ETV Bharat / bharat

ନିଆରା ପରମ୍ପରା, ଏଠି ଟର୍ଚ୍ଚ ଆଲୋକରେ ମେଲାଣି ନିଅନ୍ତି ମା’

author img

By

Published : Oct 7, 2022, 9:18 AM IST

ନିଆରା ପରମ୍ପରା,  ଟର୍ଚ୍ଚ ଆଲୋକରେ ଦେବୀ ଦୁର୍ଗାଙ୍କୁ ବିର୍ଜନ କଲେ ଭକ୍ତ
ନିଆରା ପରମ୍ପରା, ଟର୍ଚ୍ଚ ଆଲୋକରେ ଦେବୀ ଦୁର୍ଗାଙ୍କୁ ବିର୍ଜନ କଲେ ଭକ୍ତ

କୋଲକାତାରେ ଦଶହରା ପର୍ବ ବେଶ ପ୍ରସିଦ୍ଧ ଲାଭ କରିଥିବା ବେଳେ ଏଠାରେ ଖୁବ ଧୁମଧାମରେ ମାଙ୍କୁ ବିସର୍ଜନ କରାଯାଇଛି । ଟର୍ଚ୍ଚ ଆଲୋକରେ ଦେବୀ ଦୁର୍ଗାଙ୍କୁ ବିସର୍ଜନ କଲେ ଭକ୍ତ । ଅଧିକ ପଢନ୍ତୁ

କୋଲକାତା: ଶେଷ ହୋଇଛି ଦଶହରା ପର୍ବ । ଜାରି ରହିଛି ଦେବୀ ଦୁର୍ଗାଙ୍କ ବିସର୍ଜନ । ୧୦ ଦିନର ପୂଜାର୍ଚ୍ଚନା ପରେ ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ମାଆ । ଘଣ୍ଟଘଣ୍ଟାରେ କମ୍ପୁଛି ଚତୁର୍ଦିଗ । କୋଲକାତାରେ ଦଶହରା ପର୍ବ ବେଶ ପ୍ରସିଦ୍ଧ ଲାଭ କରିଥିବା ବେଳେ ଏଠାରେ ଖୁବ ଧୁମଧାମରେ ମାଆଙ୍କୁ ବିସର୍ଜନ କରାଯାଇଛି । ଗତ(ବୁଧବାର) ରାତିରେ ମାଆଙ୍କ ଭସାଣ ଆରମ୍ଭ ହୋଇଥିବା ବେଳେ ଏକ ନିଆରା ଶୈଳୀରେ ମାଆଙ୍କ ଭସାଣ କରାଯାଉଥିବା ଦେଖିବାକୁ ମିଳିଛି ।

ଅନେକ ସ୍ଥାନରେ ମାଆଙ୍କୁ ରଙ୍ଗୀନ ଆଲୋକ ସାଙ୍ଗକୁ ଘଣ୍ଟଘଣ୍ଟା ଓ ସିଂଘ ବାଜାରେ ତାଳେ ତାଳେ ବିଦାୟ ଦିଆଯାଉଥିବା ବେଳେ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ବିଜୟ ଦଶମୀରେ ମାଆଙ୍କୁ ଟର୍ଚ୍ଚ ଲାଇଟ ଓ ମୋବାଇଲ ଫ୍ଲାସ ଲାଇଟରେ ସତୀଘାଟରେ ବିସର୍ଜନ କରାଯାଇଛି । ତିନି ଜଣ ମୁସଲମାନ ଯୁବକ ମାଆଙ୍କୁ ଏଭଳି ଢଙ୍ଗରେ ବିଦାୟ ଦେଇଛନ୍ତି । ତେବେ ଏହା ଏକ ପରମ୍ପରା ବୋଲି କୁହାଯାଉଛି, ପ୍ରାୟ ୧୦୦ ବର୍ଷ ହେବ ଏପରି ପରମ୍ପରା ଚାଲି ଆସିଛୁ । ଏଠାକାର ମୁସଲିମ ସମ୍ପ୍ରଦାୟ କାହିଁ କେଉଁ କାଳରୁ ମାଙ୍କ ପୂଜାର୍ଚ୍ଚନା କରି ଆସୁଛନ୍ତି । ପୂର୍ବରୁ ଦୀପ ଏବଂ ମହମବତୀ ଆଲୋକରେ ଦେବୀଙ୍କୁ ବିସର୍ଜନ କରାଯାଉଥିବା ବେଳେ ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରାଯାଇଛି । ଚଞ୍ଚଲ ଗ୍ରାମରେ ପାହାଡପୁର ଚଣ୍ଡି ମନ୍ଦିରରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ପାଇଁ ମହାନନ୍ଦାର ସତିଘାଟରରେ ଏହି ପରମ୍ପରା ରହି ଆସିଛି ।

