Haryana famous Daat Holi: ୧୨୮୮ ମସିହାରୁ ହେଉଛି ପାଳିତ, ଜାଣନ୍ତୁ କଣ ରହିଛି ବିଶେଷତ୍ୱ

By

Published : Mar 7, 2023, 10:34 PM IST

thumbnail

ଚଣ୍ଡିଗଡ଼: ସାରା ଦେଶରେ ହୋଲିକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ । ନିଜ ନିଜ ଅଞ୍ଚଳରେ ରହିଥିବା ପାରମ୍ପରିକ କଥାବସ୍ତୁ ଅନୁଯାୟୀ ନିଆରା ଢଙ୍ଗରେ ଏହି ପର୍ବକୁ ପାଳନ କରାଯାଏ । ହରିୟାଣାରେ ପାନିପତରେ ପାଳିତ ହୁଏ 'ଡାଟ୍‌ ହୋଲି' । ୧୨୮୮ ମସିହାରୁ ଏହି ପର୍ବକୁ ପାଳନ ହୋଇ ଆସୁଛି । ପାନିପତର ବାହାର ଗାଁରେ ଗୋଟିଏ ସ୍ଥାନରେ ଏକାଠି ହୋଇ ଡାଟ୍‌ ହୋଲି ପାଳନ କରିଥାନ୍ତି ଗ୍ରାମବାସୀ । କଣ ରହିଛି ବିଶେଷତ୍ତ୍ବ :- ହରିୟାଣା ଭାଷାରେ 'ଡାଟ୍‌'ର ଅର୍ଥ ହେଉଛି ସାମନାରୁ ଅଟକାଇବା । ହୋଲି ଦିନ ଗାଁର ସମସ୍ତ ପୁରୁଷ ୨ଭାଗରେ ବିଭକ୍ତି ହୋଇଥାନ୍ତି । ୨ ଦଳର ପୁରୁଷମାନେ ପରସ୍ପରକୁ ଅତିକ୍ରମ କରି ଆଗକୁ ବଢିଥାନ୍ତି । ତେବେ ଯେଉଁ ଦଳ ପରସ୍ପରକୁ ଅତିକ୍ରମ କରିବାରେ ସଫଳ ହୁଏ ତାହାକୁ ବିଜୟୀ ବୋଲି ଗଣାଯାଏ । ୨ ଗୋଷ୍ଠୀ ମଧ୍ୟରେ ଯେତେବେଳେ ଧକ୍କା ହୋଇଥାଏ, ସେତେବେଳେ ତାଙ୍କ ଉପରେ ରଙ୍ଗ ଓ ରଙ୍ଗ ପାଣି ଫିଙ୍ଗାଯାଏ ।  ମହିଳା ଓ ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ଏହି ଉତ୍ସବ ଦେଖିବା ଲାଗି ବେଶ ଉତ୍ସାହ ଭରି ରହିଥାଏ । ପାନିପତର ବାହର ଗାଁରେ ବ୍ରିଟିଶ ଶାସନ ସମୟରେ ଆରମ୍ଭ ହୋଇଥିଲା । ସମସ୍ତ ଗାଁ ବ୍ରିଟିଶ ଶାସନ ବିରୋଧରେ ଏକାଠି ହେବାର ବାର୍ତ୍ତା ଦେଇ ଏହି ପର୍ବକୁ ପାଳନ କରୁଥିଲେ । ମାତ୍ର ବ୍ରିଟିଶମାନେ ଏହି ପର୍ବକୁ ବନ୍ଦ କରିଦେଇଥିଲେ । ହେଲେ ସ୍ଥାନୀୟ ବାସିନ୍ଦା ବିରୋଧ କରିବା ପରେ ପୁଣି ଆରମ୍ଭ ହୋଇଥିଲା ଡାଟ୍‌ ହୋଲି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.