ETV Bharat / bharat

ଜେଲରୁ ହସ୍ପିଟାଲରେ ଭର୍ତ୍ତି ହେଲେ ସିଦ୍ଧୁ

author img

By

Published : May 23, 2022, 1:49 PM IST

ଜେଲରୁ ହସ୍ପିଟାଲରେ ଭର୍ତ୍ତି ହେଲେ ସିଦ୍ଧୁ
ଜେଲରୁ ହସ୍ପିଟାଲରେ ଭର୍ତ୍ତି ହେଲେ ସିଦ୍ଧୁ

ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କଂଗ୍ରେସ ନେତା ନବଜୋତ ସିଂ ସିନ୍ଧୁ । ପଟିଆଲା ଜେଲ୍‌ରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି । ଅଧିକ ପଢନ୍ତୁ

ଚଣ୍ଡିଗଡ: ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କଂଗ୍ରେସ ନେତା ନବଜୋତ ସିଂ ସିନ୍ଧୁ । ପଟିଆଲା ଜେଲ୍‌ରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି । ଜେଲରେ କିଛି ନ ଖାଇବାରୁ ତାଙ୍କୁ ପଟିଆଲା ରାଜେନ୍ଦ୍ର ହସ୍ପିଟାଲକୁ ନିଆଯାଇଛି । ସେଠାରେ ତାଙ୍କ ମେଡିକାଲ ଚେକ୍‌ଅପ୍ ହେବ ବୋଲି ସୂଚନା ମିଳିଛି ।

  • Punjab | Congress leader Navjot Singh Sidhu brought to Rajindra Hospital, Patiala for a medical checkup. Details awaited.

    He was lodged in Patiala central jail on May 20th after Supreme Court imposed one-year rigorous imprisonment on him in the 1988 road rage case. pic.twitter.com/s0k5xBByd9

    — ANI (@ANI) May 23, 2022 " class="align-text-top noRightClick twitterSection" data=" ">

ସୂଚନା ମୁତାବକ, ସିଦ୍ଧୁ ଜେଲରେ ମିଳୁଥିବା ଥାଦ୍ୟ ଖାଇବାକୁ ମନା କରିଦେଇଥିଲେ । ଗତ ଦୁଇ ଦିନ ହେଲା ସେ କେବଳ ଫଳ ଖାଇ ରହିଛନ୍ତି । କିଛି ନ ଖାଇବାକୁ ତାଙ୍କ ମେଡିକାଲ ଚେକଅପ ପାଇଁ ହସ୍ପିଟାଲକୁ ନିଆଯାଇଛି । ବାରାକ ନମ୍ବର 10 କଏଦୀ ନଂ 137683 କଏଦୀ ହୋଇଛି ସିଦ୍ଧୁ । ତାଙ୍କ ସହିତ ଅନ୍ୟ 4 ଜଣ କଏଦୀ ମଧ୍ୟ ଅଛନ୍ତି । ଦୀର୍ଘ 34 ବର୍ଷ ପୂର୍ବ ରୋଡ ରେଜ୍ ମାମଲାରେ ମଇ 19 ତାରିଖରେ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ସିଦ୍ଧୁଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଜେଲ୍ ଦଣ୍ଡାଦେଶ ମିଳିବା ପରେ ତାଙ୍କ ସୁରକ୍ଷା ଫେରାଇ ନେବାକୁ ଆଦେଶ ଜାରି ହୋଇଥିଲା ।

ଏହାମଧ୍ୟ ପଢନ୍ତୁ:Road Rage Case: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ବର୍ଷେ ଜେଲ୍‌ ଦଣ୍ଡାଦେଶ

ଆତ୍ମସମର୍ପଣ ପାଇଁ ସମୟ ଦେବାକୁ ସିଦ୍ଧୁ ଆବେଦନ କରିଥିଲେ ମାତ୍ର କୋର୍ଟ ମନା କରି ଦେଇଥିଲେ । ଏହାପରେ ଆତ୍ମସମର୍ପଣ କରିଥିଲେ ସିଦ୍ଧୁ । ୧୯୮୮ ମସିହାରେ ଏକ ପାର୍କିଂ ଓ ପରେ ହତ୍ୟା ଘଟଣାରେ ସିଦ୍ଧୁଙ୍କୁ ଏକ ବର୍ଷ ପାଇଁ ଜେଲ୍ ଦଣ୍ଡାଦେଶ ହୋଇଛି । ଏହି ଘଟଣାରେ ସିଦ୍ଧୁ ତାଙ୍କର ଜଣେ ବନ୍ଧୁଙ୍କ ସହ ମିଶି ପାର୍କିଂକୁ ନେଇ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ମାଡ ମାରିଥିଲେ। ଏହାପରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.