ETV Bharat / bharat

Modi Surname Case: ଜୁଲାଇ ୪ରେ ହାଜର ହେବାକୁ ରାହୁଲଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Jun 17, 2023, 10:23 PM IST

Modi Surname Case
Modi Surname Case

ମୋଦି ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟ । ଜୁଲାଇ ୪ରେ ହାଜର ହେବାକୁ ନିର୍ଦ୍ଦେଶ ଦେଲେ କୋର୍ଟ । ଅଧିକ ପଢନ୍ତୁ

ରାଞ୍ଚି: ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଞ୍ଚି କୋର୍ଟ । ଆସନ୍ତା ଜୁଲାଇ ୪ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାହୁଲଙ୍କ ଏହି ବିବାଦୀୟ ମନ୍ତବ୍ୟ ପରେ ଆଇନଜୀବୀ ପ୍ରଦୀପ ମୋଦି କୋର୍ଟରେ ମାମଲା ରୁଜୁ କରିଥିଲେ । ଏହି ମାମଲ ରାଞ୍ଚିର ଏମପି-ଏମଏଲଏ କୋର୍ଟରେ ବିଚାରଧୀନ ରହିଛି । ଆସନ୍ତା ମାସ ୪ ତାରିଖରେ କୋର୍ଟରେ ଶୁଣାଣି ଥିବାରୁ ହାଜର ହେବାକୁ ରାହୁଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଗତକାଲି (ଶୁକ୍ରବାର) କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ଶୁଣାଣି ବେଳେ ରାହୁଲ ଗାନ୍ଧୀଙ୍କ ଆଇନଜୀବୀ କୋର୍ଟଙ୍କୁ ୧୫ଦିନର ମହଲତ ମାଗିଥିଲେ । କାରଣ ଏହି ମାମଲା ହାଇକୋର୍ଟରେ ମଧ୍ୟ ଅପିଲ କରାଯାଇଥିଲା । ଏନେଇ କୋର୍ଟ ମହଲତ ଦେଇଥିଲେ । ହାଇକୋର୍ଟରେ ବ୍ୟକ୍ତିଗତ ହାଜର ନ ହେବା ଲାଗି ଆବେଦନ କରାଯାଇଥିଲା, ମାତ୍ର କୋର୍ଟ ଏହି ଆବେଦନକୁ ଖାରଜ କରିଥିଲେ । ତେବେ ହାଇକୋର୍ଟଙ୍କ ଏହି ଆଦେଶ ଯୋଗୁଁ ଆସନ୍ତା ୪ ତାରିଖରେ ରାହୁଲଙ୍କୁ ଯେକୌଣସି ପରିସ୍ଥିତିରେ କୋର୍ଟରେ ହାଜର ହେବାକୁ ପଡ଼ିବ ।

ଏହା ବି ପଢନ୍ତୁ- Vande Bharat: ଗଡ଼ିବ ଆଉ ୫ ନୂଆ ଟ୍ରେନ, ୨୭ରେ ଭେଟି ଦେବେ ମୋଦି

ସୂଚନା ଥାଉ କି ଗତ ୨୦୧୯ ମସିହାରେ ରାଞ୍ଚିର ମୋରହାବାଦି ମୈଦାନରେ କହିଥିଲେ ମୋଦି ସାଙ୍ଗିଆମାନେ ହେଉଛନ୍ତି ଚୋର । ରାହୁଲଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ଜଣେ ଆଇନଜୀବୀ ସିଭିଲ କୋର୍ଟରେ ଆବେଦନ କରିଥିଲେ । ଏହି ମାମଲା ଉପରେ କୋର୍ଟରେ ଲଗାତାର ଶୁଣାଣି ଜାରି ରହିଛି । ଏହି ବିବାଦୀୟ ମନ୍ତବ୍ୟ ଲାଗି ରାହୁଲଙ୍କ ଲୋକସଭା ସାଂସଦ ସଦସ୍ୟତାକୁ ମଧ୍ୟ ହଟାଇ ଦିଆଯାଇଛି । ରାହୁଲଙ୍କୁ ଗୁଜୁରାଟ ସୁରତ କୋର୍ଟ ପକ୍ଷରୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ତାଙ୍କର ସାସଂଦ ପଦକୁ ରଦ୍ଦା କରାଯାଇଥିଲା । ଏହାପରେ ରାହୁଲ ନିଜ ସରକାରୀ ବାସଭବନ ମଧ୍ୟ ତ୍ୟାଗ କରିଥିଲେ ।

ସିଭିଲ କୋର୍ଟରେ ଆବେଦନ ଖାରଜ ହେବା ପରେ ହାଇକୋର୍ଟରେ ରାହୁଲଙ୍କ ଓକିଲ ଆବେଦନ କରିଥିଲେ । ବ୍ୟକ୍ତିଗତ ହାଜର ଉପରେ ରୋକ ଲଗାଇବା ଲାଗି ସେ ହାଇକୋର୍ଟରେ ଆବେଦନ କରିଥିଲେ । ମାତ୍ର ହାଇକୋର୍ଟ ରାହୁଲଙ୍କ ଆଇନଜୀବୀଙ୍କ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି । ଏହି ଆଦେଶ ଆସିବା ପରେ ରାହୁଲଙ୍କୁ ଆଗାମୀ ୧୫ ଦିନ ମଧ୍ୟରେ ରାଞ୍ଚି କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପଡ଼ିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.