ETV Bharat / bharat

ସୋପୋରରୁ ଜଣେ LeT ଆତଙ୍କୀ ଗିରଫ

author img

By

Published : Sep 3, 2022, 12:56 PM IST

ସୋପୋରରୁ ଜଣେ LeT ଆତଙ୍କୀ ଗିରଫ
ସୋପୋରରୁ ଜଣେ LeT ଆତଙ୍କୀ ଗିରଫ

ସୋପୋରରୁ ଆଉ ଜଣେ ଲସ୍କର ଏ ତୋଏବା ଆତଙ୍କୀ ଗିରଫ । ଶୁକ୍ରବାର ବିଳମ୍ବିତ ରାତିରେ ସେ ସୁରକ୍ଷାକର୍ମୀଙ୍କ ହାତରେ ଧରା ପଡିଥିବା ସୂଚନା । ଅଧିକ ପଢନ୍ତୁ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ପୋଲିସକୁ ସଫଳତା । ସୋପୋର-କୁପୱାରା ଅଞ୍ଚଳରୁ ଧରା ପଡିଲା ଆଉ ଜଣେ ଲସ୍କର-ଏ-ତୋଏବା ଆତଙ୍କୀ(LeT hybrid militant arrested ) । ଶୁକ୍ରବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ସୋପୋରରୁ ଜଣେ ହାଇବ୍ରିଡ୍ LeT ଆତଙ୍କୀକୁ ଗିରଫ କରିଛନ୍ତି । ତା'ର ନାମ ସକିବ୍ ଶକୀଲ ଦର( Saqib Shakeel Dar) ବୋଲି ଜଣାପଡିଛି । ସେ ଏଠାରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଗିରଫ ହାଇବ୍ରିଡ୍ ଆତଙ୍କୀ ନିକଟରୁ ଗୋଟିଏ ପିସ୍ତଲ, ମାଗାଜିନ ଏବଂ ୮ଟି ଗୁଳି ଜବତ ହୋଇଛି । ଏନେଇ ଜାମ୍ମୁ-କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ପୋଲିସ, ସେନା ଏବଂ ସିଆରପିଏଫ ଯବାନ ସୋପୋରର ସାଙ୍ଗେରଗଣ୍ଡ ଅଞ୍ଚଳରେ ମିଳିତ ଅପରେସନ କରିଥିଲେ । ରାତି ପ୍ରାୟ ୯ଟା ୪୦ ସମୟରେ ଜଣେ ଯୁବକଙ୍କ ଗତିବିଧି ଉପରେ ସନ୍ଦେହ ହେବାରୁ ଯାଞ୍ଚ ପାଇଁ ତାଙ୍କୁ ଅଟକାଇବାକୁ ପୋଲିସ ଚେଷ୍ଟା କରିଥିଲା । କିନ୍ତୁ ସେ ଅଟକିବା ପରିବର୍ତ୍ତେ ଘଟଣାସ୍ଥଳରୁ ଖସିପଳାଇବା ପାଇଁ ଉଦ୍ୟମ କରିଥିଲେ । ହେଲେ ସୁରକ୍ଷାକର୍ମୀ ତାଙ୍କୁ ଗୋଡାଇ ଧରିବାରେ ସକ୍ଷମ ହୋଇଥିଲେ । ଏହି ସନ୍ଦିଗ୍ଧ ଯୁବକଙ୍କୁ ଯାଞ୍ଚ କରାଯିବାରୁ ତାଙ୍କ ନିକଟରେ ପିସ୍ତଲ, କିଛି ଗୁଳି ଓ ମାଗାଜିନ ମିଳିଥିଲା । ତେବେ ସେ ଜଣେ ଲସ୍କର-ଏ-ତୋଏବା(LeT) ଆତଙ୍କୀ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ଏହାମଧ୍ୟ ପଢନ୍ତୁ: ମୁମ୍ବାଇରେ ଲଜ୍ଜା, ନାବାଳିକାକୁ 2 ବର୍ଷ ଧରି ଦୁଷ୍କର୍ମ କରୁଥିଲେ ୩ ବୃଦ୍ଧ

ଗିରଫ ଆତଙ୍କୀ ସକିବ୍ ଶକୀଲ ସୋପୋର ଅଞ୍ଚଳରେ ରହୁଥିଲା । ତଦନ୍ତରୁ ପ୍ରାପ୍ତ ସୂଚନା ମୁତାବକ, ସେ ଜଣେ ହ୍ରାଇବ୍ରିଡ ଆତଙ୍କୀ ହୋଇଥିବାବେଳେ, ଲସ୍କର-ଏ-ତୋଏବା ସହ କାମ କରୁଥିଲା । ସାଧାରଣ ନାଗରିକ ଏବଂ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ପାଇଁ ସେ ସୁଯୋଗ ଖୋଜୁଥିବା କୁହାଯାଇଛି ।

ଏନେଇ ପୋଲିସ ଏକ ମାମଲା ରୁଜୁ କରି ଆତଙ୍କୀଙ୍କୁ ପଚରାଉଚୁରା କରୁଛି । କିଛି ଦିନ ତଳେ ସୋପୋରର ବୋମାଇ ଛକରୁ ତିନି ଜଣ ଲସ୍କର-ଏ-ତୋଏବା(LeT) ଆତଙ୍କୀ ଧରା ପଡିଥିଲେ । ସେମାନଙ୍କ ନିକଟରୁ ତିନୋଟି ଗ୍ରେନେଡ, ନଅଟି ପୋଷ୍ଟର ଏବଂ ୧୨ଟି ପାକିସ୍ତାନୀ ପତାକା ଜବତ କରାଯାଇଥିଲା । ସୋପୋର ପୋଲିସର ମିଳିତ ଅପରେସନରେ ଏହି ସଫଳତା ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.