ETV Bharat / bharat

ପାଟନା ଏମ୍ସରେ ଜୀବନ ହାରିଲେ ଡାକ୍ତରୀ ଛାତ୍ର

author img

By ETV Bharat Odisha Team

Published : Sep 2, 2023, 1:53 PM IST

Suicide In bihar Patna Aiims
Suicide In bihar Patna Aiims

ପାଟଣାରେ AIIMS ରେ ଜଣେ ପିଜି ଡାକ୍ତରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ । ମୃତ ଡାକ୍ତର ହରିୟାଣାର ବାସିନ୍ଦା ନିଲେଶ କୁମାର ବୋଲି ଜଣାପଡିଛି।

ପାଟନା: ପୁଣି ଜୀବନ ହାରିଲେ ଡାକ୍ତରୀ ଛାତ୍ର । ପାଟନା ଏମ୍ସରେ ଜଣେ ଡାକ୍ତରୀ ଛାତ୍ର ଚରମ ନିଷ୍ପତ୍ତି ନେଇଛନ୍ତି । ତେବେ ମୃତ ଛାତ୍ର ଜଣଙ୍କ ହରିୟାଣାର ନିଲେଶ କୁମାର ବୋଲି ଜଣାପଡିଛି । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, ଗତକାଲି (ଶୁକ୍ରବାର) ରାତିରେ ଡ୍ୟୁଟି କରିବା ପରେ ନିଲେଶ ତାଙ୍କ ହଷ୍ଟେଲ ରୁମକୁ ଯାଇ ଭିତରୁ ବନ୍ଦ କରି ଦେଇଥିଲେ । ଏହା ପରେ ଯେତେବେଳେ ନୀଲେଶ ସନ୍ଧ୍ୟା ପର୍ଯ୍ୟନ୍ତ କୋଠରୀରୁ ବାହାରି ନ ଥିଲେ ସାଙ୍ଗମାନେ ତାଙ୍କୁ ଡାକିଥିଲେ । କିନ୍ତୁ ସେ କବାଟ ଖୋଲି ନ ଥିଲେ କି ଫୋନ୍ ଉଠାଇ ନ ଥିଲେ । ଏନେଇ ପ୍ରଫେସର ମଧ୍ୟ ତାଙ୍କୁ ଫୋନ କରିଥିଲେ ହେଲେ ସେ କୌଣସି ଉତ୍ତର ଦେଇନଥିଲେ । ଏନେଇ ପୋଲିସକୁ ସୂଚନା ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲି ଥିବା ବେଳେ ନିଲେଶଙ୍କ ମୃତଦେହ ଖଟ ଉପରେ ପଡିଥିବା ଦେଖିବାକୁ ପାଇଥିଲେ । ତେବେ ସେ ଏହିପରି ଚରମ ନିଷ୍ପତ୍ତି କାହିଁକି ନେଲେ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ତେବେ ନିଲେଶ 2016 ରୁ 2021 ପର୍ଯ୍ୟନ୍ତ ପାଟନା AIIMSରେ MBBS କରୁଥିଲେ । ତା’ପରେ ସେଠାରେ ଅଭ୍ୟାସ ଆରମ୍ଭ କରିଥିଲେ । ପରେ ନଭେମ୍ବର 2022ରେ ସେଠାରେ PGରେ ଆଡମିଶନ କରିଥିଲେ । ଏନେଇ ପୋଲିସ କହିଛି ଯେ, "ରାତିରେ ଡ୍ୟୁଟି କରିବା ପରେ ଡକ୍ଟର ନିଲେଶ ତାଙ୍କ ରୁମକୁ ଯାଇଥିଲେ । ଯାହା ପରେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ବାହାରକୁ ଆସିନଥିଲେ । ଯେତେବେଳେ ତାଙ୍କର ସାଙ୍ଗ ଏବଂ ପ୍ରଫେସର ଡ଼ାକିଲେ, କୌଣସି ପ୍ରତିକ୍ରିୟା ଦେଇ ନଥିଲେ । ଏନେଇ ଆମେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛୁ ।"

ଏହା ମଧ୍ୟ ପଢନ୍ତୁ- କୋଟାରେ ଜୀବନ ହାରିଲେ ଆଉ 2 ଛାତ୍ର, ଦୁଇ ମାସ ପାଇଁ କୋଚିଂ ସେଣ୍ଟରରେ ପରୀକ୍ଷା ବନ୍ଦ

ପ୍ରକାଶ ଥାଉକି, ସେହିପରିସ ଗତ କିଛି ଦିନ ପୂର୍ବେ NEET କୋଟିଂ ନେଉଥିବା ଦୁଇ ଜଣ ଛାତ୍ର ଜୀବନ ହାରିଥିଲେ । ଦୁଇ ମୃତକ ହେଉଛନ୍ତି 17 ବର୍ଷୀୟ ଆବିଷ୍କାର ଶମ୍ବାଜୀ କାସଲେ ଓ 18 ବର୍ଷୀୟ ଆଦର୍ଶ ରାଜ । ଆବିଷ୍କାର କୋଟିଂ ସେଣ୍ଟର ଷଷ୍ଠ ମହଲାର ଜୀବନ ହାରିଥିବା ବେଳେ ଆଦର୍ଶ ରହୁଥିବା ତାଙ୍କ ଭଡା ଘରେ ଜୀବନ ହାରିଛନ୍ତି । ଏହାକୁ ମିଶାଇ ଚଳିତ ବର୍ଷ କୋଟାରେ କୋଚିଂ ନେଉଥିବା 22 ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ବାରମ୍ବାର ଆତ୍ମହତ୍ୟା ଜନିତ ମୃତ୍ୟୁ ଖବର ସାମ୍ନାକୁ ଆସୁଥିବାରୁ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ କୋଟାରେ ଥିବା କୋଚିଂ ସେଣ୍ଟରେ ପରୀକ୍ଷା ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.