ETV Bharat / bharat

ଅମ୍ବାନୀଙ୍କୁ ତୃତୀୟ ହତ୍ୟା ଧମକ, ମେଲର ପ୍ରତିକ୍ରିୟା ନଦେବାରୁ ଏଥର 400 କୋଟି ଡିମାଣ୍ଡ

author img

By ETV Bharat Odisha Team

Published : Oct 31, 2023, 10:45 AM IST

ତିନି ଦିନରେ ଅମ୍ବାନୀଙ୍କୁ ତୃତୀୟ ହତ୍ୟା ଧମକ। 400 କୋଟି ଟଙ୍କା ଦେବାକୁ ମେଲ କରିଛି ଦୁର୍ବୃତ୍ତ। ଅଧିକ ପଢନ୍ତୁ

reliance industries chairman mukesh ambani
reliance industries chairman mukesh ambani

ମୁମ୍ବାଇ: ରିଲିଆନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ବାରମ୍ବାର ହତ୍ୟା ଧମକ । ତିନି ଦିନରେ ତିନି ଥର ମେଲରେ ହତ୍ୟା ଧମକ ଦେଲା ଦୁର୍ବୃତ୍ତ । ପ୍ରଥମ ଓ ଦ୍ବିତୀୟ ମେଲ୍‌ର କୌଣସି ପ୍ରତିକ୍ରିୟା ନଦେବାରୁ ପୁଣି ଥରେ ମେଲରେ ଅମ୍ବାନୀଙ୍କୁ ହତ୍ୟା ଧମକ ପଠାଇଛି ଦୁର୍ବୃତ୍ତ । ପ୍ରଥମେ 20 କୋଟି ପରେ, 200 କୋଟି ଦେବାକୁ ଦୁର୍ବୃତ୍ତ ମେଲ୍‌ କରିଥିବା ବେଳେ ଏହାର କୌଣସି ପ୍ରତିକ୍ରିୟା ନଦେବାରୁ ଏଥର 400 କୋଟି ଦେବାକୁ ମେଲ ଆସିଛି । ଟଙ୍କା ନଦେଲେ ଅମ୍ବାନୀଙ୍କୁ ଗୁଳି କରାଯିବ ବୋଲି ମେଲରେ ଉଲ୍ଲେଖ ରହିଛି । ଗୋଟିଏ ମେଲ୍‌ ଆଇଡିରୁ ତିନୋଟି ଯାକ ମେଲ ମୁକେଶ ଅମ୍ବାନୀଙ୍କ ମେଲ୍‌କୁ ଆସଛି । ମୁମ୍ବାଇର ଗାମଦେବୀ ପୋଲିସ ଷ୍ଟେସନରେ ଏହି ଅଜଣା ମେଲ୍‌ଧାରୀ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି।

ଏହା ମଧ୍ୟ ପଢନ୍ତୁ-ପୁଣି ମୁକେଶ ଅମ୍ବାନୀଙ୍କୁ ଆସିଲା ହତ୍ୟା ଧମକ, 200 କୋଟି ଦିଅ ନହେଲେ...

ଗତ 28 ତାରିଖ ଦିନ ମୁକେଶ୍‌ ଅମ୍ବାନୀଙ୍କୁ ପ୍ରଥମେ ହତ୍ୟା ଧମକ ଆସିଥିଲା । 20 କୋଟି ଟଙ୍କା ଦିଅ ନହେଲେ ଗୁଳି କରି ହତ୍ୟା କରାଯିବ ବୋଲି ଧମକପୂର୍ଣ୍ଣ ମେଲ ଆସିଥିଲା । ଏପରି ମେଲ୍‌ ଆସିବା ପରେ ମୁମ୍ବାଇର ଗାମଦେବୀ ପୋଲିସ ଷ୍ଟେସନରେ ଆଇପିସି ଧାରା 387 ଏବଂ 506(2)ରେ ଏକ ମାମଲା ରୁଜୁ ହୋଇଥିଲା । ଏହାପରେ ଅମ୍ବାନୀଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ-Mukesh Ambani Gets Death Threat: 20 କୋଟି ନଦେଲେ ଅମ୍ବାନୀଙ୍କୁ ଗୁଳି କରିବାକୁ ଧମକ

ଏହାପରେ 29 ତାରିଖରେ ଆଉ ଏକ ମେଲ୍‌ ଆସିଥିଲା । ପ୍ରଥମ ମେଲ୍‌ର କୌଣସି ପ୍ରତିକ୍ରିୟା ନଦେବାରୁ 20 କୋଟି ନୁହଁ ବରଂ 200 କୋଟି ଦେବାକୁ ପଡ଼ିବ ବୋଲି ମେଲ୍‌ ଆସିଥିଲା । ନଚେତ ମୃତ୍ୟୁ ସୁନିଶ୍ଚିତ ବୋଲି ଦୁର୍ବୃତ୍ତ ମେଲ କରିଥିଲା । ଏହାର ମଧ୍ୟ କୌଣସି ପ୍ରତିକ୍ରିୟା ନଦେବାରୁ 200 କୋଟି ମୁହଁ ବରଂ 400 କୋଟି ଦେବାକୁ ଆଉ ଏକ ଧମକପୂର୍ଣ୍ଣ ମେଲ ଆସିଛି । 400 କୋଟି ଟଙ୍କା ଦେବାରୁ ଅମ୍ବାନୀଙ୍କୁ ମେଲ କରିଛି ଦୁର୍ବୃତ୍ତ । ତେବେ କିଏ ମୁକେଶ ଅମ୍ବାନୀଙ୍କୁ ହତ୍ୟା କରିବାକୁ ଧମକପୂର୍ଣ୍ଣ ମେଲ୍‌ ପଠାଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ଏନେଇ ତଦନ୍ତ ଜାରି ରଖିଛି ପୋଲିସ । ଜଣେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.