ETV Bharat / bharat

Rajasthan polls: ଦିଲ୍ଲୀରେ ତୁଟିବ ରାଜସ୍ଥାନ କଳି ! କଂଗ୍ରେସ ବୈଠକରେ ଗେହେଲଟ-ପାଇଲଟ ଉପସ୍ଥିତ

author img

By

Published : Jul 6, 2023, 6:41 PM IST

Rajasthan polls : କଂଗ୍ରେସର ବୈଠକ ଜାରି, ତମାମ ବରିଷ୍ଠ ନେତା ଉପସ୍ଥିତ
Rajasthan polls : କଂଗ୍ରେସର ବୈଠକ ଜାରି, ତମାମ ବରିଷ୍ଠ ନେତା ଉପସ୍ଥିତ

ରାଜସ୍ଥାନ ବିଧାନସଭା ନିର୍ବାଚନ ନେଇ ଦିଲ୍ଲୀରେ କଂଗ୍ରେସର ବୈଠକ । ପାଇଲଟ ଓ ତାଙ୍କ ସହଯୋଗୀ ଉପସ୍ଥିତ । ଭର୍ଚ୍ଚୁଆଲି ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଗେହେଲୋଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ରାଜସ୍ଥାନ ପାଇଁ ଆଜି ଦିଲ୍ଲୀରେ କଂଗ୍ରେସ ଏକ ବୈଠକ କରିଛି । ଦଳର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡେଗ, ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଏହି ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମେତ ଅନ୍ୟ କିଛି ପ୍ରଦେଶ କଂଗ୍ରେସ ନେତା ଓ କେନ୍ଦ୍ରୀୟ ନେତୃତ୍ବ ଉପସ୍ଥିତ ରହିଛନ୍ତି । ପାଇଲଟ ଦିଲ୍ଲୀ ଆସିଥିବା ବେଳେ ଗେହେଲଟ ଭିସିରେ ବୈଠକରେ ସାମିଲ ହେଇଥିବା ସୂଚନା ମିଳିଛି ।

  • #WATCH | Delhi: Congress leader Sachin Pilot on meeting with Congress leaders at AICC headquarters, says, "...There was a very meaningful, extensive and important discussion. We discussed all the issues...Our organisation, our leaders, our MLAs, and ministers all will work… pic.twitter.com/hzxoobV8rg

    — ANI (@ANI) July 6, 2023 " class="align-text-top noRightClick twitterSection" data=" ">

ଏହି ବର୍ଷ ଶେଷ ଭାଗରେ କଂଗ୍ରେସ ଶାସିତ ରାଜସ୍ଥାନରେ ନିର୍ବାଚନ ହେବାକୁ ଯାଉଛି । ହେଲେ କଂଗ୍ରେସ ମଧ୍ୟରେ ଦଳୀୟ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି । ତେଣୁ ନିର୍ବାଚନୀ ରଣନୀତି ସହ ଦଳୀୟ ଅନ୍ତଃକନ୍ଦଳ ପ୍ରଶମିତ କରିବା ପାଇଁ କେନ୍ଦ୍ରୀୟ ନେତୃତ୍ବଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଆଜି ଦିଲ୍ଲୀର ବସିଥିବା ବୈଠକରେ ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡେଗ ସଭାପତିତ୍ବ କରିଥିବା ଦୁଇ ପ୍ରମୁଖ ବିରୋଧୀ ଓ ଯୁବନେତା ସଚିନ ପାଇଲଟ ମଧ୍ୟ ଉପସ୍ଥିତ ଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହେବେ ।

କଂଗ୍ରେସ ଗତ ସାଢେ 4 ବର୍ଷ ହେବ ରାଜସ୍ଥାନରେ ଶାସନରେ ରହିଛି । 2020 ଯୁବନେତା ତଥା ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଗେହେଲଟଙ୍କ କ୍ୟାମ୍ପ ବିରୋଧରେ ପ୍ରଥମ ଥର ପାଇଁ ବିଦ୍ରୋହ କରିଥିଲେ । ଫଳସ୍ବରୂପ ତାଙ୍କୁ ଉପମୁଖ୍ଯମନ୍ତ୍ରୀ ପଦ ସହ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ମଧ୍ୟ ପ୍ରତ୍ୟାହାର କରାଯାଇଥିଲା । ହେଲେ ଏହି ବିବାଦ ପ୍ରଶମିତ ହେବା ପରିବର୍ତ୍ତେ ଅଧିକ ଘନୀଭୂତ ହେବାରେ ଲାଗିଥିଲା । ନିର୍ବାଚନ ପାଖେଇ ଆସୁଥିବା ବେଳେ ପାଇଲଟ ଗୋଷ୍ଠୀ ଏବେ ସିଧାସଳଖ ପାର୍ଟି ଗାଇଡଲାଇନ ଅତିକ୍ରମ କରି ଗେହେଲୋଟ ସରକାରଙ୍କ ବିରୋଧରେ ପଦଯାତ୍ରା ମଧ୍ୟ ଆୟୋଜନ କରିଥିଲା । କେନ୍ଦ୍ରୀୟ ନେତୃତ୍ବ ପ୍ରଦେଶ କଂଗ୍ରେସର ଏହି ଦୁଇ ହେଭିଓ୍ବେଟଙ୍କ ମଧ୍ୟରେ ସାମାଧନ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।


ଏହା ମଧ୍ୟ ପଢନ୍ତୁ:- Pilot vs Gehlot: କର୍ଣ୍ଣାଟକ ପରେ ରାଜସ୍ଥାନ କନ୍ଦଳ ଉପରେ ଗୁରୁତ୍ବ ଦେବେ ଖଡଗେ

ଚଳିତ ବର୍ଷ ଶେଷ ଭାଗରେ ରାଜସ୍ଥାନ, ମଧ୍ୟ ପ୍ରଦେଶ, ମିଜୋରାମ, ତେଲେଙ୍ଗାନା ଓ ଛତିଶଗଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । କଂଗ୍ରେସ ଛତିଶଗଡ ଓ ରାଜସ୍ଥାନରେ କ୍ଷମତା ବଜାୟ ରଖିବାକୁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ମଧ୍ୟ ପ୍ରଦେଶରେ ମଧ୍ୟ କର୍ଣ୍ଣାଟକ ପରି ବିଜେପିକୁ ବେଦଖଲ କରି କ୍ଷମତା ହାସଲ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି । ଅନ୍ୟପଟେ ରାଜସ୍ଥାନରେ ଗେହେଲଟ-ପାଇଟଲ କଳି ମଧ୍ୟରେ ବିଜେପି ଲାଭ ପାଇବାକୁ ମଧ୍ୟ ପ୍ରୟାସ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.