ETV Bharat / bharat

ଅସ୍ତ୍ର ଛାଡି ସମାଜର ମୁଖ୍ୟସ୍ରୋତକୁ ଫେରିଲା ଉଗ୍ରବାଦୀ ସଂଗଠନ UNLF

author img

By ETV Bharat Odisha Team

Published : Nov 29, 2023, 9:08 PM IST

ଅସ୍ତ୍ର ଛାଡି ସମାଜର ମୁଖ୍ୟସ୍ରୋତକୁ ଫେରିଲା ଉଗ୍ରବାଦୀ ସଂଗଠନ UNLF
ଅସ୍ତ୍ର ଛାଡି ସମାଜର ମୁଖ୍ୟସ୍ରୋତକୁ ଫେରିଲା ଉଗ୍ରବାଦୀ ସଂଗଠନ UNLF

ଅସ୍ତ୍ର ଛାଡି ସମାଜର ମୁଖ୍ୟସ୍ରୋତକୁ ଫେରିଲା ମଣିପୁରର ପୁରାତନ ଉଗ୍ରବାଦୀ ସଂଗଠନ UNLF । ଦିଲ୍ଲୀରେ ହେଲା ଶାନ୍ତିଚୁକ୍ତି । ଅମିତ ଶାହ କହିଲେ ଉତ୍ତର-ପୂର୍ବ ଶାନ୍ତି ମିଶନରେ ମାଇଲଖୁଣ୍ଟ ସଫଳତା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଅସ୍ତ୍ର ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଚୁକ୍ତିବଦ୍ଧ ହେଲା ଉତ୍ତର-ପୂର୍ବ ରାଜ୍ୟ ମଣିପୁରର ଅନ୍ୟତମ ପୁରାତନ ଉଗ୍ରବାଦୀ ସଂଗଠନ ସଂଯୁକ୍ତ ଜାତୀୟ ମୁକ୍ତି ମୋର୍ଚ୍ଚା ବା United National Liberation Front (UNLF) । ଆଜି ଏହି ପୁରାତନ ସଶସ୍ତ୍ର ବିଚ୍ଛିନ୍ନତା ସଂଗଠନ ଓ କେନ୍ଦ୍ର ସରକାର ମଧ୍ୟରେ ଶାନ୍ତିଚୁକ୍ତି ସ୍ବାକ୍ଷରିତ ହୋଇଛି । ଦିଲ୍ଲୀରେ ଏହି ଶାନ୍ତିଚୁକ୍ତି ସ୍ବାକ୍ଷରିତ ହେବା ପରେ ମଣିପୁରେ ଏହାର ସଦସ୍ୟମାନେ ଅସ୍ତ୍ର ସମର୍ପଣ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଶାନ୍ତିଚୁକ୍ତି ସମ୍ପର୍କରେ ଏକାଧିକ ଫଟୋ ଓ ଭିଡିଓ ଟ୍ବିଟ କରିଛନ୍ତି ।

  • #WATCH | Union Home Minister Amit Shah tweets, "A historic milestone achieved!!! Modi govt’s relentless efforts to establish permanent peace in the Northeast have added a new chapter of fulfilment as the United National Liberation Front (UNLF) signed a peace agreement, today in… pic.twitter.com/DjwyBhkf3w

    — ANI (@ANI) November 29, 2023 " class="align-text-top noRightClick twitterSection" data=" ">

ସୂଚନା ଅନୁସାରେ, ଆଜି ରାଜଧାନୀ ଦିଲ୍ଲୀରେ ଏହି ସଂଗଠନର ପ୍ରମୁଖ କାର୍ଯ୍ୟକର୍ତ୍ତା ଓ ଭାରତ ସରକାରଙ୍କ ମଧ୍ୟରେ ଏହି ଶାନ୍ତିଚୁକ୍ତି ସ୍ବାକ୍ଷରିତ ହୋଇଛି । କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ଭାରତ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ । ଚୁକ୍ତି ପ୍ରକ୍ରିୟା ସମ୍ପର୍କରେ ଟ୍ବିଟ କରି ଶାହ କହିଛନ୍ତି, ‘‘ଏକ ବଡ ମାଇଲଖୁଣ୍ଟ ସଫଳତା । ଉତ୍ତର-ପୂର୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଅକ୍ଳାନ୍ତ ପରିଶ୍ରମର ଧାରାରେ ଏହା ଆଉ ଏକ ଫର୍ଦ୍ଦ ଯୋଡିଛି । ମଣିପୁରର ପୁରାତନ ଉପତ୍ୟାକା ଉଗ୍ରବାଦୀ ଗୋଷ୍ଠୀ UNLF ଆଜି ମୁଖ୍ୟସ୍ରୋତରେ ସାମିଲ ହେବା ନେଇ ଶାନ୍ତିଚୁକ୍ତିରେ ଚୁକ୍ତିବଦ୍ଧ ହୋଇଛି । ଆମେ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତ ଓ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସ୍ବାଗତ କରୁଛୁ । ଶାନ୍ତି ଓ ପ୍ରଗତିର ଧାରାରେ ସେମାନଙ୍କର ନୂତନ ଯାତ୍ରାକୁ ଶୁଭେଚ୍ଛା ।’’

