ETV Bharat / bharat

ଗଣତନ୍ତ୍ର ଦିବସ ପରେଡ୍‌ରେ ମହିଳା ଶକ୍ତି: ପୁରୁଷ କଣ୍ଟିଜେଣ୍ଟକୁ ଲିଡ୍ କରୁଥିଲେ ମନିଷା, କମାଣ୍ଡିଂରେ ଥରିଥିଲା ପୁରା ରାଜପଥ

author img

By

Published : Jan 26, 2022, 8:26 PM IST

ଗଣତନ୍ତ୍ର ଦିବସ ପରେଡ୍‌ରେ ମହିଳା ଶକ୍ତି: ପୁରୁଷ କଣ୍ଟିଜେଣ୍ଟକୁ ଲିଡ୍ କରୁଥିଲେ ମନିଷା, କମାଣ୍ଡିଂରେ ଥରିଥିଲା ପୁରା ରାଜପଥ
ଗଣତନ୍ତ୍ର ଦିବସ ପରେଡ୍‌ରେ ମହିଳା ଶକ୍ତି: ପୁରୁଷ କଣ୍ଟିଜେଣ୍ଟକୁ ଲିଡ୍ କରୁଥିଲେ ମନିଷା, କମାଣ୍ଡିଂରେ ଥରିଥିଲା ପୁରା ରାଜପଥ

ଲେଫ୍ଟନାଣ୍ଟ ମନିଷା ବୋହରା ପୁରୁଷ ଆର୍ମୀ ଅରଡ୍‌ନାନ୍ସ କପର୍ସ କଣ୍ଟିଜେଣ୍ଟ (Male Army Ordnance Corps Contingent)କୁ ଲିଡ୍ କରୁଥିବା ପ୍ରଥମ ମହିଳା । ପୁରା ପ୍ଲାଟୁନ ପୁରୁଷରେ ଭର୍ତ୍ତି ହୋଇଥିବାବେଳେ ମହିଳା ଭାବେ ଏକା ଥିଲେ ମନିଷା । ଆଖିରେ ଥିଲା ଶୌର୍ଯ୍ୟ, ମୁଖରେ ଥିଲା ସିଂହ ଭଳି ଗର୍ଜନ, ଦୃଢ ଇଚ୍ଛା ଶକ୍ତିରେ ସମ୍ପୂର୍ଣ୍ଣ ଭରପୁର ଥିଲେ ମନିଷା । ତାଙ୍କର ଗୋଟିଏ କମାଣ୍ଡରେ ପୁରା ଥରହର ହୋଇଥିଲା ପୁରୁଷ ପ୍ଲାଟୁନ । ପଢନ୍ତୁ ଲେଫ୍ଟନାଣ୍ଟ ମନିଷାଙ୍କ ସମ୍ପର୍କରେ କିଛି

ନୂଆଦିଲ୍ଲୀ: ୭୩ତମ ଗଣତନ୍ତ୍ର ଦିବସରେ କମ୍ପି ଉଠିଥିଲା ଦିଲ୍ଲୀର ରାଜପଥ । ଭଳିକି ଭଳି ସେନାବାହିନୀ ଓ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢରେ ସଜେଇ ହୋଇଥିଲା ପରେଡ ଗ୍ରାଉଣ୍ଡ । ପରେଡ କମାଣ୍ଡରେ ଚତୁର୍ଦ୍ଦିଗ କମ୍ପି ଉଠିଥିଲା । ଆଉ ଏହାରି ମଧ୍ୟରେ ହିଁ ବାଃ ବାଃ ସାଉଁଟିଥିଲେ ଅତ୍ୟାଧୁନିକ ଲଢୁଆ ବିମାନ ‘ରାଫେଲ’ର ପ୍ରଥମ ମହିଳା ପାଇଲଟ ଫ୍ଲାଇଟ ଲେଫ୍ଟନାଣ୍ଟ ଶିବାନୀ ସିଂ, ଲେଫ୍ଟନାଣ୍ଟ ମନିଷା ବୋହରା, ଲେଫ୍ଟନାଣ୍ଟ ପ୍ରୀତି । ଭାରତୀୟ ସେନା ବାହିନୀରେ ମହିଳାଙ୍କ ସାମର୍ଥ୍ୟ ଦେଖିଥିଲା ସାରା ବିଶ୍ବ । ମହିଳା ସେନା ଅଫିସର୍ସଙ୍କ କମାଣ୍ଡିଂରେ ଦର୍ଶକ ଓ ଅତିଥିଙ୍କ କରତାଳି ଥମି ନଥିଲା । ୨୦ ମିନିଟ୍‌ର ପରେଡରେ ସମସ୍ତ ପ୍ରଶଂସା ତୋଳି ନେଇଥିଲେ ଏହି ୩ ମହିଳା ସେନା ଅଧିକାରୀ । ପୁରୁଷ ନୁହେଁ, ମହିଳାଙ୍କ ଦୃଢ ମନୋବଳ ଓ ଅଦମ୍ୟ ସାହାସ ଦେଖିଲା ପୁରା ଦେଶ ।

