ETV Bharat / bharat

Bhaang ki goli: ଜୋମାଟୋକୁ ଭାଙ୍ଗ ମାଗିଲେ ଯୁବକ, ଦିଲ୍ଲୀ ପୋଲିସ ଦେଲା ଏମିତି ପରାମର୍ଶ

author img

By

Published : Mar 8, 2023, 6:45 AM IST

Bhaang ki goli
Bhaang ki goli

ଜୋମାଟୋକୁ ୧୪ ଥର ଭାଙ୍ଗ ଡେଲିଭରୀ ପାଇଁ ଅନୁରୋଧ କଲେ ଯୁବକ । ଏମିତି ପରାମର୍ଶ ଦେଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଆଜି ସାରା ଦେଶବାସୀ ପାଳିଛନ୍ତି ରଙ୍ଗର ପର୍ବ ହୋଲି । ଚାରିଆଡେ ଉତ୍ସବର ମାହୋଲ । ଏହି ସମୟରେ ଆସିଛି ଏକ ମଜାଳିଆ ଖବର । ଯେଉଁଠି ଜଣେ ଯୁବକ ଫୁ଼ଡ ଡେଲିଭରୀ କମ୍ପାନୀ ଜୋମାଟୋକୁ ମାଗିଛନ୍ତି 'ଭାଙ୍ଗ କି ଗୋଲି' । ତେବେ ସେ ଥର କି ୨ ଥର ନୁହେଁ, ୧୪ ଥର ନିଶାଦ୍ରବ୍ୟ ଭାଙ୍ଗ ଡେଲିଭରୀ କରିବା ଲାଗି ଜୋମାଟୋକୁ କହିଥିଲେ । ଏ ନେଇ ଜୋମାଟୋ ଟ୍ବିଟ କରି ସୂଚନା ଦେଇଛି । କମ୍ପାନୀ କହିଛି ଯେ କେହି ଏହି ଯୁବକଙ୍କୁ କୁହନ୍ତୁ ଯେ ଆମେ ଭାଙ୍ଗ ଡେଲିଭରୀ କରୁନାହୁଁ । ଜୋମାଟୋ ଏପରି ଟ୍ବିଟ କରିବା ପରେ କମେଣ୍ଟ ସେକ୍ସନରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

  • someone please tell shubham from gurgaon we don't deliver bhaang ki goli. he has asked us 14 times 😭

    — zomato (@zomato) March 7, 2023 " class="align-text-top noRightClick twitterSection" data=" ">

ଉକ୍ତ ଯୁବକଙ୍କ ନାମ ଶୁଭମ ବୋଲି ଜଣାପଡ଼ିଛି । ଜୋମାଟୋ ଟ୍ବିଟ କରି ଲେଖିଛି, "କେହି ଶୁଭମଙ୍କୁ କୁହନ୍ତୁ ଯେ ଆମେ ଭାଙ୍ଗ ଡେଲିଭରୀ କରୁନାହୁଁ । ସେ ଆମକୁ ୧୪ ଥର ଭାଙ୍ଗ ଡେଲିଭରୀ କରିବା ଲାଗି ଅନୁରୋଧ କରିଛନ୍ତି ।" ଏହି ଟ୍ବିଟଟି ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସ ଏହି ଟ୍ବିଟରେ ପ୍ରତିକ୍ରିୟା ରଖି କହିଛି, "ଶୁଭମ ଭାଙ୍ଗ ଖାଇ ଗାଡ଼ି ଚଳାଇବ ନାହିଁ । ଯଦି କେହି ଶୁଭମକୁ ଭେଟ ତେବେ ତାଙ୍କୁ କହିଦେବ ଭାଙ୍ଗ ଖାଇ ଗାଡ଼ି ଚଳାଇବେ ନାହିଁ ।" ଦିଲ୍ଲୀ ପୋଲିସର ଏହି ଟ୍ବିଟ୍‌କୁ ମଧ୍ୟ ୟୁଜର୍ସ ବେଶ ପସନ୍ଦ କରିବା ସହିତ ମଜାଳିଆ କମେଣ୍ଟ ଦେଇଛନ୍ତି ।

