ETV Bharat / bharat

ବ୍ୟବସାୟିକ ହିତ ପାଇଁ ସାମ୍ବାଦିକତା ସାଧନ ନ ହେଉ: CJI

author img

By

Published : Jul 27, 2022, 4:02 PM IST

ପ୍ରଧାନ ବିଚାରପତି ଏନ.ଭି ରମଣା
ପ୍ରଧାନ ବିଚାରପତି ଏନ.ଭି ରମଣା

ଗଣତନ୍ତ୍ରର ମେରୁଦଣ୍ଡ ସାମ୍ବାଦିକ । ସାମ୍ବାଦିକତାକୁ ନିଜର ପ୍ରଭାବ ଓ ବ୍ୟବସାୟିକ ହିତ ପାଇଁ ଉପଯୋଗ କରା ନଯାଉ । ବାଣିଜ୍ୟିକ ସ୍ବାର୍ଥ ଥିବା ମିଡିଆ ହାଉସ୍ ବାହ୍ୟ ଚାପରେ ଅସୁରକ୍ଷିତ ହୋଇଯାଏ ଏବଂ ଅନେକ ସମୟରେ ବ୍ୟବସାୟିକ ହିତ ସାମ୍ବାଦିକତା ଭାବନା ଉପରେ ପ୍ରଭାବ ପକାଇଥାଏ ଫଳରେ ଲୋକତନ୍ତ୍ର ସହ ବୁଝାମୁଣା ହୋଇଥାଏ । ଏଭଳି ମନ୍ତବ୍ୟ ରଖିଛନ୍ତି ଦେଶର ପ୍ରଧାନ ବିଚାରପତି ଏନ.ଭି ରମଣା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ମିଡିଆ ନିଜକୁ ସଚ୍ଚୋଟ ସାମ୍ବାଦିକତା ମଧ୍ୟରେ ସୀମିତ ରଖିବାକୁ ହେବ । ଗଣତନ୍ତ୍ରର ମେରୁଦଣ୍ଡ ସାମ୍ବାଦିକ । ସାମ୍ବାଦିକତାକୁ ନିଜର ପ୍ରଭାବ ଓ ବ୍ୟବସାୟିକ ହିତ ପାଇଁ ଉପଯୋଗ କରାନଯାଉ । ବାଣିଜ୍ୟିକ ସ୍ବାର୍ଥ ଥିବା ମିଡିଆ ହାଉସ୍ ବାହ୍ୟ ଚାପରେ ଅସୁରକ୍ଷିତ ହୋଇଯାଏ ଏବଂ ଅନେକ ସମୟରେ ବ୍ୟବସାୟିକ ହିତ ସାମ୍ବାଦିକତା ଭାବନା ଉପରେ ପ୍ରଭାବ ପକାଇଥାଏ ଫଳରେ ଲୋକତନ୍ତ୍ର ସହ ବୁଝାମୁଣା ହୋଇଥାଏ । ଏପରି କିଛି କହିଛନ୍ତି ଦେଶର ପ୍ରଧାନ ବିଚାରପତି ଏନ.ଭି ରମଣା । ଗୁଲାବ ଚନ୍ଦ କୋଠାରୀଙ୍କ ବହି 'ଦ ଗୀତା ବିଜ୍ଞାନ ଉପନିଷଦ'ର ଉନ୍ମୋଚନ ଅବସରରେ ଏହା କହିଛନ୍ତି ପ୍ରଧାନ ବିଚାରପତି ।

