ETV Bharat / bharat

Union Budget 2023: କ'ଣ ଶସ୍ତା ହେଲା ଓ କ'ଣ ମହଙ୍ଗା ?

author img

By

Published : Feb 1, 2023, 1:23 PM IST

Updated : Feb 1, 2023, 2:17 PM IST

Union Budget 2023
Union Budget 2023

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ । ଜାଣନ୍ତୁ କ'ଣ ଶସ୍ତା ହେଲା ଆଉ କ'ଣ ମହଙ୍ଗା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ନିଯୁକ୍ତି ଠାରୁ ଆରମ୍ଭ କରି ଆୟକର କ୍ଷେତ୍ରରେ ବଡ ଘୋଷଣା କରାଯାଇଛି । ସେହିପରି ଅନେକ ସାମଗ୍ରୀ ଉପରେ ଟିକସ ବୃଦ୍ଧି କରାଯାଇଥିବା ବେଳେ ଅନେକ ସାମଗ୍ରୀରେ ଟିକସ ହ୍ରାସ କରାଯାଇଛି । ମୋବାଇଲ ଶିଳ୍ପରେ ବ୍ୟବହୃତ କ୍ୟାମେରା ଲେନ୍ସ, ବ୍ୟାଟେରୀରେ କଷ୍ଟମ ଡ୍ୟୁଟି ହ୍ରାସ ହୋଇଛି ।

ଟିଭି ପାର୍ଟଗୁଡିକ ଉପରେ ୨.୫ ପ୍ରତିଶତ ଟିକସ ହ୍ରାସ ଘୋଷଣା କରାଯାଇଛି । ଲିଥିୟମ-ଆୟନ ବ୍ୟାଟେରୀ ଆମଦାନୀ ଉପରେ ସୀମା ଶୁଳ୍କ ଛାଡ କରାଯାଇଛି । ଫଳରେ ଷ୍ଟିଲ, ଏଲଇଡି ଟିଭି ଶସ୍ତା ହେବ । ବୈଦ୍ୟୁତିକ ଯାନବାହନ ଦାମ୍ କମିବ । ମୋବାଇଲ ଫୋନ, କ୍ୟାମେରା ଲେନ୍ସ, ଖେଳନା, ସାଇକେଲ, ଆଟୋ ମୋବାଇଲ ଇତ୍ୟାଦି ଜିନିଷ ଶସ୍ତା ମିଳିବ । ରବର ଉପରେ ଟିକସ ହ୍ରାସ କରାଯାଇଥିବାରୁ ଟାୟାର ମଧ୍ୟ ଶସ୍ତା ହେବ । ଲ୍ୟାବନିର୍ମିତ ହୀରା ଉପରେ କଷ୍ଟମ ଡ୍ୟୁଟି ଛାଡ ଘୋଷଣା ହୋଇଛି ।

ସେହିପରି ଇଲେକ୍ଟ୍ରିକ କିଚେନ ଚିମନିରେ ଆମଦାନୀ ଶୁଳ୍କ ୭.୫ ପ୍ରତିଶତରୁ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି । ଯେଉଁ କାରଣରୁ କିଚେନ୍ ଚିମନି ମହଙ୍ଗା ହେବ । ସିଗାରେଟ ଦାମ୍ ବଢିବ । ପୋଷାକ ଓ ହେଡ୍ ଫୋନ ଦାମ୍ ବି ବଢିବ । ସୁନା, ରୁପା, ପ୍ଲାଟିନମ ଗହଣା ଉପରେ ଟିକସ ବୃଦ୍ଧି କରାଯାଇଥିବାରୁ ଏହା ଆହୁରି ମହଙ୍ଗା ହେବ ।

ଏହାମଧ୍ୟ ପଢନ୍ତୁ: Budget 2023: ଭିତ୍ତିଭୂମି ବିକାଶ ଲାଗି ବଡ଼ ଘୋଷଣା, 33 ପ୍ରତିଶତ ବଢିଲା ବ୍ୟୟ ଅଟକଳ

ଚଳିତ ବଜେଟରେ ସରକାର ମଧ୍ୟବିତ୍ତଙ୍କୁ ଖୁସି କରିଦେଇଛନ୍ତି । ଆୟକର ଛାଡ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି କରାଯାଇଛି । ଏଣିକି ୭ ଲକ୍ଷ ଯାଏଁ ବ୍ୟକ୍ତିଗତ ଆୟ ଉପରେ ଟିକସ ଦେବାକୁ ପଡିବନି । ବାର୍ଷିକ ଆୟ ୭ ଲକ୍ଷରୁ ଅଧିକ ହେଲେ କୌଣସି ରିହାତି ମିଳିବନି । ପୂର୍ବରୁ ଟିକସ ସ୍ଲାବ ସୀମା ୫ ଲକ୍ଷ ଥିଲା । ଏହାସହିତ ଅର୍ଥମନ୍ତ୍ରୀ ନୂଆ ଆୟକର ସ୍ଲାବ ପ୍ଲାନ ଘୋଷଣା କରିଛନ୍ତି ।

Last Updated :Feb 1, 2023, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.