ETV Bharat / bharat

Republic Day Parade: ବାୟୁସେନା ପ୍ରଜ୍ଞାପନ ମେଢରେ ରାଫେଲ ଯୁଦ୍ଧ ବିମାନର ପ୍ରଥମ ମହିଳା ପାଇଲଟ

author img

By

Published : Jan 26, 2022, 3:45 PM IST

Republic Day Parade: ବାୟୁସେନା ପ୍ରଜ୍ଞାପନ ମେଢରେ ରାଫେଲ ଯୁଦ୍ଧ ବିମାନର ପ୍ରଥମ ମହିଳା ପାଇଲଟ
Republic Day Parade: ବାୟୁସେନା ପ୍ରଜ୍ଞାପନ ମେଢରେ ରାଫେଲ ଯୁଦ୍ଧ ବିମାନର ପ୍ରଥମ ମହିଳା ପାଇଲଟ

ସାଧାରଣତନ୍ତ୍ର ଦିବସରେ ବିଶ୍ବ ଦେଖିଲା ଭାରତୀୟ ନାରୀ ଶକ୍ତିର ଝଲକ । ବାୟୁସେନାର ପ୍ରଜ୍ଞାପନ ମେଢରେ ସାମିଲ ହେଲେ ରାଫେଲ ଯୁଦ୍ଧ ବିମାନର ପ୍ରଥମ ଭାରତୀୟ ମହିଳା ପାଇଲଟ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ରାଜଧାନୀ ରାଜପଥରେ ସାରା ବିଶ୍ବ ଦେଖିଲା ଭାରତର ସାମର୍ଥ୍ୟ । ଭାରତୀୟ ସଶସ୍ତ୍ର ବଳର ଶକ୍ତି ସହ ଦେଶର ସଂସ୍କୃତି ଓ ବିବିଧତାର ଝଲକ ବଖାଣିଛି ପ୍ରଜ୍ଞାପନ ମେଢ । ତେବେ ଭାରତୀୟ ନାରୀ କେତେ ସଶକ୍ତ ଓ ସାମର୍ଥ୍ୟ ବିଶ୍ବକୁ ତାର ଝଲକ ଦେଖାଇଛି ବାୟୁସେନା । ଭାରତୀୟ ବାୟୁସେନା ଦ୍ବାରା ପ୍ରଦର୍ଶିତ ପ୍ରଜ୍ଞାପନ ମେଢରେ ଅଂଶ ଗ୍ରହଣ କରିଛନ୍ତି ବାୟୁସେନାରେ ସଦ୍ୟତମ ସାମିଲ ହୋଇଥିବା ଅତ୍ଯାଧୁନିକ ଲଢୁଆ ବିମାନ ‘ରାଫେଲ’ର ପ୍ରଥମ ମହିଳା ପାଇଲଟ ଫ୍ଲାଇଟ ଲେଫ୍ଟନାଣ୍ଟ ଶିବାନୀ ସିଂ ।

ଶିବାନୀ ସିଂ ହେଉଛନ୍ତି ଏକମାତ୍ର ଦ୍ୱିତୀୟ ମହିଳା ଯୁଦ୍ଧ ବିମାନ ପାଇଲଟ୍ ଯିଏକି ବାୟୁସେନା ପ୍ରଜ୍ଞାପନ ମେଢରେ ଅଂଶଗ୍ରହଣ କରିଛନ୍ତି । ଉତ୍ତର ପ୍ରଦେଶ ବାରଣାସୀର ସ୍ଥାନୀୟ ବାସିନ୍ଦା ଶିବାନୀ ୨୦୧୭ ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲେ । ତେବେ ସେ ତାଙ୍କ ସର୍ଭିସ କ୍ୟାରିୟର ପ୍ରଥମେ ଲଢୁଆ ବିମାନ ମିଗ ବିମାନର ବାଇସନ ମଡେଲ ଉଡାଇବାରୁ ଆରମ୍ଭ କରିଥିଲେ । ପରେ ସେ ଗୋଲ୍ଡେନ ସ୍କ୍ବାର୍ଡନରେ ମଧ୍ୟ ସାମିଲ ହୋଇ ନିଜ ଉଡାଣ ଦକ୍ଷତାର ପରିଚୟ ଦେଇଥିଲେ ।

ଗତବର୍ଷ ଭାରତ ଦ୍ବାରା ଫ୍ରାନ୍ସରୁ ଆମଦାନୀ ହୋଇଥିବା ବିଶ୍ବର ପ୍ରମୁଖ ଶକ୍ତିଶାଳୀ ଯୁଦ୍ଧ ବିମାନ ମାନଙ୍କ ମଧ୍ୟରୁ ଅନ୍ୟତମ କୁହାଯାଉଥିବା ରାଫେଲ ବିମାନର କକପିଟର କମାଣ ମଧ୍ୟ ସମ୍ଭାଳିଛନ୍ତି ଶିବାନୀ । ତେବେ ଫ୍ରାନ୍ସ ନିର୍ମିତ ଅତ୍ୟାଧୁନିକ ରାଫେଲ ଯୁଦ୍ଧ ବିମାନ ଉଡାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ପାଇଲଟ ।

ମହିଳା ଅଧିକାରୀଙ୍କୁ ସେବାରେ ସାମିଲ କରିବାରେ ଭାରତୀୟ ବାୟୁସେନା ହେଉଛି ପ୍ରଥମ ବାହିନୀ । ବାୟୁସେନା ସମସ୍ତ ବର୍ଗରେ ମହିଳାଙ୍କୁ ସୁଯୋଗ ଦେବା ପ୍ରକ୍ରିୟା ଜାରି ରଖିଛି । ଚଳିତବର୍ଷ ବାୟୁସେନା ଦ୍ବାରା ପ୍ରସ୍ତୁତ ହୋଇଥିବା ପ୍ରଜ୍ଞାପନ ମେଢରେ ଭବିଷ୍ୟତ ପାଇଁ ଭାରତୀୟ ବାୟୁସେନା ରୂପାନ୍ତରଣ ପ୍ରକ୍ରିୟାକୁ ପ୍ରଦର୍ଶିତ କରାଯାଇଥିଲା । ପ୍ରଜ୍ଞାପନ ମେଢରେ ଲଢୁଆ ବିମାନ MiG-21, ରାଫେଲ ବିମାନ, ଆଲେଶ ରାଡର ମଡେଲ ପ୍ରମୁଖକୁ ପ୍ରଦର୍ଶିତ କରାଯାଇଥିଲା ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.