ETV Bharat / bharat

ଇଣ୍ଡିଆ ପରିବର୍ତ୍ତେ ଭାରତ ପଢିବେ ଛାତ୍ରଛାତ୍ରୀ, NCERT ପ୍ୟାନେଲ କଲା ସୁପାରିଶ

author img

By ETV Bharat Odisha Team

Published : Oct 25, 2023, 2:31 PM IST

Updated : Oct 25, 2023, 3:41 PM IST

NCERT ପୁସ୍ତକରେ ଆଉ ଦେଖିବାକୁ ମିଳିବନି ‘ଇଣ୍ଡିଆ’ ଶବ୍ଦ । ଦେଶର ନାମ ‘ଭାରତ’ କରିବା ପ୍ରସ୍ତାବକୁ ପ୍ୟାନେଲର ସର୍ବସମ୍ମତି ସୁପାରିଶ । ଏଣିକି ପ୍ରାଚୀନ ଇତିହାସ ହେବ ଶାସ୍ତ୍ରୀୟ ଇତିହାସ । ଅଧିକ ପଢନ୍ତୁ

NCERT Committee recommends replacing India
NCERT Committee recommends replacing India

ନୂଆଦିଲ୍ଲୀ: NCERT ପୁସ୍ତକରେ ଏକ ଐତିହାସିକ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନ ପରେ ଏବେ ଛାତ୍ରଛାତ୍ରୀ ପାଠ୍ୟପୁସ୍ତକରେ ଦେଶର ନାମ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ଭାବେ ପଢିବେ । NCERT ପ୍ୟାନେଲ ସମସ୍ତ NCERT ପୁସ୍ତକରେ ‘ଇଣ୍ଡିଆ’ ଶବ୍ଦକୁ ଭାରତ’ ନାମରେ ପରିବର୍ତ୍ତନ କରିବାକୁ ସୁପାରିଶ କରିଛି । ଏହା ସହ ପାଠ୍ୟକ୍ରମରେ ଅନ୍ୟ କିଛି ସଂଶୋଧନାତ୍ମକ ସୁପାରିଶ ମଧ୍ୟ ପ୍ୟାନେଲ କରିଛି ।

ଏହି ପରିପ୍ରେକ୍ଷୀରେ କମିଟିର ଅଧ୍ୟକ୍ଷ ସି.ଆଇ ଇସାକ କହିଛନ୍ତି ଯେ ଏନସିଆରଟି କମିଟି ସ୍କୁଲ ପାଠ୍ୟପୁସ୍ତକରେ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ଲେଖିବାକୁ ସୁପାରିଶ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହା ବ୍ୟତୀତ କମିଟି ପାଠ୍ୟ ପୁସ୍ତକରେ ‘ପ୍ରାଚୀନ ଇତିହାସ’ ସ୍ଥାନରେ ‘ଶାସ୍ତ୍ରୀୟ ଇତିହାସ’ ବା ‘କ୍ଲାସିକାଲ ହିଷ୍ଟ୍ରି’ ଶବ୍ଦ ବ୍ୟବହାର କରିବାକୁ ପରାମର୍ଶ ଦେଇଛି । ଏହା ସହିତ ପରିଷଦ ଦ୍ବାରା ପରିଚାଳିତ ସମସ୍ତ ବିଷୟ ପାଇଁ ପାଠ୍ୟକ୍ରମରେ ଭାରତୀୟ ଜ୍ଞାନ ପ୍ରଣାଳୀ (Indian knowledge system) ଜାରି କରିବାକୁ ମଧ୍ୟ NCERT କମିଟି ସୁପାରିଶ କରିଛି । ଏହା ସହିତ, ବର୍ତ୍ତମାନ NCERT ବହିଗୁଡ଼ିକ ପାଇଁ ଏକ ନୂତନ ସେଟ୍ ମଧ୍ୟ ଜାରି କରାଯିବ । ଏହି ନୂତନ ପୁସ୍ତକଗୁଡ଼ିକରେ ‘ଇଣ୍ଡିଆ’ ଶବ୍ଦକୁ ସଂଶୋଧିତ କରାଯାଇ ‘ଭାରତ’ ଶବ୍ଦ ସହ ମୁଦ୍ରିତ ହେବ ।

ଏଠାରେ ସୂଚନାଯୋଗ୍ୟ ଯେ ଦେଶର ସରକାରୀ ନାମ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ହେବା ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ନିଜେ କେନ୍ଦ୍ର ସରକାର ହିଁ ଆରମ୍ଭ କରିଥିଲେ । ଜି20 ସମ୍ମିଳନୀରେ ବିଶ୍ବନେତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନୈଶ୍ୟଭୋଜି ସହ ପ୍ରଥମ ଥର ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା । ରାଷ୍ଟ୍ରନେତାଙ୍କୁ ରାଷ୍ଟ୍ରପତି ଭବନରୁ ହୋଇଥିବା ନିମନ୍ତ୍ରଣରେ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖାଯାଇଥିଲା । ଏହା ପରେ ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ଜି20 ସମ୍ମିଳନୀ ମୁଖ୍ୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ନାମଫଳକରେ ‘ପ୍ରାଇମ ମିନିଷ୍ଟର ଅଫ ଭାରତ’ ଲେଖାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :-ISRO Chairman Pens Autobiography: ଦିନେ ସାଇନ୍ସକୁ ନେଇ ଦ୍ବନ୍ଦ୍ବରେ ଥିଲେ, ଆଜି ସଫଳ ସାଇଣ୍ଟିଷ୍ଟ

ଏହା ପରେ ସରକାର ଖୁବଶିଘ୍ର ଦେଶର ସରକାରୀ ନାମ ‘ଭାରତ’କୁ ପରିବର୍ତ୍ତନ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଥିଲା ।ପରେ କେନ୍ଦ୍ର ସରକାର ଡାକିଥିବା 5 ଦିନିଆ ସ୍ବତନ୍ତ୍ର ସଂସଦ ଅଧିବେଶନରେ ଏନେଇ ସଙ୍କଳ୍ପ ପାରିତ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲେ ସୁଦ୍ଧା ସେପରି କୌଣସି ପ୍ରକ୍ରିୟା ସରକାର ଗ୍ରହଣ କରିନଥିଲେ । ଏହି ଇଣ୍ଡିଆ ନାମକରଣ ବ୍ରିଟିଶ ଶାସନ ଅମଳରେ ହୋଇଥିବା କାରଣରୁ ଏହାକୁ ଭାରତ କରାଯିବା ସପକ୍ଷରେ ବିଭିନ୍ନ ଦକ୍ଷିଣପନ୍ଥୀ ସଂଗଠନ ମଧ୍ୟ ମତ ରଖୁଛନ୍ତି । ତେବେ ଏପରି ସମୟରେ ଦେଶର ନାମ ପରିବର୍ତ୍ତନ ଦ୍ବାରା ହଜାର ହଜାର କୋଟି ଟଙ୍କାର ରାଜସ୍ବ ଖର୍ଚ୍ଚ ହେବାର ଯୁକ୍ତି ଦର୍ଶାଇ ଏପରି ଆଭିମୁଖ୍ୟକୁ କିଛି ଗୋଷ୍ଠୀ ବିରୋଧ ଓ ସମାଲୋଚନା କରୁଛନ୍ତି । ଏହାରି ମଧ୍ୟରେ ଏହି ପ୍ରସଙ୍ଗରେ NCERT ଏକ ବଡ ପରିବର୍ତ୍ତନ କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 25, 2023, 3:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.