ETV Bharat / bharat

Maratha quota violence: ଏକାଧିକ NCP ବିଧାୟକଙ୍କ ଘର ସମେତ ଅଫିସ ଜାଳିଦେଲେ ଆନ୍ଦୋଳନକାରୀ, ବିଡରେ 144 ଜାରି

author img

By ETV Bharat Odisha Team

Published : Oct 30, 2023, 10:07 PM IST

Maratha quota turns violent: ଏକାଧିକ NCP ବିଧାୟକଙ୍କ ଘର ସମେତ ଅଫିସରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ, ବିଡରେ 144 ଜାରି
Maratha quota turns violent: ଏକାଧିକ NCP ବିଧାୟକଙ୍କ ଘର ସମେତ ଅଫିସରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ, ବିଡରେ 144 ଜାରି

ମରାଠା ସଂରକ୍ଷଣ ଆନ୍ଦୋଳନରେ ମହାରାଷ୍ଟ୍ର ବିଡ ଜିଲ୍ଲା ଅଶାନ୍ତ । 2 ବିଧାୟକଙ୍କ ସହ ଏନସିପି କାର୍ଯ୍ୟାଳୟ ଜାଳିଦେଲେ ଆନ୍ଦୋଳନକାରୀ । ଜିଲ୍ଲାରେ 144 ଜାରି । ଅଧିକ ପଢନ୍ତୁ

ମମ୍ବାଇ: ମରାଠା ସଂରକ୍ଷଣ ଆନ୍ଦୋଳନରେ ମହାରାଷ୍ଟ୍ରର ବିଡ ଜିଲ୍ଲା ଅଶାନ୍ତ ହେବାରେ ଲାଗିଛି । ଆନ୍ଦୋଳନକାରୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଏକାଧିକ NCP ବିଧାୟକ । ଆଜି ବିଡ ଜିଲ୍ଲାରେ ଏକାଧିକ ଏନସିପି ବିଧାୟକଙ୍କ ବାସଭବନ ସମେତ ଦଳର ଜିଲ୍ଲା କାର୍ଯ୍ୟାଳୟରେ ଆନ୍ଦୋଳନକାରୀମାନେ ନିଆଁ ଲଗାଇ ଦେଇଛନ୍ତି । ପ୍ରଥମେ ଏନସିପି ବିଧାୟକ ପ୍ରକାଶ ସୋଲାଙ୍କେ ଓ ପରେ ବିଧାୟକ ସନ୍ଦୀପ କ୍ଷୀରସାଗରଙ୍କ ସମେତ ରାଜ୍ୟର ପୂର୍ବତନ ମନ୍ତ୍ରୀ ଜୟ କ୍ଷୀରସାଗରଙ୍କ ବାସଭବନ ଜାଳି ଦେଇଛନ୍ତି ଆନ୍ଦୋଳନକାରୀ । ଏହା ସହ ବିଡ ଡିଲ୍ଲାରେ ଥିବା ଏନସିପି କାର୍ଯ୍ୟାଳୟରେ ମଧ୍ୟ ଆନ୍ଦୋଳନକାରୀ ନିଆଁ ଲଗାଇଦେଇଛନ୍ତି ।

  • Maharashtra | Beed District Collector Dipa Mudhol Munde has issued prohibitory orders under CrPC 144(2) in the 5 kilometers' radius area from District headquarters and all taluka Headquarters in the district. The decision has been taken by the authorities after today's incidents… https://t.co/eIRHZnffsE

    — ANI (@ANI) October 30, 2023 " class="align-text-top noRightClick twitterSection" data=" ">

ତେବେ ପୁରା ଜିଲ୍ଲାର ବିଭିନ୍ନ ସ୍ଥାନରେ ହିଂସା ଓ ଉତ୍ତେଜନା ଦେଖାଯାଇଛି । ପୋଲିସ ସୁରକ୍ଷା ବଢାଯାଇଥିବା ବେଳେ ସମ୍ବେଦନଶୀଳ ସ୍ଥାନରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଜିଲ୍ଲା ପ୍ରଶାସନ ହିଂସାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ସ୍ଥାନୀୟ ମାଜିଷ୍ଟ୍ରେଟ ଦୀପା ମୁଢଲ ମୁଣ୍ଡେ ଜିଲ୍ଲା ସଦର ମହକୁମାର 5 କି.ମି ମଧ୍ୟରେ ଧାରା-144 ଜାରି କରିଛନ୍ତି । ସେହିପରି ସମସ୍ତ ତହସିଲ ମୁଖ୍ୟାଳୟର 5 କି.ମି ମଧ୍ୟରେ ମଧ୍ୟ ଏହା ଜାରି କରାଯାଇଛି । ଏହି ସ୍ଥାନରେ କୌଣସି ପ୍ରକାର ଅନାବଶ୍ୟକ ଭିଡ କିମ୍ବା ଗତିବିଧି ଉପରେ ରୋକ ଲଗାଯାଇଛି । ଜିଲ୍ଲାର କୌଣସି ସ୍ଥାନରେ ବିକ୍ଷୋଭ ଓ ଅନ୍ୟ କୌଣସି ଶୋଭାଯାତ୍ରାକୁ ନିଷେଧ କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନକୁ ବଢାଇ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ :- Maratha quota turns violent: NCP ବିଧାୟକଙ୍କ ଘର ଓ ଗାଡି ଜାଳିଦେଲେ ଆନ୍ଦୋଳନକାରୀ

ଆଜି ପୂର୍ବାହ୍ନ ଅଜିତ ପାଓ୍ବାର ଗୋଷ୍ଠୀର ଏନସିପି ବିଧାୟକ ପ୍ରକାଶ ସୋଲାଙ୍କେଙ୍କ ବିଡ ଜିଲ୍ଲା ସ୍ଥିତ ବାସଭବନ ଉତ୍ୟକ୍ତ ଆନ୍ଦୋଳନକାରୀ ଆକ୍ରମଣ କରିଥିଲେ । ବିଧାୟକଙ୍କ ଘରକୁ ଟେକା ପଥର ମାଡ କରିବା ପରେ ପାର୍କିଂ ହୋଇଥିବା କାର ଓ ତାଙ୍କ ବାସଭବନରେ ନିଆଁ ଲଗାଇ ଦେଇଥିଲେ । ତେବେ ଏହା ପରେ ଅନ୍ୟ ଏନସିପି ବିଧାୟକ ସନ୍ଦୀପ କ୍ଷୀରସାଗରଙ୍କ ବାସଭବନରେ ମଧ୍ୟ ସାମାନ ଢଙ୍ଗରେ ଆକ୍ରମଣ ଓ ଜଳାପୋଡା ହୋଇଛି । ଏହା ପରେ ଏନସିପିର ସ୍ଥାନୀୟ କାର୍ଯ୍ୟାଳୟ ମଧ୍ୟ ଆନ୍ଦୋଳନକାରୀଙ୍କ ପ୍ରକୋପରୁ ବର୍ତ୍ତି ପାରିନାହିଁ । ସେଠାରେ ମଧ୍ୟ ଅଗ୍ନିକାଣ୍ଡ ଘଟାଇଛନ୍ତି ଉତ୍ୟକ୍ତ ଆନ୍ଦୋଳନକାରୀ । ଜିଲ୍ଲାରେ ପୋଲିସ ସୁରକ୍ଷା ବଢାଯିବା ସହ 144 ଜାରି କରିବାକୁ ପ୍ରଶାସନ ବାଧ୍ୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.