ETV Bharat / bharat

ବିଲ୍ଡିଂରୁ ଉଦ୍ଧାର ହେଲା ବିଶାଳ ସାପ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

author img

By ETV Bharat Odisha Team

Published : Sep 26, 2023, 8:20 PM IST

Mumbai: ବିଲ୍ଡିଂରୁ ଉଦ୍ଧାର ହେଲା ବିଶାଳ ସାପ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
Mumbai: ବିଲ୍ଡିଂରୁ ଉଦ୍ଧାର ହେଲା ବିଶାଳ ସାପ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଏକ କୋଠାରୁ ଉଦ୍ଧାର ହେଲା ବିଶାଳ ସାପ । ସୋସିଆଲ ମିଡିଆ ୟୁଜର୍ସ କହୁଛନ୍ତି ମହାରାଷ୍ଟ୍ର ଥାଣେର ଘଟଣା । ଭାଇରାଲ ହେଉଛି ଭିଡିଓ । ଅଧିକ ପଢନ୍ତୁ

Mumbai: ବିଲ୍ଡିଂରୁ ଉଦ୍ଧାର ହେଲା ବିଶାଳ ସାପ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ମୁମ୍ବାଇ: ମହାରାଷ୍ଟ୍ର ଥାଣେ ସହରରେ ଏକ ବିଲ୍ଡିଂରୁ ଏକ ବିଶାଳ ସାପ ଉଦ୍ଧାର ହୋଇଛି । ବିଲ୍ଡିଂର ଏକ ମହାଲାରେ ଏହି ସାପଟିକୁ ଝରକା ପଟୁ ଦୁଇଜଣ ବ୍ୟକ୍ତି ଉଦ୍ଧାର କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ବିଶାଳ ସାପଟି ଚିହ୍ନଟ ହୋଇନଥିବା ବେଳେ କେହି କେହି ଏହାକୁ ଅଜଗର ବୋଲି କହୁଛନ୍ତି । ଭିଡିଓର ସତ୍ୟତା ସମ୍ପର୍କରେ ସ୍ପଷ୍ଟ ହୋଇପାରିନି । ୟୁଜର୍ସମାନେ ଏହାକୁ ମହାରାଷ୍ଟ୍ର ଥାଣେ ସହରର ଘଟଣା ବୋଲି କହୁଛନ୍ତି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଥିବା ଦୃଶ୍ୟ ଅନୁସାରେ, ଏକ ବିଲ୍ଡିଂରୁ ଏହି ସାପଟି ଉଦ୍ଧାର କରାଯାଉଛି । ବିଲ୍ଡିଂ ଭିତରୁ ସାପଟି ଝରକା ଦେଇ ବାହାରକୁ ଝୁଲି ରହିଛି । ଏହି ବିଶାଳ ସାପକୁ ଦୁଇଜଣ ବ୍ୟକ୍ତି ଉଦ୍ଧାର କରିବା ପାଇଁ ପ୍ରୟାସ କରୁଛନ୍ତି । ସେମାନେ ଏକ କାନ୍ଥ ଉପରେ ଛିଡା ହୋଇ ସାପଟିକୁ ବାହାରକୁ ବାହାର କରିବା ପାଇଁ ପ୍ରୟାସ କରୁଛନ୍ତି । କିଛି ସମୟ ମଧ୍ୟରେ ସାପଟି ଝରକାରୁ ବାହାରି ତଳକୁ ଖସିପଡୁଛି । ହେଲେ ଏହି ବିଶାଳ ସାପଟି କେଉଁ ପ୍ରଜାତିର ସାପ, ତାହା ଭାଇରାଲ ଭିଡିଓରେ ସ୍ପଷ୍ଟ ହୋଇପାରୁନାହିଁ ।

ତେବେ ଏହି ଆଶ୍ଚର୍ଯ୍ୟଚକିତ କରିବା ପରି ଦୁଃସାହାସ ପ୍ରଦର୍ଶନ ପୂର୍ବକ ସାପକୁ ଉଦ୍ଧାର କରୁଥିବା ଦୁଇ ବ୍ୟକ୍ତିଙ୍କ ସମ୍ପର୍କରେ ମଧ୍ୟ କୌଣସି ସୂଚନା ମିଳିନାହିଁ । ସେମାନେ ସ୍ଥାନୀୟ ବାସିନ୍ଦା ନା ପ୍ରଶିକ୍ଷିତ ସ୍ନେକ ହେଲ୍ପଲାଇନ ସଦସ୍ୟ ସେ ନେଇ କିଛି ସୂଚନା ମଧ୍ୟ ନାହିଁ । ସାପଟି ଖସି ପଡିବା ପରେ କେଉଁଆଡେ ଗଲା, ନା ତାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡା ଯାଇଛି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ନୁହେଁ । କେବଳ ସାପଟି ଝରକାରୁ ବାହାରି ତଳକୁ ଖସି ପଡୁଥିବା ପର୍ଯ୍ୟନ୍ତ ହିଁ ଭିଡିଓରେ ରେକର୍ଡ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- 'ରାଜ୍ୟ ସରକାର ପ୍ରତାପ ଜେନାଙ୍କୁ ସୁରକ୍ଷା ଦେଇ ଜନ ବିରୋଧୀ କାମ କରିଛନ୍ତି'

ଏକାଧିକ ସୋସିଆଲ ମିଡିଆ ୟୁଜର୍ସ ଏହି ଭିଡିଓ ପୋଷ୍ଟ କରି ଏହା ମହାରାଷ୍ଟ୍ରର ଥାଣାର ଘଟଣା ବୋଲି କହିଛନ୍ତି । ସେହିପରି ସେମାନେ ଏହି ସାପକୁ ଅଜବର ବୋଲି କହୁଛନ୍ତି । ଅବଶ୍ୟ ବିଶାଳ ଆକାର ଦୃଷ୍ଟିରୁ ସାପଟି ଏକ ଅଜଗର ପ୍ରଜାତିର ବୋଲି ଜଣାପଡୁଛି । ଘଟଣା କିମ୍ବା ଭିଡିଓ ସମ୍ପର୍କରେ ଇଟିଭି ଭାରତ ସ୍ପଷ୍ଟ କରୁନାହିଁ । କେବଳ ଭାଇରାଲ ହେଉଥିବା ଭିଡିଓ ଆଧାରରେ ଏହି ଖବର ପରିବେଷଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.