ETV Bharat / bharat

Lashkar Terrorist Arrested: ସୋପୋରରୁ ଲସ୍କର ଆତଙ୍କବାଦୀ ଗିରଫ

author img

By

Published : Mar 24, 2023, 7:24 AM IST

ସୋପୋରରୁ ଲସ୍କର ଆତଙ୍କବାଦୀ ଗିରଫ
ସୋପୋରରୁ ଲସ୍କର ଆତଙ୍କବାଦୀ ଗିରଫ

ଜମ୍ମୁ-କାଶ୍ମୀର ସୋପୋରରୁ ଜଣେ ଲସ୍କର ଏ ତୋଏବା ଆତଙ୍କବାଦୀ ଗିରଫ । ତା' ପାଖରୁ ଅନେକ ମାରଣାସ୍ତ୍ର ଜବତ । ଅଧିକ ପଢନ୍ତୁ

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୋଲିସକୁ ସଫଳତା । ବରମୁଲା ଜିଲ୍ଲା ସୋପୋରରୁ ଧରାପଡିଲା ଲସ୍କର ଆତଙ୍କବାଦୀ । ଗତକାଲି ଜମ୍ମୁ କାଶ୍ମୀର ପୋଲିସ ଓ ସେନାର ମିଳିତ ଅପରେସନରେ ଲସ୍କର ଏ ତୋଏବା ଆତଙ୍କବାଦୀ ସଂଗଠନର ଜଣେ ଆତଙ୍କୀକୁ ଗିରଫ କରାଯାଇଛି । ତା' ନିକଟରୁ ଅନେକ ମାରଣାସ୍ତ୍ର ଓ ବିସ୍ଫୋଟକ ସାମଗ୍ରୀ ଜବତ ହୋଇଛି । ଧରାପଡିଥିବା ଆତଙ୍କୀ ଉମର ବସିର ଭଟ୍ଟ ଏବଂ ସେ ବରମୁଲା ମନଜ୍ ସିର ନିବାସୀ ବୋଲି ପରିଚୟ ମିଳିଛି । ବର୍ତ୍ତମାନ ତାକୁ ପଚରାଉଚରା କରାଯାଉଛି ।

ସୂଚନା ମୁତାବକ, ସୋପୋର ପେଠ ସିର୍ ରେଳ ଷ୍ଟେସନ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ବିଶେଷ ସୂତ୍ରରୁ ପୋଲିସକୁ ସୂଚନା ମିଳିଥିଲା । ଏହାପରେ ଭାରତୀୟ ସେନା ସହିତ ଜମ୍ମୁ କାଶ୍ମୀର ପୋଲିସ ମିଳିତ ଭାବେ ସେହି ଅଞ୍ଚଳରେ ଘେରାବନ୍ଦୀ କରି ତଲାସି ଅଭିଯାନ ଆରମ୍ଭ କରିଥିଲେ । ଏତିକି ବେଳେ ଜଣେ ବ୍ୟକ୍ତିର ଗତିବିଧି ଉପରେ ସୁରକ୍ଷାକର୍ମୀଙ୍କ ସନ୍ଦେହ ହୋଇଥିଲା । ସେନାକୁ ଦେଖି ସେହି ଲୋକଟି ସେଠାରୁ ଖସି ପଳାଇ ଯିବାକୁ ଉଦ୍ୟମ କରୁଥିଲା । କିନ୍ତୁ ଜଏଣ୍ଟ ପାର୍ଟି ତାକୁ ଗିରଫ କରିନେଇଥିବା ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ପୋଲିସର କହିବା ଅନୁସାରେ, ଗିରଫ ଆତଙ୍କୀ ଉମର ବସିର ଭଟ୍ଟର ଲସ୍କର ଏ ତୋଏବା ସଂଗଠନ ସହ ସମ୍ପୃକ୍ତି ରହିଛି । ତଲାସି ବେଳେ ତା' ନିକଟରୁ ଗୋଟିଏ ହ୍ୟାଣ୍ଡ ଗ୍ରେନେଡ, ପିସ୍ତଲ, ପିସ୍ତଲ ମାଗାଜିନ, ୧୫ ଅଫୁଟା ଗୁଳି, ମୋବାଇଲ ଫୋନ ଏବଂ ଏକ ସିମ୍‌କାର୍ଡ ଜବତ ହୋଇଛି । ବର୍ତ୍ତମାନ ତାକୁ ପଚରାଉଚରା ଜାରି ରହିଛି । ଏହି ଆତଙ୍କୀ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ଯୋଜନାରେ ଥିବା କୁହାଯାଉଛି । ତାରଜୋ ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି ।

ଏହାମଧ୍ୟ ପଢନ୍ତୁ: ବିହାରରେ ଟ୍ରେନରେ ବିସ୍ଫୋରକ ସାମଗ୍ରୀ ଠାବ, ନିଷ୍କ୍ରିୟ କଲା ବୋମା ନିଷ୍କ୍ରିୟକାରୀ ଦଳ

ଏଠାରେ ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ପୁଲୱାମା ଜିଲ୍ଲାରେ ଜଣେ କାଶ୍ମୀର ପଣ୍ଡିତଙ୍କ ହତ୍ୟା କରାଯାଇଥିଲା । ସଞ୍ଜମ ପଣ୍ଡିତ ନାମକ ବ୍ୟକ୍ତିଙ୍କୁ ଆତଙ୍କବାଦୀ ଗୁଳି କରି ହତ୍ୟା କରିଥିଲେ । ଏହାର ଦୁଇ ଦିନ ପରେ ସୁରକ୍ଷାକର୍ମୀ ଅବନ୍ତିପୋରାରେ ଦୁଇ ଜଣ ଆତଙ୍କୀଙ୍କୁ ଏନକାଉଣ୍ଟର କରି ନିପାତ କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ କାଶ୍ମୀର ପଣ୍ଡିତଙ୍କ ହତ୍ୟାରେ ଜଡିତ ଥିଲା । ତେବେ ଆତଙ୍କୀଙ୍କ ସହ ଗୁଳି ବିନିମୟରେ ଜଣେ ଯବାନ ଶହୀଦ ହୋଇଯାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.