ETV Bharat / bharat

Narwal twin blasts: ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଲା NIA ଟିମ୍‌

author img

By

Published : Jan 22, 2023, 8:13 PM IST

ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଲା NIA ଟିମ୍‌
ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଲା NIA ଟିମ୍‌

ନରୱାଲ ସିରିଜ ବିସ୍ଫୋରଣ ସ୍ଥଳରେ ପହଞ୍ଚିଲା NIA ଟିମ୍‌ । ଗତକାଲି ଘଟିଥିବା ବିସ୍ଫୋରଣରେ 9 ରୁ ଅଧିକ ହୋଇଥିଲେ ଆହତ । ଅଧିକ ପଢନ୍ତୁ

ଶ୍ରୀନଗର: ଜମ୍ମୁର ନରୱାଲ ଘଟିଥିବା ସିରିଜ୍‌ ବିସ୍ଫୋରଣର ତଦନ୍ତ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ଜାତୀୟ ତଦନ୍ତକାରୀ ସଂସ୍ଥା NIAର ଏକ ଟିମ୍‌ । ଅଧିକାରୀଙ୍କ ଏହି ଟିମ୍‌ ବିସ୍ଫୋରଣ ଘଟିଥିବା ଦୁଇଟି ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଛନ୍ତି । ଗତକାଲି (21 ତାରିଖ) ନରୱାଲର ଇଣ୍ଡଷ୍ଟ୍ରିଆଲ ଏରିଆର ଦୁଇଟି ପୃଥକ ସ୍ଥାନରେ ଏହି ସିରିଜ୍‌ ବିସ୍ଫୋରଣ ଘଟିଥିଲା । ଏଥିରେ 9ଜଣ ଆହତ ହୋଇଥିଲେ ।

ଗତକାଲି ସେନା ଓ ଏସଆଇଏର ଏକ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଟିମ୍‌ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ବିସ୍ଫୋରଣ ପରଠାରୁ ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରାଯାଇ ରଖାଯାଇଛି । ଉକ୍ତ ସ୍ଥାନ ସମେତ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବୃଦ୍ଧି କରାଯାଇଛି । ଜାତୀୟ ତଦନ୍ତକାରୀ ସଂସ୍ଥା ଏହି ବିସ୍ଫୋରଣ ଘଟଣାର ତଦନ୍ତ ଜାରି ରଖିଛି । ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ ।

ଗତକାଲି 21 ତାରିଖ(ଶନିବାର) ମାତ୍ର କିଛି ସମୟ ବ୍ୟବଧାନରେ ଏହି ଯୁଗ୍ମ ବିସ୍ଫୋରଣ ଘଟିଥିଲା । ନରଓ୍ବାଲ ଶିଳ୍ପାଞ୍ଚଳର ଦୁଇଟି ସ୍ଥାନରେ ଏହି ସିରିଜ ବିସ୍ଫୋରଣରେ 9 ଜଣ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସମଗ୍ର ଏରିଆରେ ହାଇଆଲର୍ଟ ଜାରି କରାଯିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷାବଳ ।

ଜମ୍ମୁ କାଶ୍ମୀର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଏଡିଜିପି) ମୁକେଶ ସିଂ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଏଡିଜିପି କହିଥିଲେ ବିସ୍ପୋରଣ ଘଟିଥିବା ଦୁଇଟି ସ୍ଥାନକୁ କର୍ଡନ କରି ତଦନ୍ତ ଆରମ୍ଭ କରାଯାଇଛି । ଫୋରେନସିକ ଟିମ୍‌ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଏହା ଏକ ଆତଙ୍କବାଦୀ ଘଟଣା ହୋଇଥିବା ବେଳେ ପ୍ରଥମେ ସ୍ଥାନୀୟ ପୋଲିସ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା ତୁରନ୍ତ ଏହାର ତଦନ୍ତ ଆରମ୍ଭ କରିଥିଲା । ଆଜି ସଂସ୍ଥାର ଏକ ଅଧିକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

କାଶ୍ମୀରରେ ସୁରକ୍ଷାବଳର ଆତଙ୍କୀ ନିରୋଧ ଅପରେସନ ସତ୍ତ୍ବେ ମଧ୍ୟ ଆତଙ୍କୀ ହିଂସା ବାରମ୍ବାର ଘଟିବାରେ ଲାଗିଛି । ଘାଟିରେ ଆତଙ୍କବାଦୀ ସେମାନଙ୍କ ଉପସ୍ଥିତି ଜାହିର କରିବା ପାଇଁ ଏକାଧିକ ଟାର୍ଗେଟ କିଲିଂକୁ ରୂପ ଦେବାରେ ଲାଗିଛନ୍ତି । ଏକାଧିକ ସାଧାରଣ ଲୋକଙ୍କୁ ହତ୍ୟା ପରେ ଘାଟିରେ ସଂଖ୍ୟାଲଘୁ ତଥା ଅଣସ୍ଥାନୀୟମାନେ ମଧ୍ୟ ସେମାନଙ୍କ ସୁରକ୍ଷା ପାଇଁ ଆନ୍ଦୋଳନ କରିଥିଲେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଘାଟିକୁ ଅତିରିକ୍ତ କେନ୍ଦ୍ରୀୟ ଫୋର୍ସ ପଠାଇଥିଲା । CRPF ଅତିରିକ୍ତ କମ୍ପାନୀ ମୁତୟନ ସହ ଆତଙ୍କୀ ବିରୋଧୀ ଅପରେସନକୁ ବ୍ୟାପକ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.