ETV Bharat / bharat

ରାଜସ୍ଥାନରେ ଜୁନ୍ 8 ଯାଏଁ ବଢିଲା ଲକଡାଉନ

author img

By

Published : May 24, 2021, 11:59 AM IST

Updated : May 24, 2021, 1:00 PM IST

ରାଜସ୍ଥାନରେ ଜୁନ୍ 8 ଯାଏଁ ବଢିଲା ଲକଡାଉନ ଅବଧି
ରାଜସ୍ଥାନରେ ଜୁନ୍ 8 ଯାଏଁ ବଢିଲା ଲକଡାଉନ ଅବଧି

ରାଜସ୍ଥାନରେ ବୃଦ୍ଧି ହେଲା ଲକଡାଉନ ଅବଧି । ଆଜି(ସୋମବାର) ଠାରୁ ରାଜସ୍ଥାନରେ ଆଉ 15 ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି । ଶନିବାର ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ପରାମର୍ଶ ପାଇବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରବିବାର ଏହି ବିଷୟରେ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଜୟପୁର: ଦେଶରେ ବଢୁଛି କରୋନା । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ରାଜ୍ୟ ଲକଡାଉନ ଅବଧି ବୃଦ୍ଧି କରିବାରେ ଲାଗିଛନ୍ତି । ଏପଟେ ରାଜସ୍ଥାନରେ ବୃଦ୍ଧି ହେଲା ଲକଡାଉନ ଅବଧି । ଆଜି(ସୋମବାର) ଠାରୁ ରାଜସ୍ଥାନରେ ଆଉ 15 ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି । ଶନିବାର ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ପରାମର୍ଶ ପାଇବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରବିବାର ଏହି ବିଷୟରେ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ମେ 24 ରୁ ଜୁନ୍ 8 ପର୍ଯ୍ୟନ୍ତ ରାଜ୍ୟରେ ତ୍ରୀ-ସ୍ତରୀୟ ଜନ ଅନୁଶାସନ ଲକଡାଉନ ଲାଗୁ ରହିବ । ଏଥିପାଇଁ ସରକାର ଏକ ନୂତନ ଗାଇଡଲାଇନ ମଧ୍ୟ ଜାରି କରିଛନ୍ତି ।

ତ୍ରି-ସ୍ତରୀୟ ଜନ ଅନୁଶାସନ ଲକଡାଉନ୍ ଅନ୍ତର୍ଗତ ମୁଖ୍ୟ ନିର୍ଦ୍ଦେଶାବଳୀ -

* ମେ 24 ସକାଳ 5 ରୁ ଜୁନ୍ 8 ସକାଳ 5 ପର୍ଯ୍ୟନ୍ତ ରାଜ୍ୟରେ ତ୍ରି-ସ୍ତରୀୟ ଜନ ଅନୁଶାସନ ଲକଡାଉନ୍ ରହିବ ।

* ସର୍ବସାଧାରଣ ସ୍ଥାନ ଏବଂ କର୍ମକ୍ଷେତ୍ରରେ ଫେସ୍ ମାସ୍କ କିମ୍ବା ଫେସ୍ କଭର ଲଗାଇ ନଥିଲେ ଦଣ୍ଡ ରାଶି 500 ରୁ 1000 ଟଙ୍କାକୁ ବୃଦ୍ଧି କରାଯାଇଛି ।

* ଦୁଗ୍ଧ ଦୋକାନ, ମଣ୍ଡି, ଫଳ-ପନିପରିବା, ଫୁଲ ମାଳ ଦୋକାନ ଏବଂ ଫଳ-ପନିପରିବା ଠେଲାଗାଡ଼ି, ଚଇକେଲ, ରିକ୍ସା, ଅଟୋ ରିକ୍ସାକୁ ବାଦ ଦେଇ ବଜାର ଶୁକ୍ରବାର 28 ମଇ ମଧ୍ୟାହ୍ନ 12 ରୁ ମଙ୍ଗଳବାର 1 ଜୁନ୍ ସକାଳ 5 ପର୍ଯ୍ୟନ୍ତ ତଥା ଶୁକ୍ରବାର 4ଜୁନ ମଧ୍ୟାହ୍ନ12 ରୁ ମଙ୍ଗଳବାର 8 ଜୁନ୍ ସକାଳ 5 ପର୍ଯ୍ୟନ୍ତ ବନ୍ଦ ରହିବ ।

* ରାଜ୍ୟରେ ବିବାହ ସମାରୋହ 30 ଜୁନ୍ 2021 ପର୍ଯ୍ୟନ୍ତ ସ୍ଥଗିତ ରଖାଯିବା ।

* ବିବାହ ସହିତ ଜଡିତ କୌଣସି ପ୍ରକାରର ସମାରୋହ, ଯଥା- ଡିଜେ, ଶୋଭାଯାତ୍ରା ଏବଂ ସ୍ଥାନାନ୍ତର ଏବଂ ପାର୍ଟି ଇତ୍ୟାଦି ଜୁନ୍ 30 ପର୍ଯ୍ୟନ୍ତ ଅନୁମତି ଦିଆଯିବ ନାହିଁ |

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :May 24, 2021, 1:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.