  • A historic milestone achieved!!!

    Modi govt’s relentless efforts to establish permanent peace in the Northeast have added a new chapter of fulfilment as the United National Liberation Front (UNLF) signed a peace agreement, today in New Delhi.

    UNLF, the oldest valley-based armed… pic.twitter.com/AiAHCRIavy

    — Amit Shah (@AmitShah) November 29, 2023 " class="align-text-top noRightClick twitterSection" data=" ">

UNLF ମଣିପୁର ଓ ଉତ୍ତର-ପୂର୍ବରେ ସକ୍ରିୟ ଥିବା ପୁରାତନ ସଶସ୍ତ୍ର ବିଚ୍ଛିନ୍ନତାବାଦୀ ଗୋଷ୍ଠୀ ମଧ୍ୟରୁ ଅନ୍ୟତମ । ଏହା 1964ରେ ପ୍ରତିଷ୍ଠା ହୋଇଥିଲା । ପ୍ରାୟ 6 ଦଶନ୍ଧିରୁ ଅଧିକ ସମୟ ଧରି ଏହି ସଂଗଠନ ଉତ୍ତର-ପୂର୍ବ ଓ ବିଶେଷ ଭାବେ ମଣିପୁରରେ ସକ୍ରିୟ ରହିଥିଲା । 2014ରେ କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଉତ୍ତର-ପୂର୍ବରେ ବିଚ୍ଛିନ୍ନତାବାଦ ସମାପ୍ତ କରିବା ପାଇଁ ସେମାନଙ୍କ ସହ ଶାନ୍ତିଚୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏବେ ସୁଦ୍ଧା ଉତ୍ତର-ପୂର୍ବର ଏକାଧିକ ରାଜ୍ୟରେ ସକ୍ରିୟ ଥିବା ଏକାଧିକ ଛୋଟ ବଡ ଉଗ୍ରବାଦୀ ସଂଗଠନ ଏହି ପ୍ରକ୍ରିୟାରେ ଚୁକ୍ତିବଦ୍ଧ ହୋଇସାରିଛନ୍ତି । ଆଜି ଏହି କ୍ରମରେ 6 ଦଶନ୍ଧି ପୁରାତନ ଉଗ୍ରବାଦୀ ସଂଗଠନ UNLF ମଧ୍ଯ ମୁଖ୍ୟସ୍ରୋତକୁ ଫେରିବା ପାଇଁ ଚୁକ୍ତିବଦ୍ଧ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ଦିଦିଙ୍କ ଗଡରେ ଗର୍ଜିଲେ ଶାହ:‘CAA ଲାଗୁ ହେବାକୁ କେହି ରୋକି ପାରିବେନି’

ପରବର୍ତ୍ତୀ ପ୍ରକ୍ରିୟା ଅନୁସାରେ ଏକ ଶାନ୍ତି ସମୀକ୍ଷା କିମିଟି (PMC) ଗଠନ କରିବେ କେନ୍ଦ୍ର ସରକାର । ଏଥିରେ ଉଭୟ ସଂଗଠନ ଓ ସରକାରଙ୍କ ପକ୍ଷରୁ ପ୍ରତିନିଧି ରହିବେ । ଏହି କମିଟି ଏହି ଚୁକ୍ତିନାମାର ସର୍ତ୍ତାବଳି ସଠିକ ଅନୁପାଳନକୁ ନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବ । ଏବେ ଉତ୍ତର ପୂର୍ବରେ ସୁରକ୍ଷା ସ୍ଥିତିରେ ସୁଧାର ଆସିବା କାରଣରୁ ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ ମଧ୍ୟ କ୍ରମଶଃ ସଙ୍କୁଚିତ କରାଯାଉଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.