ETV Bharat / science-and-technology

ISRO Chairman Pens Autobiography: ଦିନେ ସାଇନ୍ସକୁ ନେଇ ଦ୍ବନ୍ଦ୍ବରେ ଥିଲେ, ଆଜି ସଫଳ ସାଇଣ୍ଟିଷ୍ଟ

author img

By ETV Bharat Odisha Team

Published : Oct 25, 2023, 2:29 PM IST

ଆତ୍ମକଥା ଲେଖିଲେ ଇସ୍ରୋ ଅଧ୍ୟକ୍ଷ । ତେବେ ଏହି ପୁସ୍ତକ ସ୍ବପ୍ନ ପୂରଣ ପାଇଁ ପ୍ରେରଣା ଯୋଗାଇବ ନିଶ୍ଚିତ । ଅଧିକ ପଢ଼ନ୍ତୁ

ISRO Chairman pens autobiography
ISRO Chairman pens autobiography

ହାଇଦ୍ରାବାଦ: ମହାକାଶ ଗବେଷଣା କ୍ଷେତ୍ରରେ ଇସ୍ରୋର ଅଧ୍ୟକ୍ଷ ଏସ ସୋମନାଥଙ୍କ ଅବଦାନ ବିଶ୍ବବିଦିତ। ନିକଟରେ ଚନ୍ଦ୍ରଯାନ-3, ଆଦିତ୍ୟ ଏଲ-1 ଏବଂ ଗଗନଯାନ କ୍ଷେତ୍ରରେ ଅନେକ ସଫଳତା ସାଉଁଟିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ଏହି ସଫଳତା ପଛରେ ସୋମନାଥଙ୍କ ଅବଦାନ କାହାକୁ ବା ଅଜଣା ? କିନ୍ତୁ ଆପଣ ଜାଣିଛନ୍ତି କି କେଉଁ କଠିନ ପରିସ୍ଥିତି ଦେଇ ଆଜି ସେ ଇସ୍ରୋ ଅଧ୍ୟକ୍ଷ ହୋଇଛନ୍ତି ? କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ଉକ୍ତିଟି ଏସ ସୋମନାଥଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ବୋଲି ଜଣାପଡ଼ୁଛି । ସଫଳତା ପାଇବା ପାଇଁ ସେ ଅନେକ ସଂଘର୍ଷ କରିଛନ୍ତି । ନା ଥିଲା ଭଲ ଘର ନା ରହିଥିଲା ଟଙ୍କା । କିନ୍ତୁ ପାଠ ପଢ଼ିବାର ଇଚ୍ଛା ଆଗରେ ହାର ମାନିଛି ସବୁ ବାଧା । ପରିବହନ ଏବଂ ହଷ୍ଟେଲ୍‌ ଖର୍ଚ୍ଚ ବଞ୍ଚାଇବା ପାଇଁ ସେ ପୁରୁଣା ସାଇକେଲ୍‌ରେ କଲେଜ୍‌ ଆସି ପାଠ ପଢ଼ିଥିଲେ । ନିକଟରେ ଇସ୍ରୋ ମୁଖ୍ୟ ନିଜର ଆତ୍ମକାହାଣୀ ଲେଖିଥିବା ବେଳେ ଅନେକଙ୍କୁ ଏହା ସ୍ବପ୍ନ ପୂରଣ ପାଇଁ ପ୍ରେରଣା ଯୋଗାଇବ ବୋଲି ମନେ ହେଉଛି ।

ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥ ମାଲାୟଲମରେ ନିଜର ଆତ୍ମକଥା ଲେଖିଛନ୍ତି । ଯେଉଁ ଛାତ୍ରଛାତ୍ରୀ ପ୍ରତିଭାଶାଳୀ ହୋଇଥିଲେ ହେଁ ଆତ୍ମବିଶ୍ବାସର ଅଭାବ ରହିଥାଏ ସେମାନଙ୍କ କ୍ଷେତ୍ରରେ ଏହି କାହାଣୀ ପ୍ରେରଣା ଯୋଗାଇବ ବୋଲି କୁହାଯାଇଛି । ମାଲାୟଲମ ଭାଷାରେ ଲେଖାଯାଇଥିବା 'ନିଲାଭୁ କୁଡିଛା ସିମାଙ୍ଗଲ' ସୋମନାଥଙ୍କ ଆତ୍ମକାହାଣୀ ପ୍ରେରଣାଦାୟକ । କଠିନ ପରିସ୍ଥିତିର ସାମ୍ନା କରିବା ପାଇଁ ପରିଶ୍ରମ ଏବଂ ଦୃଢ଼ ଇଚ୍ଛାଶକ୍ତିରେ ପରିବେଷିତ ହୋଇଛି । ଏହାସହିତ ସୋମନାଥଙ୍କ ନେତୃତ୍ୱାଧୀନ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-3ର ସଫଳତା ବିଷୟରେ ମଧ୍ୟ ଉଲ୍ଲେଖ ରହିଛି । ପ୍ରକାଶଥାଉକି, ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ମହାକାଶ ଗବେଷଣା କ୍ଷେତ୍ରରେ ଏକ ମାଇଲେଜ୍‌ ଅଟେ ।

