15 to 18 Age Group Vaccination: ୧୧ ଦିନରେ ନେଲେ ୩ କୋଟି ଟିକା

author img

By

Published : Jan 14, 2022, 12:23 PM IST

15 to 18 Age Group Vaccination: ୧୧ଦିନରେ ନେଲେ ୩.୧୪ କୋଟି ଟିକା

ଦେଶରେ ୧୧ ଦିନ ମଧ୍ୟରେ କୋରୋନା ଟିକାର ପ୍ରଥମ ଡୋଜ ନେଲେ ୩.୧୪ କୋଟି କିଶୋର କିଶୋରୀ ହିତାଧିକାରୀ । ଟ୍ବିଟ କରି ଯୋଗ୍ୟ ହିତାଧିକାରୀ ଶୀଘ୍ର ଟିକା ନେବାକୁ ନିବେଦନ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶରେ ଜାନୁଆରୀ ୩ରେ ଆରମ୍ଭ ହୋଇଥିଲା ୧୫ ରୁ ୧୮ ବର୍ଷ ବୟସ୍କଙ୍କ ଟୀକାକରଣ । ୧୧ ଦିନ ମଧ୍ୟରେ କୋରୋନା ଟିକାର ପ୍ରଥମ ଡୋଜ ନେଲେ ୩.୧୪ କୋଟି କିଶୋର କିଶୋରୀ ହିତାଧିକାରୀ । CoWIN ପୋର୍ଟାଲରେ ଏନେଇ ତଥ୍ୟ ପ୍ରକାଶ ପାଇଛି । ୩ କୋଟି ୧୪ ଲକ୍ଷ ୮୭ ହଜାର ୨୬୯ ଜଣ ଟିକା ନେଇଥିବା ଜଣାପଡିଛି । ଚଳିତମାସ ଶେଷ ସୁଦ୍ଧା ଦେଶରେ ୮୦ ରୁ ୮୫ ପ୍ରତିଶତ ବା ୭.୪୦ କୋଟି କିଶୋରଙ୍କ ଟୀକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟ ଟ୍ବିଟ କରି ଦେଶର ଯୁବଗୋଷ୍ଠୀଙ୍କୁ ପ୍ରଶଂସା କରିବା ସହ ସମସ୍ତ ଯୋଗ୍ୟ ହିତାଧିକାରୀ ଶୀଘ୍ର ଟିକା ନେବାକୁ ସେ ନିବେଦନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବର୍ଗକୁ ଟିକା ଦେବା ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ କୋଭାକ୍ସିନ୍ର ଅତିରିକ୍ତ ମାତ୍ରା ଗତକାଲି ପଠାଯାଇଛି ।

ସୂଚନାଅନୁଯାୟୀ ଟିକା ନେଉଥିବା ୧୫ରୁ ୧୮ ବର୍ଷ କିଶୋରଙ୍କୁ ଭାରତ ବାୟୋଟେକର ସ୍ୱଦେଶୀ ନିର୍ମିତ କୋଭାକ୍ସିନ ଟିକା ଦିଆଯାଉଛି । ଡିସେମ୍ବର ୨୫ ତାରିଖରେ ଦେଶକୁ ସମ୍ବୋଧିତ କରି ଜାନୁଆରୀ ୩ ରୁ ଛାତ୍ରଛାତ୍ରୀ ତଥା ୧୫ ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.