ETV Bharat / bharat

Vande Bharat: ଗଡ଼ିବ ଆଉ ୫ ନୂଆ ଟ୍ରେନ, ୨୭ରେ ଭେଟି ଦେବେ ମୋଦି

author img

By

Published : Jun 17, 2023, 9:47 PM IST

Etv Bharat
Etv Bharat

ଆସନ୍ତା ୨୭ ତାରିଖରେ ଦେଶକୁ ଆଉ ୫ ବନ୍ଦେ ଭାରତ ଟ୍ରେନ ଭେଟିଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆସନ୍ତା ଜୁନ ୨୭ ତାରିଖରେ ଆଉ ୫ଟି ବନ୍ଦେ ଭାରତ ଟ୍ରେନର ଲୋକର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ସେମି-ହାଇ-ସ୍ପିଟ ଟ୍ରେନ ଦେଶର ଅନେକ ସହରକୁ ସଂଯୋଗ କରିବ । ଏହି ୫ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ସହିତ ଦେଶରେ ଯାତାୟାତ କରୁଥିବା ମୋଟ ବନ୍ଦେ ଭାରତ ଟ୍ରେନର ସଂଖ୍ୟା ୨୩ରେ ପହଞ୍ଚିବ ବୋଲି ସୂଚନା ମିଳିଛି ।

ରେଳ ମନ୍ତ୍ରଣାଳୟ ସୂଚନା ଅନୁସାରେ ଏହି ଟ୍ରେନ ଗୋଆ-ମୁମ୍ବାଇ, ପାଟନା-ରାଞ୍ଚି, ଭୋପାଳ-ଇନ୍ଦୋର, ଭୋପାଳ-ଜବଲପୁର ଓ ବେଙ୍ଗାଲୁରୁ-ହୁବୁଳି-ଧାରୱାଦ ମଧ୍ୟରେ ଗଡ଼ିବ । ଏହା ସହିତ ଦେଶରେ ମୋଟ ବନ୍ଦେ ଭାରତ ଏକ୍ସପ୍ରେସ ସଂଖ୍ୟା ୨୩ରେ ପହଞ୍ଚିବ । ରେଳ ଯାତ୍ରା ସମୟରେ ଯାତ୍ରୀଙ୍କୁ ଉତ୍ତମ ସେବା ଯୋଗାଇବ ଏହି ଟ୍ରେନ । ଯାତ୍ରୀମାନଙ୍କ ଯାତ୍ରାକୁ ଆନନ୍ଦିତ, ସହଜ ଓ ଆରାମଦାୟକ କରିବ ଏହି ଟ୍ରେନ । ଯାତ୍ରୀଙ୍କୁ ଯାତ୍ରା ସମୟରେ ଭିନ୍ନ ଏକ ଅନୁଭବ ଦେବା ଲାଗି ବିଶେଷ ଭାବରେ ଟ୍ରେନର ଡିଜାଇନ କରାଯାଇଛି । ଟ୍ରେନର ସିଟଗୁଡି଼କ ମୁଭେବଲ ରହିଥିବା ବେଳେ ଅତ୍ୟାଧୁନିକ ସୁବିଧା ମଧ୍ୟ ରହିଛି ।

ଏହା ବି ପଢନ୍ତୁ- ଅଂଶୁଘାତ ନେଲାଣି 30 ଜୀବନ; ପ୍ରଥମ ଥର ବିହାରର 10 ଜିଲ୍ଲାକୁ Hot Night Alert, ରାତିରେ ବଢୁଛି ତାପମାତ୍ରା

ରେଳ ଭିତ୍ତିଭୂମିକୁ ସୁଦୃଢ କରିବା ଲାଗି ରେଳ ମନ୍ତ୍ରଣାଳୟ ପକ୍ଷରୁ ଦେଶବାସୀଙ୍କୁ ଏହି ୫ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସକୁ ଭେଟି ଦେବେ ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁଜ ପତାକା ଦେଖାଇ ଏହି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ସେମି ବୁଲେଟ ଟ୍ରେନକୁ ଭେଟି ଦେବେ ପ୍ରଧାନମନ୍ତ୍ରୀ ମୋଦି । ଟ୍ରେନ ଯାତାୟାତ କରିବାକୁ ଥିବା ରୁଟ୍‌ରେ ପୂର୍ବାପେକ୍ଷା ଖୁବ କମ ସମୟରେ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବେ ଯାତ୍ରୀ । ଟ୍ରେନ ଭିତରେ ଯାତ୍ରୀଙ୍କ ଲାଗି ଖାଦ୍ୟ ପାନୀୟର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଅତିରିକ୍ତ ରୁଟ୍‌ରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ ପର୍ଯ୍ୟଟନ, ବ୍ୟବସାୟ ଓ ଅର୍ଥନୈତିକ ବିକାଶରେ ମଧ୍ୟ ସହାୟକ ହେବ । ଏହି ଟ୍ରେନର ଶୁଭାରମ୍ଭ 'ମେକ ଇନ ଇଣ୍ଡିଆ' ଅଭିଯାନ ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରଭାବ ପକାଉଛି । କାରଣ ସ୍ବଦେଶୀ ଜ୍ଞାନକୌଶଳରେ ବନ୍ଦେ ଭାରତ ଟ୍ରେନର ନିର୍ମାଣ ହେଉଛି । ଫଳରେ ଦେଶର ଉତ୍ପାଦନ କ୍ଷେତ୍ରର ମଧ୍ୟ ବିକାଶ ଘଟୁଛି । ସୂଚନା ଥାଉ କି ଓଡ଼ିଶାରେ ମେ ୧୮ ତାରିଖଠାରୁ ଗଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ ଷ୍ଟେସନରେ ଏହାକୁ ଲୋକର୍ପିତ କରାଯାଇଥିବା ବେଳେ ପୁରୀରୁ ହାୱଡାକୁ ଯାତାୟତ କରୁଛି ଏହି ଟ୍ରେନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.