ପୂର୍ବରୁ ମଧ୍ୟ ଏ ଦିଗରେ ଚିନ୍ତା ପ୍ରକଟ କରିଥିଲେ ପ୍ରଧାନ ବିଚାରପତି । ଦେଶରେ ଗଣମାଧ୍ୟମର ଖବର ପ୍ରସାରଣ ଶୈଳୀକୁ ତୀବ୍ର ସମାଲୋଚନା କରି ବିଭିନ୍ନ ପ୍ରସଙ୍ଗରେ ମିଡିଆ ଟ୍ରାଏଲ ଚଳାଇଛି ଯାହା କଙ୍ଗାରୁକୋର୍ଟ ପରି, ଯାହା ଲୋକତନ୍ତ୍ର ପାଇଁ ହାନିକାରକ ବୋଲି କହିଥିଲେ ସିଜେଆଇ । ପ୍ରଧାନ ବିଚାରପତି ଆହୁରି କହିଛନ୍ତି, ଯେବେ କୌଣସି ମିଡିଆ ହାଉସ ଅନ୍ୟ ବ୍ୟବସାୟିକ ହିତ ପାଇଁ କାମ କରେ ତାହା ଉପରେ ବାହାର ଚାପ ରହିଥାଏ ଫଳରେ ଲୋକତନ୍ତ୍ର ସହ ଏକ ପ୍ରକାର ବୁଝାମଣା କରିବାକୁ ପଡିଥାଏ । ସାମ୍ବାଦିକତା ଲୋକଙ୍କ ଆଖି ଓ କାନ ଅଟେ । ତଥ୍ୟ ପ୍ରସାରିତ କରିବା ମିିଡିଆ ହାଉସର କର୍ତ୍ତବ୍ୟ । ବିଶେଷ କରି ଭାରତୀୟ ସାମାଜିକ ବ୍ୟବସ୍ଥା ମଧ୍ୟରେ ଲୋକ ଏହା ମାନନ୍ତି କି ଯାହା ଛପା ଯାଉଛି ତାହା ସତ । ଗଣମାଧ୍ୟମ ଏହାର ପ୍ରଭାବ ଏବଂ ବ୍ୟବସାୟିକ ସ୍ୱାର୍ଥକୁ ବଢାଇବା ପାଇଁ ସାମ୍ବାଦିକତାକୁ ସାଧନ ଭାବରେ ବ୍ୟବହାର ନକରି ସଚ୍ଚୋଟ ସାମ୍ବାଦିକତା ମଧ୍ୟରେ ସୀମିତ ରହିବା ଉଚିତ୍ ବୋଲି କହିଛନ୍ତି ସିଜେଆଇ । ଜରୁରୀକାଳୀନ ଦିନର ଅନ୍ଧକାରକୁ ମନେ ପକାଇ ବ୍ୟବସାୟିକ ସ୍ୱାର୍ଥ ବିନା ମଧ୍ୟ ଜୁରୁରୀକାଳୀନ ପରିସ୍ଥିତିରରେ ଲୋକତନ୍ତ୍ର ପାଇଁ ଗଣମାଧ୍ୟମ ସଂଗ୍ରାମ କରିବାରେ ସକ୍ଷମ ହୋଇଥିବା କହିଛନ୍ତି ପ୍ରଧାନ ବିଚାପତି ।

ଏହା ବି ପଢନ୍ତୁ...ମିଡିଆ ଟ୍ରାଏଲ ମାଧ୍ୟମରେ ଦେଶରେ କଙ୍ଗାରୁକୋର୍ଟ ଚଳାଇଛି ଗଣମାଧ୍ୟମ: CJI

ସେ ଆହୁରି କହିଛନ୍ତି, ମୁଁ ବାସ୍ତବରେ ମାନେ କି ଆମ ଭାଷାକୁ ସମସ୍ତେ ସମ୍ମାନ ଦେବା ଦରକାର । ଯୁବକମାନଙ୍କୁ ଏହିପରି ଭାଷାରେ ଶିଖିବା ଏବଂ ଭାବିବା ପାଇଁ ଉତ୍ସାହିତ କରିବା ଆବଶ୍ୟକ । ଏହାଦ୍ବାରା ସେମାନେ ଦେଶକୁ ନୂତନ ଉଚ୍ଚତାରେ ପହଞ୍ଚିବାରେ ସାହାଯ୍ୟ କରିପାରିବେ । ଭାରତୀୟ ଭାଷା ପ୍ରଚାର କରିବା ତାଙ୍କ ହୃଦୟର ଅତି ନିକଟତର ବୋଲି କହିଛନ୍ତି ସିଜେଆଇ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.