ETV Bharat / bharat

ନବରାତ୍ରୀର ପଞ୍ଚମ ଦିନ, ସ୍କନ୍ଦମାତା ରୂପରେ ପୂଜା ପାଇବେ ମା'

author img

By

Published : Sep 30, 2022, 7:31 AM IST

ନବରାତ୍ରୀର ପଞ୍ଚମ ଦିନ, ସ୍କନ୍ଦମାତା ରୂପରେ ପୂଜା ପାଇବେ ମା'
ନବରାତ୍ରୀର ପଞ୍ଚମ ଦିନ, ସ୍କନ୍ଦମାତା ରୂପରେ ପୂଜା ପାଇବେ ମା'

ଆଜି(ଶୁକ୍ରବାର) ନବରାତ୍ରୀର ପଞ୍ଚମ ଦିନରେ ସ୍କନ୍ଦମାତା ରୂପରେ ମା’ଙ୍କୁ ପୂଜା କରାଯିବ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ପାଖେଇ ଆସୁଛି ମା' ଦୁର୍ଗାଙ୍କ ବିଜୟା ଦଶମୀ, ଏହା ପୂର୍ବ ସୋମବାର ଠାରୁ ଆରମ୍ଭ ହୋଇଯାଇଛି ନବରାତ୍ରୀ ପୂଜା । ଏନେଇ ଚଳଚଞ୍ଚଳ ଶକ୍ତିପୀଠ ସହ ପୂଜା ମଣ୍ଡପ । ନଅ ଦିନ ଧରି ନଅଟି ରୂପରେ ପୂଜା ପାଇବେ ମା' ଦୁର୍ଗା । ନବରାତ୍ରୀର ପ୍ରଥମ ଦିନରେ ମା' ଶୈଳପୁତ୍ରୀ, ଦ୍ବିତୀୟ ଦିନରେ ବ୍ରହ୍ମଚାରିଣୀ, ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ଚତୁର୍ଥ ଦିନରେ କୁଷ୍ମାଣ୍ଡା ରୂପରେ ପୂଜା ପାଇବା ପରେ ଆଜି ମା'ଙ୍କୁ ସ୍କନ୍ଦମାତା ରୂପରେ ପୂଜା କରାଯିବ । ନବରାତ୍ର ପଞ୍ଚମ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ ।

ମା'ଙ୍କ ରୂପ

କୁମାର କାର୍ତ୍ତିକେୟଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ । ଏହି ରୂପରେ ମାତା ପୁତ୍ର ସ୍କନ୍ଦକୁ କୋଳରେ ବସାଇଥାନ୍ତି । ମା'ଙ୍କ ଏହି ବେଶରେ ଚାରୋଟି ହସ୍ତ ଥାଏ । ଗୋଟିଏ ହାତରେ ମା' ସ୍କନ୍ଦଙ୍କୁ ଧରିଥିବା ବେଳେ ଅନ୍ୟ ହାତରେ ପଦ୍ମଫୁଲ ସହ ବରଦାନ ମୁଦ୍ରାରେ ରହିଥାନ୍ତି । ମା'ଙ୍କ ବର୍ଣ୍ଣ ଶୁଭ୍ର ହୋଇଥିବା ବେଳେ ସେ ପଦ୍ମ ଆସନରେ ସିଂହ ଉପରେ ବିରାଜମାନ କରିଥାନ୍ତି । ଏଥିପାଇଁ ମା'ଙ୍କୁ ପଦ୍ମାସନା ମଧ୍ୟ କୁହାଯାଏ । ମା'ଙ୍କର ଏପରି ସ୍ବରୂପ ଭକ୍ତଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ-ନବରାତ୍ରୀର ଚତୁର୍ଥ ଦିନ: କୁଷ୍ମାଣ୍ଡା ରୂପରେ ପୂଜା ପାଇବେ ମା' ଦୁର୍ଗା

ବିଶ୍ବାସ ରହିଛି ନବରାତ୍ରୀରେ ମା'ଙ୍କର ଭିନ୍ନ ଭିନ୍ନ ସ୍ବରୂପଙ୍କୁ ପୂଜା କଲେ ଜୀବନରେ ଆସୁଥିବା ବାଧା ବିଘ୍ନ ଦୂର ହେବା ସହ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଲୋକଙ୍କର ଜନ୍ମ କୁଣ୍ଡଳୀରେ ବୃହସ୍ପତି ଗ୍ରହ ଦୁର୍ବଳ ଥାନ୍ତି ସେମାନେ ଯଦି ଏହି ଦିନ ସ୍କନ୍ଦମାତାଙ୍କ ପୂଜା କରନ୍ତି ତେବେ ବୃହସ୍ପତିଙ୍କର ପ୍ରକୋପ କମ ହୋଇଯାଏ । ଆଉ ଜୀବନରେ ଉନ୍ନତି ଆସେ । କାରଣ ବୃହସ୍ପତି ଶିକ୍ଷା, ସମୃଦ୍ଧି, ଉଚ୍ଚପଦ ଓ ସମ୍ମାନର ଗ୍ରହ ଅଟନ୍ତି । ସ୍କନ୍ଦମାତାଙ୍କର ବାହାନ ସିଂହ ଅଟେ । ମା' ସ୍କନ୍ଦମାତାଙ୍କୁ କଦଳୀର ଭୋଗ ସବୁଠୁ ପ୍ରିୟ । ଏହା ସହ କ୍ଷୀରିରେ କେଶର ମିଶାଇ ପ୍ରସାଦ ଲାଗି ହୋଇଥାଏ ।

ସ୍କନ୍ଦ ମାତାଙ୍କ ପୂଜା ବିଧି

ଏହି ଦିନ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରି ପୂଜା କରନ୍ତୁ । ଏହା ଦ୍ବାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହା ସହ ମାଆଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ । ଏହାସହ କାଗେଜୀ ଲେମ୍ବୁ, କଦଳୀ ଓ ଡାଲି ଭୋଗ ଲଗାନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.