ETV Bharat / bharat

କୋଟାରେ ଜୀବନ ହାରିଲେ ଆଉ 2 ଛାତ୍ର, ଦୁଇ ମାସ ପାଇଁ କୋଚିଂ ସେଣ୍ଟରରେ ପରୀକ୍ଷା ବନ୍ଦ

author img

By ETV Bharat Odisha Team

Published : Aug 28, 2023, 2:01 PM IST

ପୁଣି ଜୀବନ ହାରିଲେ କୋଟାରେ କୋଚିଂ ନେଉଥିବା ଛାତ୍ର । ମୃତ୍ୟୁ ସଂଖ୍ୟ 22କୁ ବୃଦ୍ଧି । ଅଧିକ ପଢନ୍ତୁ

NEET aspirants suicides continue in Rajasthan Kota
NEET aspirants suicides continue in Rajasthan Kota

ଜୟପୁର: ରାଜସ୍ଥାନର କୋଟାରେ ଚିନ୍ତା ବଢାଇଲାଣି ଆତ୍ମହତ୍ୟା ଜନିତ ମୃତ୍ୟୁ । ପୁଣି ସାମ୍ନାକୁ ଆସିଲା ଆତ୍ମହତ୍ୟା ଜନିତ ଖବର । NEET କୋଟିଂ ନେଉଥିବା ଦୁଇ ଜଣ ଛାତ୍ର ଜୀବନ ହାରିଥିବା ସୂଚନା ମିଳିଛି । ଦୁଇ ମୃତକ ହେଉଛି 17 ବର୍ଷୀୟ ଆବିଷ୍କାର ଶମ୍ବାଜୀ କାସଲେ ଓ 18 ବର୍ଷୀୟ ଆଦର୍ଶ ରାଜ । ଆବିଷ୍କାର ଚୋଟିଂ ସେଣ୍ଟର ଷଷ୍ଠ ମହଲାର ଜୀବନ ହାରିଥିବା ବେଳେ ଆଦର୍ଶ ରହୁଥିବା ତାଙ୍କ ଭଡା ଘରେ ଜୀବନ ହାରିଛନ୍ତି । ଏହାକୁ ମିଶାଇ ଚଳିତ ବର୍ଷ କୋଟାରେ କୋଚିଂ ନେଉଥବା 22 ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ବାରମ୍ବାର ଆତ୍ମହତ୍ୟା ଜନିତ ମୃତ୍ୟୁ ଖବର ସାମ୍ନାକୁ ଆସୁଥିବାରୁ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ କୋଟାରେ ଥିବା କୋଚିଂ ସେଣ୍ଟରେ ପରୀକ୍ଷା ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି । ତେବେ କେଉଁ କାରଣରୁ 2 ଛାତ୍ର ଜୀବନ ହାରିଛନ୍ତି ସେନେଇ ସୂଚନା ହସ୍ତଗତ ହୋଇ ନାହିଁ ।

ପରୀକ୍ଷା ଦେବାର କିଛି ସମୟ ପରେ ଜଓ୍ବାର ନଗର ସ୍ଥିତ କୋଚିଂ ଇନଷ୍ଟିଚ୍ୟୁଟ୍ ବିଲ୍ଡିଂର ଷଷ୍ଠ ମହଲାରୁ ଯାଇଥିଲେ ଆବିଷ୍କାର ଶମ୍ବାଜୀ କାସଲେ । ଏହା ପରେ ସେଠାରୁ ଡେଇଁପଡିଥିଲେ ବୋଲି ପୋଲିସ କହିଛି । ଏହି ଘଟଣା ରବିବାର ମଧ୍ୟାହ୍ନ 3ଟା 15 ମିନିଟ ସମୟରେ ଘଟିଥିଲା । ଷଷ୍ଠ ମହଲାର ବାଲକୋନିରୁ ତଳକୁ ଡେଇଁବା ପରେ ସ୍ଥାନୀୟ ଲୋକେ ଛାତ୍ର ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଉଥିଲେ କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଛାତ୍ର ଜଣଙ୍କର ମୃତ୍ୟୁ ହୋଇଥିଲା । ଆବିଷ୍କାର ଶମ୍ବାଜୀ କାସଲେଙ୍କ ମୃତ୍ୟୁର 4 ଘଣ୍ଟା ପରେ 18 ବର୍ଷୀୟ ଆଦର୍ଶ ରାଜ ରାତି ପ୍ରାୟ 7 ଟା ସମୟରେ କୁହ୍ନାଡି ପୋଲିସ ଷ୍ଟେସନ ପରିସରରେ ନିଜ ଭଡା ଘରେ ଜୀବନ ହାରିଥିଲେ।

ଏହା ମଧ୍ୟ ପଢନ୍ତୁ-କୋଟାରେ ଛାତ୍ର ଆତ୍ମହତ୍ୟା ଚିନ୍ତା ! ରୁମ୍‌ରେ ସ୍ପ୍ରିଙ୍ଗ୍‌ ଫ୍ୟାନ ସହ ହଷ୍ଟେଲ ଛାତ ଓ ବାଲକୋନୀରେ ଲାଗୁଛି ଜାଲି

ସନ୍ଧ୍ୟା 7ଟା 30 ମିନିଟ ସମୟରେ ମୃତ ଛାତ୍ରଙ୍କ ସମ୍ପର୍କୀୟ ଭାଇ ଭଉଣୀ ଘରେ ପହଞ୍ଚିଥିଲେ । ଏହାପରେ ଘରର କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ । ପରେ ତାଲା ଭାଙ୍ଗି ଦେଖିବା ପରେ ଆଦର୍ଶଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ନେଇଥିଲେ । କିନ୍ତୁ ଅଧା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମୃତ ଆବିଷ୍କାର ଶମ୍ବାଜୀ କାସଲେଙ୍କ ଘର ମହାରାଷ୍ଟ୍ର ଲାଟୁର ଜିଲ୍ଲାରେ । ସେ ଯୁକ୍ତ 2ର ଛାତ୍ର । ସେ ନିଟ୍‌ ୟୁଜି ପାଇଁ ଗତ ତିନି ବର୍ଷ ହେଲା କୋଚିଂ ନେଉଥିଲେ । ସେ ଏକ ଭଡା ଘରେ ରହୁଥିଲେ । ତାଙ୍କର ବାପା ମାଆ ସରକାରୀ ସ୍କୁଲରେ ପାଠ ପଢାନ୍ତି । ସେହିପରି ଆଦର୍ଶ ରାଜ ବିହାରର ରୋହତସ ଜିଲ୍ଲାର ବାସିନ୍ଦା । ସେ କୋଟାସ୍ଥିତ ଏକ କୋଟି ସେଣ୍ଟରରେ NEET UG ପାଇଁ ଏକ ବର୍ଷ ହେଲା ପ୍ରସ୍ତୁତି କରୁଥିଲେ । ତାଙ୍କ ଭଉଣୀ ଏବଂ ସମ୍ପର୍କୀୟ ଭାଇଙ୍କ ସହ ଭଡା ଘରେ ରହୁଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.