV Bharat / bharat

ଦେଶରେ 24 ଘଣ୍ଟାରେ 2,34,692 ଆକ୍ରାନ୍ତ ଚିହ୍ନଟ

author img

By

Published : Apr 17, 2021, 12:18 PM IST

ସାଙ୍ଘାତିକ ସ୍ଥିତିରେ କୋରୋନା: 24 ଘଣ୍ଟାରେ ଦେଶରେ 2,34,692 ଆକ୍ରାନ୍ତ ଚିହ୍ନଟ
ସାଙ୍ଘାତିକ ସ୍ଥିତିରେ କୋରୋନା: 24 ଘଣ୍ଟାରେ ଦେଶରେ 2,34,692 ଆକ୍ରାନ୍ତ ଚିହ୍ନଟସାଙ୍ଘାତିକ ସ୍ଥିତିରେ କୋରୋନା: 24 ଘଣ୍ଟାରେ ଦେଶରେ 2,34,692 ଆକ୍ରାନ୍ତ ଚିହ୍ନଟ

ସ୍ଥିତି ଅସମ୍ଭାଳ । ରେକର୍ଡ କରିଛି କୋରୋନା । ଗତ 24 ଘଣ୍ଟା ମଧ୍ୟରେ ନୂଆ 2 ଲକ୍ଷ 34 ହଜାର 692 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହିତ 1341 ଜଣ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ କୋରୋନା । ଦିନକୁ ଦିନ ନୂଆ ନୂଆ ରେକର୍ଡ କରୁଛି ମହାମାରୀ । ଗତ 24 ଘଣ୍ଟା ମଧ୍ୟରେ ନୂଆ 2 ଲକ୍ଷ 34 ହଜାର 692 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହିତ 1341 ଜଣ କୋରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ତେବେ ଦେଶରେ କୋରୋନା ସଂକ୍ରମଣ ହୁହୁ ହୋଇ ବଢିଚାଲିଥିବା ବେଳେ ଦୈନିକ ଆକ୍ରାନ୍ତ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ସଟଡାଉନ, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମିବାର ନାଁ ଧରୁନି । ତେବେ ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 45 ଲକ୍ଷ 26 ହଜାର 609ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି 1 କୋଟି 26 ଲକ୍ଷ 71 ହଜାର 220 ଜଣ ।

ସେପଟେ ଏବେ ମଧ୍ୟ ଦେଶରେ 16 ଲକ୍ଷ 79 ହଜାର 740 ଟି ସକ୍ରିୟ ମାମଲା ରହିଛି । ନୂଆ 1341 ମୃତକଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 75 ହଜାର 649ରେ ପହଞ୍ଚିଛି । ଏହାରି ମଧ୍ୟରେ ଦେଶରେ ଟୀକାକରଣ ପ୍ରକ୍ରିୟା ମଧ୍ୟ ଚାଲିଛି । ବର୍ତ୍ତମାନ ଦେଶରେ 45 ବର୍ଷ ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକା ଦିଆଯାଉଥିବା ବେଳେ ଆଜି(ଶନିବାର) ସୁଦ୍ଧା ଦେଶରେ ମୋଟ 11 କୋଟି 99 ଲକ୍ଷ 37 ହଜାର 641 ଜଣଙ୍କୁ ଟିକା ଦିଆଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.