ଏହା ବି ପଢନ୍ତୁ- Haryana famous Daat Holi: ୧୨୮୮ ମସିହାରୁ ହେଉଛି ପାଳିତ, ଜାଣନ୍ତୁ କଣ ରହିଛି ବିଶେଷତ୍ୱ

  • Hello @zomato, I live in Delhi not Gurugram. It has been a ritual to consume Bhaang on Holi every year, more so because my birthday falls on Holi.

    Please try to understand my situation 🤪

    — Subham Tiwari (@Subhampramil_) March 7, 2023 " class="align-text-top noRightClick twitterSection" data=" ">

ଜଣେ ୟୁଜର୍ସ ଏଥିରେ ପ୍ରତିକ୍ରିୟା ରଖି କହିଛନ୍ତି, "ମୁଁ ଶୁଭମର ଦୁଃଖ ବୁଝିପାରୁଛି । କାରଣ ତାର ଜନ୍ମଦିନ ପ୍ରତିଦିନ ହୋଲିରେ ହିଁ ପଡୁଛି ।" ଆଉ ଜଣେ କହିଛନ୍ତି, "ହେଲୋ ଜୋମାଟୋ । ମୁଁ ଦିଲ୍ଲୀରେ ରୁହେ ଗୁରୁଗ୍ରାମରେ ନୁହେଁ । ଆମ ଏଠାରେ ପରମ୍ପରା ରହିଛି ହୋଲିରେ ଭାଙ୍ଗ ଖାଇବା । ଅନ୍ୟପଟେ ହୋଲି ଦିନ ମୋର ଜନ୍ମଦିନ ପଡ଼ିଥାଏ । ଏଣୁ ମୋ ଅବସ୍ଥା ବୁଝିବାକୁ ଚେଷ୍ଟା କରନ୍ତୁ ।" ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, "ହେଲୋ ଶୁଭମ ଭାଇ । ହୋଲିରେ ଭାଙ୍ଗ ନଖାଇଲେ ରଙ୍ଗ ଖେଳର ମଜା ଆସିନଥାଏ ।" ଚଳିତ ବର୍ଷ ମାର୍ଚ୍ଚ ୮ ତାରିଖରେ ହୋଲି ପର୍ବ ପଡିଥିବା ବେଳେ ଗୋଟିଏ ଦିନ ପୂର୍ବରୁ ଛୋଟି ହୋଲି ଭାବେ ଏହି ରଙ୍ଗର ପର୍ବକୁ ପାଳନ କରାଯାଇଛି । ତେବେ ଦୁର୍ଘଟଣାକୁ ଏଡାଇବା ଲାଗି ଭାଙ୍ଗ ବା କୌଣସି ନିଶାଦ୍ରବ୍ୟ ପାନ କରି ଗାଡ଼ି ଚଳାଇବା ଆଦିକୁ ବାରଣ କରାଯାଇଛି ।

  • Hey shubham kindly, Note:

    — Yashesh Yadav (@yasheshyadav) March 7, 2023 " class="align-text-top noRightClick twitterSection" data=" ">
  • Hello Shubham Bhai
    Holi peeye Bina Bhaang Khelne me maza nahi hai

    — Congress Fighter ✋ 🇮🇳 (@CongressIn24) March 7, 2023 " class="align-text-top noRightClick twitterSection" data=" ">
  • Shubham sunega sabki… per bhaang mil gai to karega apne man ki… 🤦🏻‍♂️

    — Vijay । विजय | ਵਿਜੇ | وجے (@VSRtweets) March 7, 2023 " class="align-text-top noRightClick twitterSection" data=" ">
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.