ଚନ୍ଦ୍ରଯାନ ମିଶନର ସଫଳତା ପରେ ଆଦିତ୍ୟ ଏଲ-1 ସହିତ ଗଗନଯାନର ପରୀକ୍ଷଣ ଭିତରେ ଏସ ସୋମନାଥ ସମୟ ବାହାର କରି ନିଜ ଆତ୍ମକଥା ଲେଖିଛନ୍ତି । ତେବେ କେରଳ ସ୍ଥିତ ଲିପି ପ୍ରକାଶନ ଦ୍ବାରା ପ୍ରକାଶିତ ଏହି ପୁସ୍ତକ ନଭେମ୍ବରରେ ବିକ୍ରି ପାଇଁ ଉପଲବ୍ଧ ହେବା ବୋଲି କୁହାଯାଇଛି ।

ଅର୍ଥନୈତିକ ସ୍ତରରେ ଦୁର୍ବଳ ଗାଁର ଜଣେ ଯୁବକଙ୍କ ସଂଘର୍ଷପୂର୍ଣ୍ଣ କାହାଣୀକୁ ନେଇ ଏହି ପୁସ୍ତକର ମୁଖବନ୍ଧ ଆରମ୍ଭ ହୋଇଛି। ଏହାସହିତ ବର୍ତ୍ତମାନ ସମୟର ସମ୍ମାନଜନକ ପଦଯାତ୍ରା ଏବଂ ଚନ୍ଦ୍ରଯାନ-3ର ସଫଳତା ମଧ୍ୟ ଉଲ୍ଲେଖ ରହିଛି । ତେବେ ଏନେଇ ସୋମନାଥ କହିଛନ୍ତି ଯେ, ସେ ଏହାକୁ ଏକ ପ୍ରେରଣାଦାୟୀ ଆତ୍ମଜୀବନୀ ଅପେକ୍ଷା ଏକ ପ୍ରେରଣାଦାୟକ କାହାଣୀ ବୋଲି କହିବା ଉଚିତ ।

ଏହା ମଧ୍ୟ ପଢନ୍ତୁ: ମହାକାଶ ଯାତ୍ରାରେ ଅଧିକ ମହିଳାଙ୍କୁ ସାମିଲ କରିବା ମୋ ଇଚ୍ଛା: ଇସ୍ରୋ ମୁଖ୍ୟ

ସେ ଏକ ଜାତୀୟ ଗଣମାଧ୍ୟମକୁ ବୟାନରେ କହିଛନ୍ତି, "ଏହା ବାସ୍ତବରେ ଏକ ଗରୀବ ଯୁବକଙ୍କ କାହାଣୀ। ଯାହାର ପାଠ ପଢିବା ପାଇଁ ଇଚ୍ଛା ରହିଥିଲେ ମଧ୍ୟ ମାର୍ଗ ଦେଖିବା ପାଇଁ କେହି ନଥିଲେ। ସ୍ନାତକ ନା ଇଞ୍ଜିନିୟରିଂ ପଢିବେ ସେନେଇ ସେ ଦ୍ୱନ୍ଦ୍ୱରେ ରହିଥିଲେ। ତେବେ ଦ୍ୱନ୍ଦ୍ୱ ଭିତରେ ନେଇଥିବା ନିଷ୍ପତ୍ତି ଆଜି ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ସଫଳତା ପାଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ମୋର କାହାଣୀ ସମସ୍ତେ ଜାଣନ୍ତୁ ତାହା ଏହି ପୁସ୍ତକର ଉଦ୍ଦେଶ୍ୟ ଏହା ନୁହେଁ । ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ସ୍ବପ୍ନ ସାକାର କରିବା ପାଇଁ ପ୍ରେରଣା ଯୋଗାଇବା ଅଟେ ।" ଚନ୍ଦ୍ରଯାନ-3ର ଐତିହାସିକ ସଫଳତା ତାଙ୍କୁ ଏହି ପୁସ୍ତକ ଲେଖିବା ପାଇଁ ପ୍ରେରଣା ଯୋଗାଇଥିବା ନେଇ ପୁସ୍ତକରେ ଉଲ୍ଲେଖ ହୋଇଛି । ତେବେ ଅନେକ ଯୁବକଙ୍କ ପାଖରେ ଦକ୍ଷତା ରହିଥାଏ କିନ୍ତୁ ସେମାନଙ୍କ ନିକଟରେ ଆତ୍ମ ବିଶ୍ବାସର ଅଭାବ ଦେଖାଯାଏ । ଉକ୍ତ ପୁସ୍ତକ ଦ୍ବାରା ଦକ୍ଷ ବ୍ୟକ୍ତିତ୍ୱ ନିଜ ପାଇଁ ସୁଯୋଗର ସୃଷ୍ଟି କରିବାକୁ ପ୍ରେରଣା ପାଇବେ ବୋଲି ସୋମନାଥ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.