ETV Bharat / crime

ମୁମ୍ବାଇରେ ଲଜ୍ଜା, ନାବାଳିକାକୁ 2 ବର୍ଷ ଧରି ଦୁଷ୍କର୍ମ କରୁଥିଲେ ୩ ବୃଦ୍ଧ

author img

By

Published : Sep 3, 2022, 8:55 AM IST

ଦୀର୍ଘ ୨ ବର୍ଷ ଧରି ୯ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କଲେ ତିନି ବୃଦ୍ଧ । ଅଭିଯୋଗ ପରେ ୨ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ମୁମ୍ବାଇରେ ଲଜ୍ଜା, ନାବାଳିକାକୁ ଗଣଦୁଷ୍ମର୍ମ କଲେ ୩ ବୃଦ୍ଧ
ମୁମ୍ବାଇରେ ଲଜ୍ଜା, ନାବାଳିକାକୁ ଗଣଦୁଷ୍ମର୍ମ କଲେ ୩ ବୃଦ୍ଧ

ମୁମ୍ବାଇ: ମୁମ୍ବାଇରେ ଛାତିଥରା ଘଟଣା । ୯ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ (minor girl sexually assaulted) କଲେ ତିନି ବୃଦ୍ଧ । ଦିନ କି ଦୁଇ ଦିନ ନୁହେଁ ଦୀର୍ଘ ୨ ବର୍ଷ ଧରି ଗଣଦୁଷ୍କର୍ମ କରିଚାଲିଥିଲେ ତିନି ଅଭିଯୁକ୍ତ । ମୁମ୍ବାଇର ଅପନଗର ଭାଣ୍ଡୁପ ଅଞ୍ଚଳରେ ଘଟିଛି ଏହି ଲଜ୍ଜା ଜନକ ଘଟଣା । ତିନି ବୃଦ୍ଧଙ୍କ ବୟସ ୬୦ରୁ ୬୫ ବର୍ଷ ହୋଇଥିବା ବେଳେ ସେମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି ୨ଜଣଙ୍କୁ ଗିରଫ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ Haridwar Murder, ଝିଅ ରକ୍ତରେ ହୋଲି ଖେଳିଲା ଜନ୍ମକଲା ବାପା

ଘଟଣାଟି ଥିବା ଏମିତି

ପୀଡିତାଙ୍କ ବାପା ଅନ୍ୟ ଜଣଙ୍କୁ ବିବାହ କରିବା ପରେ ତାଙ୍କ ମାଆ ଅଲଗା ରହୁଥିଲେ । ତେଣୁ ସେ ତାଙ୍କ ୯ ବର୍ଷର ଝିଅକୁ ସମ୍ପର୍କୀୟ ଜେଜେ ମାଆଙ୍କ ନିକଟରେ ଛାଡି ଦେଇଥିଲେ । ତେବେ ଜେଜେ ମାଆଙ୍କ ଘର ନଥିବାରୁ ଜଣେ ଅଭିଯୁକ୍ତ ରହିବା ପାଇଁ ଏକ ଘର ଦେଇଥିଲା । ଏହାପରେ ଅନେକ ସମୟରେ ସେଠାକୁ ଆସି ଜେଜେମା ଘରେ ନଥିବାର ସୁଯୋଗ ନେଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । ଏହାପରେ ଗତ ଦୁଇ ବର୍ଷ ଧରି ତିନିଜଣ ବୃଦ୍ଧ ନାବାଳିକାକୁ ଗଣ ଦୁଷ୍କର୍ମ କରିବା ସହ କାହାରିକୁ ଏ ବିଷୟରେ ନକହିବାକୁ ମଧ୍ୟ ତାଗିତ୍‌ କରିଥିଲେ । ତେବେ ଦିନକୁ ଦିନ ନାବାଳିକାର ସ୍ବାସ୍ଥ୍ୟ ବିଗିଡାବାରୁ ଏକ ସାମାଜିକ ସଂଗଠନର ମହିଳା ତାଙ୍କୁ ଏକ ଆଶ୍ରମକୁ ନେଇଯାଇଥିଲେ । ଏହାପରେ ସେଠାରେ ୨ଜଣ ବୃଦ୍ଧ ପହଞ୍ଚି ନାବାଳିକାକୁ ନେବା ପାଇଁ କହିଥିଲେ । କିନ୍ତୁ ଦୁଇ ଅଭିଯୁକ୍ତଙ୍କୁ ବ୍ୟବହାର ସନ୍ଦେହ କରି ନାବାଳିକାକୁ ଛାଡିନଥିଲେ ସଂଗଠନର ମହିଳା ।

ଏନେଇ ନାବାଳିକାଙ୍କୁ ପଚାରିବାରୁ ଦୀର୍ଘ ୨ ବର୍ଷ ହେବ ସେ ଜେଜେ ମାଆଙ୍କ ସହ ରହୁଥିବା ବେଳେ ତିନି ଜଣ ବୃଦ୍ଧ ଆସି ତାଙ୍କୁ ଗଣଦୁଷ୍କର୍ମ କରିଥିବା ସେ କହିଥିଲେ । ଏନେଇ ସଂଗଠନ ତରଫରୁ ଥାନାରେ ଅଭିଯୋଗ ପରେ ଭଣ୍ଡୁପ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଡାକ୍ତରୀ ମାଇନା ପାଇଁ ପଠାଇଥିଲା । ତେବେ ତିନି ବୃଦ୍ଧଙ୍କ ବିରୋଧରେ ଭାଣ୍ଡୁପ ପୋଲିସ ଆଇପିସିର ଧାରା 376 ଏବଂ 376 (କ) (ଖ) ଏବଂ ପୋକସୋ ଆକ୍ଟର ଧାରା 4, 6, 8 ଏବଂ 12 ଅନୁଯାୟୀ ଏକ ମାମଲା ରୁଜୁ କରି ୨ଜଣଙ୍କୁ ଗିରଫ କରିଥିଲା । ଅନ୍ୟ ଅଭିଯୁକ୍ତ ଜଣଙ୍କ ଫେରାର ଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.