ETV Bharat / bharat

ବ୍ରେକ୍‌ଅପ୍‌ ପରେ ରକ୍ତମୁଖା ପ୍ରେମିକ, ଛୁରାମାଡରେ ପ୍ରେମିକା ଗୁରୁତର

author img

By

Published : Jan 4, 2023, 8:19 PM IST

ପ୍ରେମିକର ଛୁରାମାଡରେ ପ୍ରେମିକା ଗୁରୁତର
ପ୍ରେମିକର ଛୁରାମାଡରେ ପ୍ରେମିକା ଗୁରୁତର

ବ୍ରେକଅପରେ ଉତ୍ତେଜିତ ହେଲା ପ୍ରେମିକ । ପ୍ରେମିକାକୁ ଛୁରାମାଡ କରି ହତ୍ୟା ଉଦ୍ୟମ (Lover stabbed girlfriend after breakup in Delhi)। ଗୁରୁତର ପ୍ରେମିକା ହସ୍ପିଟାଲରେ ଭର୍ତ୍ତି । ଫେରାର ଅଭିଯୁକ୍ତକୁ ହରିୟାଣାରୁ ଗିରଫ କଲା ଦିଲ୍ଲୀ ପୋଲିସ । ସିସିଟିଭିରେ କଏଦ ହେଲା ଆକ୍ରମଣ ବେଳର ଦୃଶ୍ୟ । ଅଧିକ ପଢନ୍ତୁ

ବ୍ରେକ-ଅପ ପରେ ନିୟନ୍ତ୍ରଣ ହରାଇଲା ପ୍ରେମିକ, ଛୁରାମାଡରେ ପ୍ରେମିକା ଗୁରୁତର

ହାଇଦ୍ରାବାଦ: ପ୍ରେମ ସମ୍ପର୍କର କରୁଣ ପରିଣତି । ବ୍ରେକଅପ ଯୋଗୁ ପ୍ରେମିକାକୁ ଛୁରାମାଡ କରି ହତ୍ୟା ଉଦ୍ୟମ କରିଛି ପ୍ରେମିକ । ପ୍ରେମିକର ଛୁରାମାଡରେ ପ୍ରେମିକା ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି (Lover stabbed girlfriend after breakup in Delhi) । ଏପରି ଏକ ଅଭାବନୀୟ ଘଟଣା ଉତ୍ତର ପଶ୍ଚିମ ଦିଲ୍ଲୀର ଆଦର୍ଶ ନଗର ଅଞ୍ଚଳରେ ଦେଖିବାକୁ ମିଳିଛି । ପ୍ରେମିକର ଆକ୍ରମଣ ବେଳର ଦୃଶ୍ୟ ନିକଟରେ ଲାଗିଥିବା CCTVରେ କଏଦ ହୋଇଛି । ପ୍ରେମିକା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ପୋଲିସ ଅଭିଯୁକ୍ତ ପ୍ରେମିକକୁ ହରିୟାଣାରୁ ଗିରଫ କରିବାରେ ସଫଳ ହୋଇଛି ।

ଅଭିଯୁକ୍ତର ନାମ ସୁଖବିନ୍ଦର ସିଂ ଓରଫ ସୁଖା ଓ ସେ ହରିୟାଣା ଆମ୍ବାଲାର ବାସିନ୍ଦା ବୋଲି ପ୍ରାଥମିକ ଭାବେ ପୋଲିସ ଜାଣିବାକୁ ପାଇଛି । ଯୁବତୀ ଜଣକ ଦେଇଥିବା ବୟାନ ଅନୁସାରେ, ସେ କୋଚିଂ ଯାଉଥିବା ବେଳେ ରାସ୍ତାରେ ତାଙ୍କର ସୁଖା ସହ ଭେଟ ହୋଇଥିଲା । ସୁଖା କଥାବାର୍ତ୍ତା କରିବା ଆଳରେ ତାଙ୍କ ସହ କିଛି ବାଟ ଚାଲିବା ପରେ ହଠାତ ଏକ ଛୁରୀରେ ତାଙ୍କ ଉପରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ସେ ତାଙ୍କୁ ଗୁରୁତର ଅବସ୍ଥାରେ ଫିଙ୍ଗି ଦେଇ ଫେରାର ମାରିଥିଲା(Lover stabbed girlfriend after breakup in Delhi)।

ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ବେଳେ ଯୁବତୀଜଣଙ୍କ ସୁଖା ସହ ସମ୍ପର୍କ ରଖିବାକୁ ଅନିଚ୍ଛା ପ୍ରକାଶ କରିଆସୁଥିଲେ । ଅଭିଯୁକ୍ତ ଯୁବକ କିନ୍ତୁ ତାଙ୍କୁ ବାରମ୍ବାର ଚାପ ପକାଇ ଆସୁଥିବା ବେଳେ ଯୁବତୀ ଏହି ସମ୍ପର୍କକୁ ବିରୋଧ କରି ଆସୁଥିଲେ । ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲା ସମ୍ପୃକ୍ତ ପ୍ରେମିକ ତଥା ଅଭିଯୁକ୍ତ ସୁଖା । ହଠାତ ରାସ୍ତାରେ ଯୁବତୀଙ୍କୁ ଛୁରାମାଡ କରି ହତ୍ୟା ଉଦ୍ୟମ କରିବା ପରେ ହରିୟଣାର ଆମ୍ବାଲା ଫେରାର ହୋଇଯାଇଥିଲା । ଦିଲ୍ଲୀ ପୋଲିସର ଏକ ଟିମ ହରିୟାଣାର ଆମ୍ବାଲାରେ ଚଢାଉ କରି ଅଭିଯୁକ୍ତ ସୁଖାକୁ ଗିରଫ କରି ଦିଲ୍ଲୀ ଆଣିଛି ।

ଅନ୍ୟପଟେ ଛୁରାମାଡରେ ଗୁରୁତର ହୋଇଥିବା ଯୁବତୀଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ରହିଛି । ପୋଲିସ ହସ୍ପିଟାଲରେ ପହଞ୍ଚି ପୀଡିତାଙ୍କ ବୟାନ ମଧ୍ୟ ରେକର୍ଡ କରିଛି । ଆକ୍ରମଣ ବେଳର CCTV ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.