ଏହା ମଧ୍ୟ ପଢନ୍ତୁ-ଭାଙ୍ଗିଲା ୧୫୦ବର୍ଷର ପରମ୍ପରା, ଜଳିଲାନି ରାବଣ ପୁତଳା

ଏଠାରେ ବସବାସ କରୁଥିବା ଗ୍ରାମବାସୀଙ୍କ କହିବା ଅନୁଯାୟୀ ପୂର୍ବରୁ ସତୀଘାଟ ନିକଟ ଗ୍ରାମରେ ମହାମାରୀ ବ୍ୟାପିଥିଲା । ଅଜଣା ରୋଗରୁ ବଞ୍ଚିବା ପାଇଁ ଏଠାକାର ଲୋକେ ଗ୍ରାମ ଛାଡି ଅନ୍ୟ ଗ୍ରାମକୁ ପଳାୟନ କରୁଥିଲେ । ସେହି ସମୟରେ ସୋରଗାଛି ଗାଁର ଜଣେ ମୁସଲମାନ ବ୍ୟକ୍ତିଙ୍କୁ ମାଆ ସ୍ବପ୍ନାଦେଶ କରିଥିଲେ । ବିଜୟା ଦଶମୀ ପରେ ବିସର୍ଜନ ସମୟରେ ନଦୀ ଘାଟକୁ ଯିବା ପାଇଁ ମା ତାଙ୍କୁ ଆଲୋକ ଦେଖାଇବାକୁ କହିଥିଲେ । ଏହାପରେ ମାଆ ଦୁର୍ଗା କୈଳାଶ ରାସ୍ତାର ଥିବା ନଦୀରେ ପ୍ରବେଶ କରିଥିଲେ । ଦେବୀଙ୍କ ଏହି ସ୍ବପ୍ନାଦେଶ ପରେ ସମଗ୍ର ସୋରଗାଛି ଗାଁରେ ଦଶହରାରେ ମାଆ ଦୁର୍ଗାଙ୍କୁ ବିସର୍ଜନ ସମୟରେ ଦୀପର ଆଲୋକରେ ନଦୀ ଘାଟକୁ ନିଆଯାଇଥିଲା । ସେବେ ଠାରୁ ଆଜି ପର୍ଯ୍ୟନ୍ତ ଏହି ପରମ୍ପରା ରହି ଆସିଛି । ଯାହା ଚଳିତ ବର୍ଷ ମାଲଦା ଜିଲ୍ଲାରେ ଦେବୀଙ୍କ ବିସର୍ଜନ ସମୟରେ ଦେଖିବାକୁ ମିଳିଥିଲା । ଏନେଇ​​ ଗାଁର ବାସିନ୍ଦା କହିଛନ୍ତି ଯେ 'ମୁଁ ଶୁଣିଛି ଯେ ଦେବୀ ଗାଁରେ ମହାମାରୀରୁ ମୁକ୍ତି ପାଇବା ପାଇଁ ସ୍ୱପ୍ନରେ ଆସି ଏହି ନିର୍ଦ୍ଦେଶ ଦେଇଥିଲେ । ଆମର ପିତୃପୁରୁଷମାନେ ମଧ୍ୟ ବିଜୟା ଦଶମୀରେ ଦେବୀଙ୍କୁ ବିସର୍ଜନ ସମୟରେ ଆଲୋକ ଦେଖାଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.