ETV Bharat / bharat

‘ଆରେ ମୂର୍ଖଙ୍କ ସର୍ଦ୍ଦାର’: ରାହୁଲଙ୍କ ଚାଇନା ଫୋନ୍‌ ମନ୍ତବ୍ୟକୁ କାଉଣ୍ଟର କଲେ ମୋଦି

author img

By ETV Bharat Odisha Team

Published : Nov 14, 2023, 10:55 PM IST

‘ଆରେ ମୂର୍ଖମାନଙ୍କ ସର୍ଦ୍ଦାର’: ରାହୁଲଙ୍କୁ ଟାର୍ଗେଟ କଲେ ମୋଦି
‘ଆରେ ମୂର୍ଖମାନଙ୍କ ସର୍ଦ୍ଦାର’: ରାହୁଲଙ୍କୁ ଟାର୍ଗେଟ କଲେ ମୋଦି

ରାହୁଲଙ୍କ ଚାଇନା ଫୋନ୍‌ ମନ୍ତବ୍ୟକୁ କାଉଣ୍ଟର କଲେ ପ୍ରଧାନମନ୍ତ୍ରୀ ମୋଦି । ନାଁ ନନେଇ କହିଲେ ‘ମୂର୍ଖଙ୍କ ସର୍ଦ୍ଦାର’ । ଦେଶର ଉପଲବ୍ଧି ନଦେଖିବା କଂଗ୍ରେସର ମାନସିକ ବିମାରୀ । ଅଧିକ ପଢନ୍ତୁ

ଭୋପାଲ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଚାଇନା ଫୋନ ମନ୍ତବ୍ୟକୁ ନିର୍ବାଚନୀ ସଭାମଞ୍ଚରୁ କଟାକ୍ଷ କରିଛନ୍ତି । ରାହୁଲଙ୍କ ନାମ ନନେଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ମୂର୍ଖମାନଙ୍କ ସର୍ଦ୍ଦାର ବୋଲି କହିଛନ୍ତି । ଦେଶର ବର୍ତ୍ତମାନର ଉପଲବ୍ଧି କଂଗ୍ରେସର ନେତାଙ୍କୁ ଜଣାନଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି ମଧ୍ୟ ପ୍ରଦେଶରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ବେଳେ ରାହୁଲ କହିଥିଲେ, ଆଜି ଯେକୌଣସି ଜିନିଷ ଦେଖିଲେ, ସେଥିରେ ମେଡ-ଇନ-ଚାଇନା ଲେଖାଯାଇଥିବା ଦେଖିବାକୁ ମିଳିଛି । ଆମେ ମଧ୍ୟ ପ୍ରଦେଶରେ ଏହି ସବୁ ସାମଗ୍ରୀର ନିର୍ମାଣ କରିବାକୁ ସ୍ବପ୍ନ ରଖିଛୁ । କଂଗ୍ରେସ ସରକାର ଶାସନକୁ ଆସିଲେ ମଧ୍ୟ ପ୍ରଦେଶର ଯୁବକଙ୍କୁ ରୋଜଗାର ମିଳିବା । ସେମାନେ କାରଖାନାରେ କାମ କରିବେ । ଏମିତି ଏକ ଦିନ ଆସିବ, ଚୀନର କେହି ଜଣେ ଧରିଥିବା ମୋବାଇଲରେ ମେଡ-ଇନ-ମଧ୍ୟପ୍ରଦେଶ ଲେଖା ହୋଇଥିବା ଦେଖିବାକୁ ମିଳିବ ।

ରାହୁଲଙ୍କ ଏହି ମନ୍ତବ୍ୟକୁ ଆଜି ନିର୍ବାଚନୀ ସଭାମଞ୍ଚରୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନାଁ ନନେଇ ମୋଦି କହିଛନ୍ତି,"କାଲି କଂଗ୍ରେସର ଜଣେ ନେତା କହୁଥିଲେ, ଆପଣମାନେ ସମସ୍ତେ ଚାଇନା ଫୋନ ବ୍ୟବହାର କରୁଛନ୍ତି । ଆରେ ମୂର୍ଖଙ୍କ ସର୍ଦ୍ଦାର, କେଉଁ ଦୁନିଆରେ ଏମାନେ ରହୁଛନ୍ତି । ନିଜ ଦେଶର ଉପଲବ୍ଧି ନଦେଖି ପାରିବାର ମାନସିକ ରୋଗରେ କଂଗ୍ରେସ ଆକ୍ରାନ୍ତ ହୋଇ ସାରିଲାଣି । ସେମାନେ କେଉଁ ବିଦେଶୀ ଚଷମା ପିନ୍ଧୁଛନ୍ତି, ସେମାନଙ୍କୁ ସତ ଦେଖାଯାଉନାହିଁ । ଆଜିର ବାସ୍ତବତା ହେଉଛି, ଭାରତ ବିଶ୍ବରେ ଦ୍ବିତୀୟ ବୃହତ୍ତମ ମୋବାଇଲ ନିର୍ମାତା । କଂଗ୍ରେସ ଯେତେବେଳେ ଶାସନରେ ଥିଲା ଭାରତରେ 20 ହଜାର କୋଟିରୁ କମ ଟଙ୍କାର ମୋବାଇଲ ନିର୍ମାଣ କରାଯାଉଥିଲା । ମାତ୍ର ଏବେ ଦେଶରେ ସାଢେ ତିନି ଲକ୍ଷ କୋଟି ମୂଲ୍ୟର ମୋବାଇଲ ନିର୍ମାଣ କରାଯାଉଛି । ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ମୂଲ୍ୟର ମୋବାଇଲ ଭାରତ ଅନ୍ୟ ଦେଶକୁ ରପ୍ତାନୀ ମଧ୍ୟ କରୁଛି ।"

ଏହା ମଧ୍ୟ ପଢନ୍ତୁ :-ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମିଥ୍ୟା ମନ୍ତବ୍ୟ ମାମଲା: ପ୍ରିୟଙ୍କା ଓ AAPକୁ ନିର୍ବାଚନ ଆୟୋଗର ନୋଟିସ

ଅନ୍ୟପଟେ ଆଜି ମଧ୍ୟ ପ୍ରଦେଶରେ ଭିଦିସାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ରାହୁଲ କଂଗ୍ରେସର ବିଜୟ ନିଶ୍ଚିତ ବୋଲି କହିବା ସହ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ୍‌ କରିଥିଲେ । ଦଳ 2018ରେ ରାଜ୍ୟବାସୀଙ୍କଠାରୁ ଜନାଦେଶ ପାଇଥିଲା । ହେଲେ ଭାରତୀୟ ଜନତା ପାର୍ଟି କଂଗ୍ରେସର ନିର୍ବାଚିତ ବିଧାୟକଙ୍କୁ କିଣି ନେଇ 2020ରେ ସତ୍ତା ପରିବର୍ତ୍ତନ କରିଥିଲା । ମାତ୍ର ଚଳିତ ଥର ରାଜ୍ୟବାସୀ ବୁଝି ସାରିଛନ୍ତି । ସେମାନେ କଂଗ୍ରେସକୁ 145ରୁ 150 ଆସନରେ ବିଜୟ କରାଇବେ ବୋଲି ରାହୁଲ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.