ETV Bharat / bharat

Mamata warns Vishwabharti: ‘ଅମର୍ତ୍ତ୍ୟ ସେନଙ୍କ ଘରକୁ ଛୁଇଁକି ଦେଖ, ତାପରେ ଜାଣିବ ମୁଁ କଣ କରିବି’

author img

By

Published : May 7, 2023, 8:15 AM IST

mamata warns
mamata warns

ବିଶ୍ବ ଭାରତୀ ପ୍ରଶାସନକୁ ମମତାଙ୍କ ଚେତାବନୀ । ମହିଳାଙ୍କ ଅମର୍ତ୍ତ୍ୟଙ୍କ ସହ ଛିଡା ହେବାକୁ କହିବା ସହ କହିଲେ ଅମର୍ତ୍ତ୍ୟ ସେନଙ୍କ ଘରକୁ ଛୁଇଁକି ଦେଖ, ତାପରେ ଜାଣିବ ମୁଁ କଣ କରିବି । ଅଧିକ ପଢନ୍ତୁ

କୋଲକାତା: ପୁଣି ଥରେ ନୋବେଲ ବିଜେତା ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କ ସାଥିରେ ଛିଡା ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟ ଜାରି କରିଥିବା ଉଚ୍ଛେଦ ଆଦେଶ ଉପରେ ବର୍ଷିଛନ୍ତି ମମତା । ସେ କହିଛନ୍ତି, ଅମର୍ତ୍ତ୍ୟ ସେନଙ୍କ ଘରକୁ ଛୁଇଁକି ଦେଖ, ତାପରେ ଜାଣିବ ମୁଁ କଣ କରିବି ।"

ଗତ ଶୁକ୍ରବାର ମାଲଦା ଗସ୍ତ ପରେ କୋଲକାତା ଯିବା ସମୟରେ ବୋଲପୁର ଷ୍ଟେସନରେ ଦଳର ନେତା ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ମମତା କହିଥିଲେ, "ଯଦୁ ତୁମେ ଅମର୍ତ୍ତ୍ୟ ସେନଙ୍କ ଘରକୁ ଛୁଇଁବ ତାହେଲେ ଜାଣିବ ମୁଁ କଣ କରିବି ।" ଏହା ବ୍ୟତିତ ସେ ବଙ୍ଗୀୟ ମହିଳା ଏବଂ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଅମର୍ତ୍ତ୍ୟ ସେନଙ୍କ ତରଫରୁ ବିରୋଧ କରିବା ପାଇଁ କହିଛନ୍ତି ।

ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କୁ ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟ ପକ୍ଷରୁ ଜାଗା ଖାଲି କରିବାକୁ ଦିଆଯାଇଥିବା ନିର୍ଦ୍ଦେଶକୁ ପୂର୍ବରୁ ବିରୋଧ କରି ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ବର୍ଗତ ଆଶୁତୋଷ ସେନ ନିଜ ଇଚ୍ଛା ଅନୁସାରେ ତାଙ୍କର ସମସ୍ତ ସମ୍ପତ୍ତିକୁ ପୁଅ ଅମର୍ତ୍ତ୍ୟ ସେନଙ୍କ ନାମରେ କରିଥିଲେ । କିନ୍ତୁ ଏହାପରେ ମଧ୍ୟ ମେ' ୬ ତାରିଖ ସୁଦ୍ଧା ଜାଗା ଖାଲି କରିବାକୁ ବିଶ୍ବବିଦ୍ୟାଳୟ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଅମର୍ତ୍ତ୍ୟ ସେନ ସୁରି ଜିଲ୍ଲା କେୋର୍ଟ ଏବଂ କୋଲକାତା ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏନେଇ ଗତକାଲି କୋର୍ଟ ନିଷ୍ପତ୍ତି ଶୁଣାଇଥିଲେ । ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟର ଉଚ୍ଛେଦ ନୋଟିସ୍ ଉପରେ ରହିତାଦେଶ ଜାରି କଲେ କୋଲକାତା ହାଇକୋର୍ଟ । ଜମି ବିବାଦ ମାମଲାରେ ବିଶ୍ବ ଭାରତୀ ଅମର୍ତ୍ତ୍ୟ ସେନଙ୍କ ବିରୋଧରେ କୌଣସି ତତ୍କାଳ କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ ।

ଏହା ମଧ୍ୟ ପଢନ୍ତୁ: ହାଇକୋର୍ଟରୁ ଅମର୍ତ୍ତ୍ୟ ସେନଙ୍କୁ ଆଶ୍ବସ୍ତି, ବିଶ୍ବ ଭାରତୀର ଉଚ୍ଛେଦ ନୋଟିସ୍ ଉପରେ ରହିତାଦେଶ ଜାରି

ଅନ୍ୟପକ୍ଷରେ ଅମର୍ତ୍ତ୍ୟ ସେନଙ୍କ ପକ୍ଷରୁ ବିରୋଧ କରିବା ପାଇଁ ସେ ବୁଦ୍ଧିଜୀବୀଙ୍କୁ ଅନୁରୋଧ କରିଥିଲେ । ମାଲଦାରେ ପ୍ରଶାସିକ ଅଧିକାରୀଙ୍କ ସହ ବୈଠକ ପରେ କଞ୍ଚନକନ୍ୟା ଏକ୍ସପ୍ରେସରେ ଫେରୁଥିଲେ । ସେହି ସମୟରେ ଦଳର ନେତା ଏବଂ କର୍ମୀଙ୍କ ସହ କଥା ହୋଇଥିଲେ ଦିଦି । ଏହାପରେ ଅମର୍ତ୍ତ୍ୟ ସେନଙ୍କ ସାଥ ଦେଉଥିବା ଦର୍ଶାଇ ବିଶ୍ବ ଭାରତୀ ପ୍ରଶାସନକୁ ଏଭଳି ଚେତାବନୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ, "ଆପଣ ଜାଣିନାହାନ୍ତି ଅମର୍ତ୍ତ୍ୟ ସେନଙ୍କ ଘରକୁ ଛୁଇଁଲେ ମୁଁ କଣ କରିବି । ସେମାନେ ମୋତେ ବୋଧେ ଜାଣି ନାହାନ୍ତି । ମହିଳାଙ୍କୁ ସାମ୍ନାକୁ ଅଣାଯାଉ । ବଙ୍ଗାଳୀ ମହିଳା ଏବଂ ଛାତ୍ରଛାତ୍ରୀଙ୍କୁ ଅମର୍ତ୍ତ୍ୟ ସହ ଛିଡା ହେବାକୁ ଅନୁରୋଧ କରୁଛି । ଯଦି କେହି ଅମର୍ତ୍ତ୍ୟ ସେନଙ୍କ ଘରକୁ ଛୁଇଁବ ତାହାହେଲେ ମମତା ବାନାର୍ଜୀ ଚୁପ ରହିବ ନାହିଁ ।" ବୋଲପୁର ଶାନ୍ତିନିକେତନ ଷ୍ଟେସନରେ ରହି ଏଭଳି କହିଛନ୍ତି ମମତା ଦିଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.