ETV Bharat / bharat

Mukesh Ambani Threat Case: ଗୁଜୁରାଟରୁ ପୋଲିସ କର୍ମୀଙ୍କ ପୁଅକୁ ବାନ୍ଧିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ

author img

By ETV Bharat Odisha Team

Published : Nov 6, 2023, 4:08 PM IST

Mukesh Ambani Threat Case:  ପୋଲିସ ଅଧିକାରୀଙ୍କ ପୁଅକୁ ବାନ୍ଧିଲା ମୁମ୍ବାଇ କ୍ରାଇବ୍ରାଞ୍ଚ
Mukesh Ambani Threat Case: ପୋଲିସ ଅଧିକାରୀଙ୍କ ପୁଅକୁ ବାନ୍ଧିଲା ମୁମ୍ବାଇ କ୍ରାଇବ୍ରାଞ୍ଚ

ମୁକେଶ ଅମ୍ବାନୀଙ୍କୁ 400 କୋଟି ଟଙ୍କା ମାଗି ଧମକ ଦେବା ମାମଲାରେ ଗୁଜୁରାଟରୁ ପୋଲିସ କର୍ମଚାରୀଙ୍କ ପୁଅକୁ ବାନ୍ଧିଲା ମୁମ୍ବାଇ କ୍ରାଇବ୍ରାଞ୍ଚ । ଅଧିକ ପଢନ୍ତୁ

ମୁମ୍ବାଇ: ବିଶିଷ୍ଟ ତଥା ଦେଶର ସର୍ବାଧିକ ବିତ୍ତଶାଳୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ 4ଶହ କୋଟି ଟଙ୍କା ମାଗି ଧମକ ଦେଇଥିଲେ ଜଣେ ପୋଲିସ ଅଧିକାରୀଙ୍କ ପୁଅ । ଆଜି ମୁମ୍ବାଇ କ୍ରାଇମବ୍ରାଞ୍ଚ ଗୁଜୁରାଟର କଲୋଲରୁ ଜଣେ ପୋଲିସ ଅଧିକାରୀଙ୍କ ପୁଅକୁ ଗିରଫ କରିଛି । ଏହି ମାମଲାରେ ପୂର୍ବରୁ ଜଣେ ଅଭିଯୁକ୍ତ ତେଲେଙ୍ଗାନାରୁ ଗିରଫ ହୋଇସାରିଛି । ଆଜି ଦ୍ବିତୀୟ ଅଭିଯୁକ୍ତକୁ ଗୁଜୁରାଟରୁ ଗିରଫ କରାଯାଇଛି । ମୁକେଶ ଅମ୍ବାନୀଙ୍କୁ 400 କୋଟି ଟଙ୍କା ଦେବା ପାଇଁ ଏକ ମେଲ ମାଧ୍ୟମରେ ଧମକ ମିଳିଥିଲା । ଏହା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା । ତେଲେଙ୍ଗାନା ପରେ ଏବେ ଏହି ମାମଲାର ତଦନ୍ତ ଗୁଜୁରାଟ ମୁହାଁ ହୋଇଛି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ମୁମ୍ବାଇରୁ ଯାଇଥିବା କ୍ରାଇମବ୍ରାଞ୍ଚ ଟିମ ପୂର୍ବ ସୂଚନା ଅନୁସାରେ ଗାନ୍ଧୀନଗରର କଲୋଲ ଏରିଆରେ ଚଢାଉ କରିଥିଲା । ଏଥିରେ ଜଗତ ସିଂ ଖାଟ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଏହି ଯୁବକ ଜଣକ ଜଣେ ସ୍ଥାନୀୟ ପୋଲିସ କର୍ମଚାରୀଙ୍କ ପୁଅ । ଏହି କର୍ମଚାରୀଙ୍କ ସମ୍ପର୍କରେ ପୋଲିସ କିଛି ସ୍ପଷ୍ଟ କରିନଥିବା ବେଳେ ସେ ସପରିବାର ସରକାରୀ କ୍ବାଟରରେ ନଥିବା ମଧ୍ୟ କୁହାଯାଉଛି । ଅଭିଯୁକ୍ତକୁ ଧରି ପୋଲିସ ମୁମ୍ବାଇ ଆସିଛି । ଏହି ଯୁବକ ନିଜେ ମେଲ ଆଇଡିରୁ ଉକ୍ତ ଧମକପୂର୍ଣ୍ଣ ମେଲ କରିଥିଲେ, ନା ତାଙ୍କ ମେଲ ଆଇଡି ହ୍ୟାକ କରାଯାଇ ମେଲ କରାଯାଇଥିଲା, ତାହା କ୍ରାଇମବ୍ରାଞ୍ଚ ସାଇବର ସେଲ ମାଧ୍ୟମରେ ସ୍ପଷ୍ଟ କରିବାକୁ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ :- ଅମ୍ବାନୀଙ୍କୁ ତୃତୀୟ ହତ୍ୟା ଧମକ, ମେଲର ପ୍ରତିକ୍ରିୟା ନଦେବାରୁ ଏଥର 400 କୋଟି ଡିମାଣ୍ଡ

ଗତମାସ (ଅକ୍ଟୋବର) 31 ତାରିଖରେ 400 କୋଟି ଦେବାକୁ ଅମ୍ବାନୀଙ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ ଆସିଥିଲା । ପ୍ରଥମେ ଦୁଇଟି ଭିନ୍ନ ଭିନ୍ନ ମେଲରେ 20 କୋଟି ଓ ପରେ 2 ଶହ କୋଟି ଦେବାକୁ ଦାବି ହୋଇଥିଲା । ଏହା ପରେ ସିଧା 400 କୋଟି ଟଙ୍କା ନଦେଲେ ମୁକେଶଙ୍କୁ ହତ୍ୟା କରାଯିବା ନେଇ ମେଲ ଆସିଥିଲା । ରିଲିଆନ୍ସ କମ୍ପାନୀ ପକ୍ଷରୁ ପୋଲିସରେ ହୋଇଥିବା ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଥିଲା । ଏହି ମାମଲାକୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ତଦନ୍ତ ପରିସରକୁ ନେଇଥିଲା । ମେଲ ଆଇଡି ଓ ଲୋକେସନ ଟ୍ରାକ ପରେ ବର୍ତ୍ତମାନ ସୁଦ୍ଧା ଦୁଇ ଅଭିଯୁକ୍ତଙ୍କୁ ଯଥାକ୍ରମେ ତେଲେଙ୍ଗାନା ଓ ଗୁଜୁରାଟରୁ ଗିରଫ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.