ETV Bharat / bharat

Cabinet Decisions: ଭାରତ ସିଙ୍ଗାପୁର ବୁଝାମଣା ପତ୍ରକୁ କ୍ୟାବିନେଟ ଅନୁମୋଦନ

author img

By

Published : Jun 29, 2022, 9:01 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ (Union Cabinet) ଆଜି ବିଜ୍ଞାନ ଏବଂ ବୈଷୟିକ ମନ୍ତ୍ରଣାଳୟ ଏବଂ ସିଙ୍ଗାପୁର ସାଧାରଣତନ୍ତ୍ର ସରକାରଙ୍କର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ମଧ୍ୟରେ ସ୍ୱାକ୍ଷରିତ ଏକ ବୁଝାମଣା ପତ୍ର ( Memorandum of Understanding) କୁ ଅନୁମୋଦନ ଦେଇଛନ୍ତି । ଅଧିକ ପଢନ୍ତୁ

Cabinet Decisions
Cabinet Decisions

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ (Union Cabinet) ଆଜି ବିଜ୍ଞାନ ଏବଂ ବୈଷୟିକ ମନ୍ତ୍ରଣାଳୟ ଏବଂ ସିଙ୍ଗାପୁର ସାଧାରଣତନ୍ତ୍ର ସରକାରଙ୍କର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ମଧ୍ୟରେ ସ୍ୱାକ୍ଷରିତ ଏକ ବୁଝାମଣା ପତ୍ର ( Memorandum of Understanding) କୁ ଅନୁମୋଦନ ଦେଇଛନ୍ତି । ବିଜ୍ଞାନ, ପ୍ରଯୁକ୍ତି ଏବଂ ନବୋନ୍ମେଷ କ୍ଷେତ୍ରରେ ସହଯୋଗ ଉପରେ ଏହି ବୁଝାମଣା ପତ୍ର ଫେବୃଆରୀ ୨୦୨୨ ରେ ସ୍ୱାକ୍ଷରିତ ହୋଇଥିଲା ।

ଏହି ବୁଝାମଣା ପତ୍ର ଏକ ବ୍ୟବସ୍ଥା ପ୍ରଦାନ କରିବ ଏବଂ ପାରିବେଶିକ ବ୍ୟବସ୍ଥାରେ ସହାୟତା କରିବ । ଯାହା ସହଯୋଗ ମାଧ୍ୟମରେ ନୂତନ ଜ୍ଞାନ କୌଶଳ ସୃଷ୍ଟି, ମାନବ ଶକ୍ତି ପ୍ରଶିକ୍ଷଶ, ଆଇପି ସୃଷ୍ଟି କରିବା ନିମନ୍ତେ ଦୁଇ ଅଗ୍ରଣୀ ଦେଶ ଗୁଡିକ ମଧ୍ୟରେ ନବୋନ୍ମେଷ ଏବଂ ଉଦ୍ୟମିତାକୁ ଅଧିକ ଆଗେଇ ନେବ ।

ଏହି ବୁଝାମଣା ଅନୁସାରେ କାର୍ଯ୍ୟକାରୀ ହୋଇଥିବା କାର୍ଯ୍ୟକଳାପ ମାଧ୍ୟମରେ ନୂତନ ଜ୍ଞାନ ଏବଂ ପ୍ରଯୁକ୍ତିର ବିକାଶ ଆତ୍ମନିର୍ଭର ଭାରତକୁ ପ୍ରେରଣା ଯୋଗାଇବ । ବୁଝାମଣା ପତ୍ର ଏକ ବ୍ୟବସ୍ଥା ପ୍ରଦାନ କରିବ ଏବଂ ଏକ ପାରିବେଶିକ ବ୍ୟବସ୍ଥା ସୃଷ୍ଟି କରିବାରେ ସହାୟତା କରିବ । ଯାହା ଦୁଇ ଦେଶ ମଧ୍ୟରେ ନବୋନ୍ମେଷ ଏବଂ ଉଦ୍ୟମିତାକୁ ଆଗେଇ ନେବ । ଯାହାର ସହଯୋଗ ମାଧ୍ୟମରେ ନୂତନ ଜ୍ଞାନ କୌଶଳ ସୃଷ୍ଟି, ମାନବ ଶକ୍ତି ପ୍ରଶିକ୍ଷଶ, ଆଇପି ହୋଇପାରିବ। ବୁଝାମଣା ପତ୍ରରେ ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟକଳାପରେ ଉତ୍ପାଦ ବିକାଶ ଏବଂ ପ୍ରଯୁକ୍ତି ବିଦ୍ୟାର ବିନିମୟ ସାମିଲ ହେବ, ଯେଉଁଥିରେ ନୂତନ ଉଦ୍ୟୋଗ ସମୂହ ଏବଂ ରୋଜଗାର ସୃଷ୍ଟି ହୋଇ ପାରିବ ।

ବୁଝାମଣା ପତ୍ର ଅନୁସାରେ ଉଭୟ ଦେଶ ମଧ୍ଯରେ କଣ ହେବ?

- କୃଷି ଏବଂ ଖାଦ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା

- ଉନ୍ନତ ଉତ୍ପାଦନ ଏବଂ ଇଞ୍ଜିନିୟରିଂ

- ସବୁଜ ଅର୍ଥନୀତି, ଶକ୍ତି, ଜଳ, ଜଳବାୟୁ ଏବଂ ପ୍ରାକୃତିକ ସମ୍ପଦ

- ତଥ୍ୟ ବିଜ୍ଞାନ, ଉଦୀୟମାନ ପ୍ରଯୁକ୍ତି ବିଦ୍ୟା

- ଉନ୍ନତ ସାମଗ୍ରୀ

- ସ୍ୱାସ୍ଥ୍ୟ ଏବଂ ବାୟୋଟେକ୍ନୋଲୋଜି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.