ETV Bharat / bharat

ଜମ୍ମୁରେ ବିସ୍ଫୋରଣ: ୪ମୃତ, ୧୧ ଆହତ

author img

By

Published : Mar 14, 2022, 8:40 PM IST

ଜମ୍ମୁର ରେସିଡେନ୍ସି ରୋଡ୍ ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ । ୪ ମୃତ ଓ ୧୧ ଆହତ ହୋଇଥିବା ନେଇ ସୂଚନା । ସର୍ଚ୍ଚ ଅପରେସନ କଡାକଡି । ଅଧିକ ପଢନ୍ତୁ

ଜମ୍ମୁରେ ବିସ୍ଫୋରଣ: ୪ମୃତ, ୧୧ ଆହତ
ଜମ୍ମୁରେ ବିସ୍ଫୋରଣ: ୪ମୃତ, ୧୧ ଆହତ

ଶ୍ରୀନଗର: ଜମ୍ମୁର ଭୟଙ୍କର ବିସ୍ଫୋରଣ । ଏଥିରେ ୪ ଜଣ ପ୍ରାଣ ହରାଇଥିବାବେଳେ ୧୧ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଜମ୍ମୁର ରେସିଡେନ୍ସି ରୋଡ୍ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି ।

ବିସ୍ଫୋରଣ ସମ୍ପର୍କରେ ଅଧିକ ସୂଚନା ମିଳିପାରିନାହିଁ । ଏହା ଆତଙ୍କୀ କାର୍ଯ୍ୟକଳାପ ନେଇ ସନ୍ଦେହ କରାଯାଉଥିବାବେଳେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ସୁରକ୍ଷାବଳ ପହଞ୍ଚିଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.