ETV Bharat / bharat

ଦିଦିଙ୍କ ଗଡରେ ଗର୍ଜିଲେ ଶାହ:‘CAA ଲାଗୁ ହେବାକୁ କେହି ରୋକି ପାରିବେନି’

author img

By ETV Bharat Odisha Team

Published : Nov 29, 2023, 7:43 PM IST

Amit Shah Roars in Bengal: କୋଲକାତାରେ ଶାହଙ୍କ ଗର୍ଜନ । କହିଲେ 2024ରେ କେନ୍ଦ୍ରରେ ଓ 2026ରେ ପଶ୍ଚିମବଙ୍ଗରେ BJP ସରକାର । CAA ଲାଗୁ ହେବାକୁ କେହି ରୋକିପାରିବେ ନାହିଁ । ଅଧିକ ପଢନ୍ତୁ

ବଙ୍ଗରେ ଗର୍ଜିଲେ ଶାହ: ‘CAA ଲାଗୁକୁ କେହି ରୋକି ପାରିବେନି’ବଙ୍ଗରେ ଗର୍ଜିଲେ ଶାହ: ‘CAA ଲାଗୁକୁ କେହି ରୋକି ପାରିବେନି’
ବଙ୍ଗରେ ଗର୍ଜିଲେ ଶାହ: ‘CAA ଲାଗୁକୁ କେହି ରୋକି ପାରିବେନି’

ବଙ୍ଗରେ ଗର୍ଜିଲେ ଶାହ: ‘2024 ରେ କେନ୍ଦ୍ରରେ ଓ 2026 ରେ ବଙ୍ଗରେ BJP ସରକାର ’

କୋଲକାତା: 5 ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ମାତ୍ର କିଛି ଦିନ ପୂର୍ବରୁ ଆଜି କୋଲକାତାରେ ଏକ ସାଧାରଣସଭାକୁ ସମ୍ବୋଧିତ କରି ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏକାଧିକ ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଉପରେ ବର୍ଷିବା ସହ ବଙ୍ଗରେ ନାଗରିକତା ସଂଶୋଧନ ଆଇନ (CAA) ଲାଗୁ ହେବା ନେଇ ବଡ ସୂଚନା ଦେଇଛନ୍ତି । CAAକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧ କରିଆସିଛନ୍ତି । ହେଲେ ଏହାକୁ ଲାଗୁ କରିବାରୁ କେହି ରୋକିପାରିବେ ନାହିଁ ବୋଲି ଶାହ କହିଛନ୍ତି ।

ଆଜି (ବୁଧବାର) କୋଲକାତାରେ ଏକ ବିଶାଳ ଜନସଭାକୁ ଶାହ ସମ୍ବୋଧିତ କରିଛନ୍ତି । ପଶ୍ଚିମବଙ୍ଗରେ ବାଂଲାଦେଶୀଙ୍କ ଅନୁପ୍ରବେଶ ପାଇଁ ମମତାଙ୍କୁ ଟାର୍ଗେଟ କରିଛନ୍ତି ଶାହ । କହିଛନ୍ତି,‘‘ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅନୁପ୍ରବେଶକାରୀଙ୍କୁ ସରକାରୀ ପ୍ରମାଣପତ୍ର ଯୋଗାଇଦେବା ପାଇଁ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରାଯାଉଛି । ଏହା ପରେ ମଧ୍ୟ ପଶ୍ଚିମବଙ୍ଗ ପୋଲିସ ଚୁପ ବସିଛି । ଯେଉଁ ରାଜ୍ୟରେ ଏତେ ସଂଖ୍ୟାରେ ଅନୁପ୍ରବେଶ ହୁଏ, ସେ ରାଜ୍ୟରେ କ’ଣ ବିକାଶ ସମ୍ଭବ । ମମତା ବାନାର୍ଜୀ ନାଗରିକତା ସଂଶୋଧନ ଅଧିନିୟମ (CAA)କୁ ରାଜ୍ୟରେ ଏଥିପାଇଁ ଲାଗୁ କରୁନାହାନ୍ତି । କିନ୍ତୁ ମମତା ଦିିଦି ଜାଣିରଖନ୍ତୁ, ସିଏଏ ହେଉଛି ଦେଶର ଆଇନ, ଏହାକୁ କାର୍ଯ୍ୟକାରୀ କରିବାକୁ କେହି ରୋକି ପାରିବେନାହିଁ ।’’

ସେହିପରି ସେ ସୀମାପାର ଅନୁପ୍ରବେଶ ରୋକିବା ଦିଗରେ ଆସାମ ସରକାରର ଉଦାହରଣ ମଧ୍ୟ ଦେଇଛନ୍ତି । ଆସମରେ ରାଜ୍ୟବାସୀ ବିଜେପିକୁ ଭୋଟ ଦେଲେ । ଏବେ ଆସାମର ସୀମା ସୁରକ୍ଷିତ । କେହି ଆସାମର ସୀମା ଅତିକ୍ରମ କରିବାକୁ ସାହାସ କରିପାରୁ ନାହାନ୍ତି ବୋଲି ଶାହ କହିଛନ୍ତି । ସେ ଆସନ୍ତା ସାଧାରଣ ନିର୍ବାଚନ (2024)ରେ କେନ୍ଦ୍ରରେ ମୋଦି ସରକାର କ୍ଷମତା ବଜାୟ ରଖିବା ସହ ପଶ୍ଚିମବଙ୍ଗରେ ମଧ୍ୟ 2026 ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ସରକାର ହେବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଆହୁରି ୫ ବର୍ଷ ମିଳିବ ମାଗଣା ଚାଉଳ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, 2021 ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି, ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ କଡା ଟକ୍କର ଦେଇଥିଲା । ବିଧାନସଭା ନିର୍ବାଚନରେ ମମତା ନିଜେ ପରାସ୍ତ ହୋଇଥିଲେ ମଧ୍ୟ ସଂଖ୍ୟା ଗରିଷ୍ଠତା ହାସଲ କରି ଶାସନ କ୍ଷମତା ବଜାୟ ରଖିଥିଲା । ମମତା ବାନାର୍ଜୀ ନନ୍ଦୀଗ୍ରାମ ଆସନରୁ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାଜିତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ କିଛି ମାସ ମଧ୍ୟରେ ସେ ପୁଣି ନିଜର ପାରମ୍ପରିକ ଆସନ ଭବାନୀପୁରରୁ ଉପନିର୍ବାଚନରେ ବିଜୟୀ ହେଇ ବିଧାନସଭା ପହଞ୍ଚିଥିଲେ । ବିଜେପି ବିରୋଧୀ ଦଳ ଭୂମିକାରେ ରହିବାକୁ ବାଧ୍ୟ ହୋଇଥିଲା । ଏକଦା ମମତାଙ୍କ ବେଶ ଘନିଷ୍ଠ ଥିବା ଓ ପରେ ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀ ବିରୋଧୀ ଦଳ ନେତା ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.