ETV Bharat / bharat

ଏକାଠି ହେବେ ଉଦ୍ଧବ ଓ ରାଜ ! ସଞ୍ଜୟ ରାଉତଙ୍କୁ ଭେଟିଲେ MNS ନେତା

author img

By

Published : Jul 6, 2023, 9:07 PM IST

ଏକାଠି ହେବେ ଉଦ୍ଭବ ଠାକରେ ଓ ରାଜ ଠାକରେ ! ସଞ୍ଜୟ ରାଉତଙ୍କୁ ଭେଟିଲେ MNS ନେତା
ଏକାଠି ହେବେ ଉଦ୍ଭବ ଠାକରେ ଓ ରାଜ ଠାକରେ ! ସଞ୍ଜୟ ରାଉତଙ୍କୁ ଭେଟିଲେ MNS ନେତା

ଏକାଠି ହେବେ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ଓ ରାଜ ଠାକରେଙ୍କ ନେତୃତ୍ବାଧୀନ ମହାରାଷ୍ଟ୍ର ନବନିର୍ମାଣ ସେନା । ଉଭୟ ଦଳର ନେତାଙ୍କ ମଧ୍ୟରେ ଆଜି ବୈଠକ ପରେ ବଢିଲା ମେଣ୍ଟ ଚର୍ଚ୍ଚା । ଅଧିକ ପଢନ୍ତୁ

ମୁମ୍ବାଇ: ଏକାଠି ହେବେ ଦୁଇ ଠାକରେ ଭାଇ । ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ଓ ରାଜ ଠାକରେଙ୍କ ନେତୃତ୍ବାଧୀନ ମହାରାଷ୍ଟ୍ର ନବନିର୍ମାଣ ସେନା ଗୋଟିଏ ମେଣ୍ଟକୁ ଆସିପାରନ୍ତି । ଏପରି ଏକ ଚର୍ଚ୍ଚା କିଛି ଦିନ ହେବ ଲାଗି ରହିଥିବା ବେଳେ ଆଜି ଏକ ଘଟଣା କ୍ରମ ଏହି ଚର୍ଚ୍ଚାକୁ ଅଧିକ ବଳ ଯୋଗାଇଛି । କାରଣ ମହାରାଷ୍ଟ୍ର ନବନିର୍ମାଣ ସେନା ନେତା ଅଭିଜିତ ପାନସେ ଉଦ୍ଧବ ଠାକରେଙ୍କ କ୍ୟାମ୍ପର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ସହ ଆଜି ସାକ୍ଷାତ କରିଛନ୍ତି । ଏହି କଥାବାର୍ତ୍ତାରେ ନବନିର୍ମାଣ ସେନା ଓ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ଶିବସେନା ଉଦ୍ଧବ ଗୋଷ୍ଠୀ ମଧ୍ୟରେ ମେଣ୍ଟ ଗଠନ ପାଇଁ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । ଅବଶ୍ୟ ଉଭୟ ଦଳ ଆଲୋଚନା ସମ୍ପର୍କରେ କିଛି ସ୍ପଷ୍ଟ କରିନାହାନ୍ତି । ହେଲେ ଗଣମାଧ୍ୟମରେ ମେଣ୍ଟ ଚର୍ଚ୍ଚା ଆରମ୍ଭ ହୋଇଛି ।

କାରଣ ଏହି ଆଲୋଚନା ପରେ ସଞ୍ଜୟ ରାଉତ ଉଦ୍ଧବ ଠାକରେଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନ ମାତୋଶ୍ରୀରେ ପହଞ୍ଚିଥିଲେ । ସେହିପରି ଅଭିଜିତ ପାନସେ ମଧ୍ୟ ନିଜ ଦଳର ନେତା ରାଜ ଠାକରେଙ୍କ ସହ ସାକ୍ଷାତ କରିଥିବା ନେଇ ମଧ୍ୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତେଣୁ ଉଭୟ ନେତା ଆଲୋଚନା କରିବା ପରେ ସେମାନଙ୍କର ପାର୍ଟି ମୁଖ୍ଯଙ୍କୁ ଅବଗତ କରିବା ପାଇଁ ଯାଇଥିବା ଚର୍ଚ୍ଚାରୁ ଏହା ଏକ ମେଣ୍ଟ ଆଲୋଚନା ବୋଲି ଚର୍ଚ୍ଚା ହେବା ସ୍ବାଭାବିକ ।

ବର୍ତ୍ତମାନ ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ପ୍ରଥମେ ଶିବସେନା ନେତୃତ୍ବାଧୀନ ମେଣ୍ଟ ସରାକରରୁ ବିଦ୍ରୋହ କରିଥିଲେ ଏକନାଥ ସିନ୍ଦେ । ସେ ତାଙ୍କର ସମର୍ଥିତ ବିଧାୟକଙ୍କୁ ନେଇ ବିଜେପି ସହ ମିଶି ସରକାର ଗଠନ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେପିର ବରିଷ୍ଠ ଚେହେରା ଦେବେନ୍ଦ୍ର ଫଡନାଭିସ ମୁଖ୍ଯମନ୍ତ୍ରୀ ଓ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ହଠାତ ବିପରୀତ କ୍ରମରେ ସରକାର ଗଠନ କରାଯାଇଥିଲା । ବିଜେପି ଠାରୁ ସଂଖ୍ୟା କମ ଥାଇ ମଧ୍ୟ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଆସନ ହାତେଇବାରେ ସଫଳ ହୋଇଥିଲେ । ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଦଳୀୟ ନିଷ୍ପତ୍ତି ଆଧାରରେ ବାଧ୍ୟ ହୋଇଥିଲେ ।


ଏହା ମଧ୍ୟ ପଢନ୍ତୁ :-Rajasthan polls: ଦିଲ୍ଲୀରେ ତୁଟିବ ରାଜସ୍ଥାନ କଳି ! କଂଗ୍ରେସ ବୈଠକରେ ଗେହେଲଟ-ପାଇଲଟ ଉପସ୍ଥିତ

ଏବେ ଏହି ଘଟଣା କ୍ରମରେ ଅଜିତ ପାଓ୍ବାରଙ୍କ ବିଦ୍ରୋହ ସାମିଲ ହୋଇଛି । ଅଜିତ ନିଜ ଦାଦା ଶରଦ ପାଓ୍ବାରଙ୍କ ନେତୃତ୍ବାଧୀନ ଏନସିପିରୁ ବିଦ୍ରୋହ କରି ଏବେ ବିଜେପି ମେଣ୍ଟରେ ସାମିଲ ହୋଇ ଉମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଅଜିତଙ୍କ ସମର୍ଥି ତ 8 ଏନସିପି ବିଧାୟକ ମଧ୍ୟ ସିନ୍ଦେ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବର୍ତ୍ତମାନ ରାଜ୍ୟରେ 2 ଉପମୁଖ୍ଯମନ୍ତ୍ରୀ ରହିଛନ୍ତି । ଏହି କ୍ରମରେ ବଦଳୁଥିବା ରାଜ୍ୟର ରାଜନୈତିକ ପାଣିପାଗକୁ ଦୃଷ୍ଟିରେ ରଖି ରାଜ ଠାକରେ ଓ ଉଦ୍ଧବ ଠାକରେ ମେଣ୍ଟ କରିବା ପାଇଁ ଚିନ୍ତା କରୁଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହା ଆସନ୍ତା କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବା ନେଇ ରାଜନୈତିକ ସମୀକ୍ଷକ କହୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.