ETV Bharat / bharat

Kheri violence: ଆଜି ମୁଖ୍ୟ ଅଭିଯୁକ୍ତ ଆଶିଷଙ୍କ ଜାମିନ ଶୁଣାଣି

author img

By

Published : Nov 15, 2021, 9:29 AM IST

ଆଜି ଆଶିଷଙ୍କ ଜାମିନ ଶୁଣାଣି
ଆଜି ଆଶିଷଙ୍କ ଜାମିନ ଶୁଣାଣି

ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସା ମାମଲାରେ ଅଭିଯୁକ୍ତ ଦର୍ଶାଯାଇଥିବା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଗିରଫ ହୋଇଥିଲେ । ଆଜି(ସୋମବାର) ଆଶିଷ ମିଶ୍ରାଙ୍କ ସମେତ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ହେବ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଖିମପୁର ଖେରୀ ହିଂସା ମାମଲାରେ ଅଭିଯୁକ୍ତ ଦର୍ଶାଯାଇଥିବା କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଗରିଫ ହୋଇଥିଲେ । ଆଜି(ସୋମବାର) ଆଶିଷ ମିଶ୍ରାଙ୍କ ସମେତ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ହେବ । ଜିଲ୍ଲା ବିଚାରପତି ମୁକେଶ ମିଶ୍ରଙ୍କ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା, ଆଶିଷ ପାଣ୍ଡେ ଏବଂ ଲବକୁଶଙ୍କ ଜାମିନର ଶୁଣାଣି ହେବ।

ଅକ୍ଟୋବର ୯ ତାରିଖରେ ସ୍ବତନ୍ତ୍ର SIT ଟିମ ଆଶିଷଙ୍କୁ ୧୨ ଘଣ୍ଟା ପଚରାଉଚୁରା କରିବା ପରେ ତାଙ୍କୁ ଗିରଫ କରିଥିଲା । ସେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁନଥିବାରୁ ତାଙ୍କୁ ସନ୍ଦେହରେ ଗିରଫ କରାଯାଇଥିଲା । ତାଙ୍କ ବିରୋଧରେ 302, 304 ଏ 147, 148, 149, 279, 120 ବି ଭଳି ଅନେକ ସଙ୍ଗୀନ ଦଫା ଲାଗିଛି । ଏହା ପରେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ କୋର୍ଟ ପଠାଇ ଦିଆଯାଇଥିଲା । ଏହି ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ଗାଡି ଚଳାଉଥିବାର କୃଷକମାନେ ଅଭିଯୋଗ କରିଥିଲେ । ହେଲେ ଆଶିଷ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ସମେତ 13 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ନଭେମ୍ବର ୮ରେ ହିଂସା ମାମଲାର ତଦନ୍ତ ପର୍ଯ୍ୟବେକ୍ଷଣ କରିଥିଲେ ହାଇକୋର୍ଟର ପୂର୍ବତନ ବିଚାରପତି । ଶୁଣାଣି ସମୟରେ ଉତ୍ତର ପ୍ରଦେଶ ସରକାରଙ୍କ ତଦନ୍ତ ପ୍ରକ୍ରିୟାରେ ଅସନ୍ତୋଷ ପ୍ରକାଶ କରିଥିଲେ ସର୍ବୋଚ୍ଚ କୋର୍ଟ । ଜଣେ ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ଦ୍ବାରା ତଦନ୍ତ ପ୍ରକ୍ରିୟା ତଦାରଖ କରାଇବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଅକ୍ଟୋବର ୨୬ରେ ଏହି ଚର୍ଚ୍ଚିତ ହିଂସାକାଣ୍ଡର ଶୁଣାଣି ସୁପ୍ରିମକୋର୍ଟରେ ହୋଇଥିଲା । ସାକ୍ଷୀଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ କୋର୍ଟ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ.ଭି ରମଣା ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି ହୋଇଥିଲା ।

ସୂଚନା ଥାଉ କି, ଗତ ଅକ୍ଟୋବର ୩ରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଚାଷୀଙ୍କ ଉପରେ ଏକ ଏସୟୁଭି କାର ଚଢି ଯାଇଥିଲା । ଯେଉଁଥିରେ ୮ଜଣଙ୍କର ମୃତ୍ୟୁ ହୋଇଥିଲା । କାରଟି ଆଶିଷଙ୍କର ଥିଲା ବୋଲି ଅଭିଯୋଗ ହୋଇଥିଲା । ହେଲେ କାରରେ ଆଶିଷ ନଥିବା କହିଥିଲେ ତାଙ୍କ ବାପା ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା । ଏନେଇ ଥାନାରେ ହାଜର ହେବା ପାଇଁ ସମନ ଜାରି ହୋଇଥିଲା ମାତ୍ର ତାଙ୍କର ସ୍ବାସ୍ଥ୍ୟ ସମସ୍ୟା ପାଇଁ ସେ ପ୍ରଥମେ ହାଜର ହୋଇ ନଥିଲେ । ଅଭିଯୋଗର ଅନେକ ଦିନ ଯାଏଁ ତାଙ୍କୁ ଗିରଫ ନ କରାଯାଇଥିବାରୁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କ ଉପରେ ମଧ୍ୟ ଖପ୍ପା ହୋଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.