ଲେଫ୍ଟନାଣ୍ଟ ମନିଷା ବୋହରା ପୁରୁଷ ଆର୍ମୀ ଅରଡ୍‌ନାନ୍ସ କପର୍ସ କଣ୍ଟିଜେଣ୍ଟ (Male Army Ordnance Corps Contingent)କୁ ଲିଡ୍ କରୁଥିବା ପ୍ରଥମ ମହିଳା । ପୁରା ପ୍ଲାଟୁନ ପୁରୁଷରେ ଭର୍ତ୍ତି ହୋଇଥିବାବେଳେ ମହିଳା ଭାବେ ଏକା ଥିଲେ ମନିଷା । ଆଖିରେ ଥିଲା ଶୌର୍ଯ୍ୟ, ମୁଖରେ ଥିଲା ସିଂହ ଭଳି ଗର୍ଜନ, ଦୃଢ ଇଚ୍ଛା ଶକ୍ତିରେ ସମ୍ପୂର୍ଣ୍ଣ ଭରପୁର ଥିଲେ ମନିଷା । ତାଙ୍କର ଗୋଟିଏ କମାଣ୍ଡରେ ପୁରା ଥରହର ହୋଇଥିଲା ପୁରୁଷ ପ୍ଲାଟୁନ ।

ଉତ୍ତରାଖଣ୍ଡର ଲଳନା ମନିଷା:

ଉତ୍ତରାଖଣ୍ଡର ଚମ୍ପାବତ ଜିଲ୍ଲାର ଖୁନା ବୋରା ଗାଁ ନିବାସୀ ମନିଷା ବୋରା । ତାଙ୍କ ଜେଜେବାପା ସେନାରେ ନାଏକ ସୁବେଦାର ଥିବାବେଳେ ବାପା ସୁବେଦର ରାଙ୍କରେ ଅବସ୍ଥାପିତ ଥିଲେ । ଉଭୟ ଏବେ ଅବସର ନେଇସାରିଲେଣି । ସେନାରେ ଯୋଗ ଦେବାରେ ମନିଷା ତାଙ୍କ ପରିବାରର ତୃତୀୟ ପିଢି । ଜେଜେବାପା ଓ ବାପାଙ୍କୁ ଅନୁପ୍ରାଣିତ ହୋଇ ସେନାରେ ଯୋଗ ଦେଇଥିଲେ ।

ଏହା ବି ପଢନ୍ତୁ: Republic Day Parade: ବାୟୁସେନା ପ୍ରଜ୍ଞାପନ ମେଢରେ ରାଫେଲ ଯୁଦ୍ଧ ବିମାନର ପ୍ରଥମ ମହିଳା ପାଇଲଟ

ସିକନ୍ଦରାବାଦର ଆର୍ମୀ ସ୍କୁଲରେ ପଢିଥିଲେ ପାଠ:

ମନିଷା ତାଙ୍କ ପାଠପଢା ପ୍ରଥମେ ସିକନ୍ଦରାବାଦର ଆର୍ମି ସ୍କୁଲରୁ ଆରମ୍ଭ କରିଥିଲେ । ଓସମାନିଆ ୟୁନିଭର୍ସିଟିରୁ ବିଏସସି ଡିଗ୍ରୀ ହାସଲ କରିଥିଲେ । ସେ ଏସ୍ଏସ୍‌ବି(Services Selection Board) ପରୀକ୍ଷା ପାସ କରି OTA ଚେନ୍ନାଇରେ ଟ୍ରେନିଂ ନେଇଥିଲେ ।

ରାଜପଥରେ ପୁରୁଷ କଣ୍ଟିଜେଣ୍ଟକୁ ଲିଡ୍ କରୁଛନ୍ତି ମନିଷା

ସେନା ଦିବସରେ ନେଇଥିଲେ ନେତୃତ୍ବ:

ଲେଫ୍ଟନାଣ୍ଟ ମନିଷା ବୋହରା ପୁରୁଷ ଆର୍ମୀ ଅରଡ୍‌ନାନ୍ସ କପର୍ସ କଣ୍ଟିଜେଣ୍ଟ (Male Army Ordnance Corps Contingent)କୁ ଲିଡ୍ କରୁଥିବା ପ୍ରଥମ ମହିଳା । ଏହା ପୂର୍ବରୁ ସେ ସେନା ଦିବସ(୧୫ ଜାନୁୟାରୀ)ରେ ପୁରୁଷ ସେନା ଆୟୁଧ କୋର ରେଜିମେଣ୍ଟକୁ ନେତୃତ୍ବ କରୁଥିବା ପ୍ରଥମ ମହିଳା ଅଧିକାରୀ ଥିଲେ ।

ପୁରୁଷ କଣ୍ଟିଜେଣ୍ଟକୁ ଲିଡ୍ କରିବାରେ ମନିଷା ହେଉଛନ୍ତି ତୃତୀୟ:

ମନିଷା ହେଉଛନ୍ତି ତୃତୀୟ ମହିଳା ସେନା ଅଧିକାରୀ, ଯିଏ ପୁରୁଷ କଣ୍ଟିଜେଣ୍ଟ(male contingent)କୁ ଲିଡ୍ କରୁଥିଲେ । ଏହା ପୂର୍ବରୁ ଲେଫନାଣ୍ଟ ଭାବନା କସ୍ତୁରୀ ଓ କ୍ୟାପଟେନ୍ ତାନିଆ ସେରଗିଲ୍ ମଧ୍ୟ ପୁରୁଷ କଣ୍ଟିଜେଣ୍ଟକୁ ଲିଡ୍ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.