ETV Bharat / bharat

ଭୋପାଳରେ ବିଷାକ୍ତ ଗ୍ୟାସ୍‌ ଲିକ୍: ଅନେକ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

author img

By

Published : Oct 27, 2022, 11:50 AM IST

ଭୋପାଳରେ ବିଷାକ୍ତ ଗ୍ୟାସ୍ ଲିକ୍ । ୧୫ ଜଣ ମେଡିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଭୋପାଳରେ ବିଷାକ୍ତ ଗ୍ୟାସ ଲିକ୍: ୧୫ ମେଡିକାଲରେ ଭର୍ତ୍ତି
ଭୋପାଳରେ ବିଷାକ୍ତ ଗ୍ୟାସ ଲିକ୍: ୧୫ ମେଡିକାଲରେ ଭର୍ତ୍ତି

ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ବଡ ଅଘଟଣ । ଗତକାଲି ସନ୍ଧ୍ୟାରେ ଭୋପାଳରେ ଏକ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରୁ ବିଷାକ୍ତ ଗ୍ୟାସ୍ ଲିକ୍ ହେବା ଯୋଗୁଁ ଅନେକ ଲୋକ ଅସୁସ୍ଥ ହୋଇପଡିଛନ୍ତି(Chlorine Gas Leak In Bhopal) । ପାଖାପାଖି ୧୫ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରେ କିଛି ଛୋଟ ପିଲା ଥିବା ସୂଚନା ମିଳିଛି । ଭୋପାଳ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟା ୬ଟା ସମୟରେ ଏହି ଅଘଟଣ ଘଟିଥିଲା । ଭୋପାଳ ମଦର ଇଣ୍ଡିଆ କଲୋନୀରେ(Mother India colony) ଥିବା ଏକ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରୁ କ୍ଲୋରିନ ଗ୍ୟାସ୍ ନିର୍ଗତ ହୋଇଥିଲା । ଗ୍ୟାସ୍ ସଂସ୍ପର୍ଶରେ ଆସିବା ଯୋଗୁଁ ହଠାତ୍ ଲୋକେ କାଶିବା ଓ ବାନ୍ତି କରିବା ଆରମ୍ଭ କରିଥିଲେ । ସେମାନଙ୍କ ଆଖିରେ ପୋଡାଜଳା ହୋଇଥିଲା । ଏପରିକି କିଛି ଜଣ ଅଚେତ ମଧ୍ୟ ହୋଇପଡିଥିଲେ । ଯାହାକୁ ନେଇ ଚାରିଆଡେ ଆତଙ୍କ ଖେଳି ଯାଇଥିଲା । ଏହାପରେ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: ଇରାନରେ ମସଜିଦରେ ଗୁଳିମାଡ, ୧୫ ମୃତ

ତେବେ ଯାହା ଜଣାପଡିଛି, ଗତକାଲି ପ୍ରଥମେ ପୂର୍ବାହ୍ନ ସାଢେ ୨ଟା ସମୟରେ ପ୍ଲାଣ୍ଟରୁ କ୍ଲୋନ ଗ୍ୟାସ୍ ଲିକ୍ ହୋଇଥିଲା । ଟେକ୍ନିସିଆନ ଏହାକୁ ମରାମତି କରିବାକୁ ଚେଷ୍ଟା କରିଥିଲେ । ହେଲେ ସନ୍ଧ୍ୟା ସମୟରେ ଅଚାନକ ପୁଣିଥରେ ଗ୍ୟାସ୍ ଲିକ୍ କରିଥିଲା । ଏହାପରେ ତୁରନ୍ତ ୯୦୦ କେଜିର କ୍ଲୋରିନ ଗ୍ୟାସ୍ ସିଲିଣ୍ଡରକୁ କ୍ରେନ ସାହାଯ୍ୟରେ ପାଣିରେ ଫିଙ୍ଗି ଦିଆଯାଇଥିଲା । ଏହି ଘଟଣାକୁ ନେଇ ଜିଲ୍ଲାପାଳ କହିଛନ୍ତି, "ଏବେ ଚିନ୍ତା କରିବାର କିଛି କାରଣ ନାହିଁ । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସମସ୍ତ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । କିପରି ଏହି ଗ୍ୟାସ୍ ଲିକ୍ ହେଲା ସେନେଇ ତଦନ୍ତ କରାଯାଉଛି ।"

ଏହାପୂର୍ବରୁ ୧୯୮୪ ମସିହାରେ ଭୋପାଳରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା । ଏଥିରେ ଅନେକ ଲୋକଙ୍କୁ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୫ ଲକ୍ଷରୁ ଅଧକ ପ୍ରଭାବିତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.