ETV Bharat / bharat

KGF Copyright Infringement: ରାହୁଲଙ୍କୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଆଶ୍ବସ୍ତି

author img

By

Published : Dec 17, 2022, 8:33 AM IST

ବିନା ଅନୁମତିରେ ଭାରତ ଯୋଡ଼ ଯାତ୍ରାରେ କେଜିଏଫ୍‌-୨ର ଗୀତକୁ ବ୍ୟବହାର(KGF-2 songs in Bharat Jodo Yatra) କରାଯାଇଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମରେ ମାମଲା ଘଟଣା । ରୁଜୁ ହୋଇଥିବା ଏଫଆଇଆର ଉପରେ ରୋକ ଲଗାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ(High Court stays FIR against Rahul Gandhi) । ଅଧିକ ପଢନ୍ତୁ

KGF copyright
KGF copyright

ବେଙ୍ଗାଲୁରୁ: କେଜିଏଫ ମାମଲାରେ(KGF copyright infringement) କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ବସ୍ତି । କେଜିଏଫ ୨ ଫିଲ୍ମ ଗୀତର କପିରାଇଟ ଉଲ୍ଲଘଂନ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜୟରାମ ରମେଶ ଓ ସୁପ୍ରିୟୋ ଶ୍ରୀନେତଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆର ଉପରେ ରୋକ ଲଗାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ(High Court stays FIR against Rahul Gandhi) ।

ବରିଷ୍ଠ ଓକିଲ ଏଏସ ପୋନ୍ନାନାଙ୍କ ମତାମତ ଶୁଣିବା ପରେ ଜଷ୍ଟିସ ସୁନୀଲ ଦତ୍ତ ଯାଦବ ଏହି ରାୟ ଶୁଣାଇଛନ୍ତି । ବରିଷ୍ଠ ପରାମର୍ଶଦାତା ବେଞ୍ଚକୁ ସୂଚନା ଦେଇଥିଲେ ଯେ, ଏହି ଗୀତର ଭିଡିଓ ଗୁଡିକ କଂଗ୍ରେସ ଦଳର ସରକାରୀ ସୋସିଆଲ ମିଡିଆରୁ ହଟାଇ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: FIR against Rahul Gandhi: ରାହୁଲଙ୍କ ଗାନ୍ଧିଙ୍କ ନାଁରେ କର୍ଣ୍ଣାଟକରେ FIR

କଂଗ୍ରେସ ନେତାଙ୍କ ବିରୋଧରେ ଏମଆରଟି ମ୍ୟୁଜିକ କମ୍ପାନୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲା । ରାହୁଲ ଗାନ୍ଧୀ ନିଜର ଭାରତ ଯୋଡ ଯାତ୍ରାର ପ୍ରସାର ପାଇଁ କେଜିଏଫ ୨ର ଗୀତ ସମୁନ୍ଦର ମେ ଲହର ଉଠି ହୈ ଜିଦ୍ଦି ଜିଦ୍ଦି ହୈ ତୁଫାନ ଚଟାନୋ ଭି କାମ୍ପ ରହି ହୈ ବ୍ୟବହାର କରିଥିବାର କମ୍ପାନୀ ଅଭିଯୋଗ କରିଥିଲା । ରାହୁଲ ନିଜର ରାଜନୈତିକ ଏଜେଣ୍ଡାକୁ ଆଗକୁ ବଢାଇବା ପାଇଁ ବିନା ଅନୁମତିରେ ଏହି ସଙ୍ଗୀତ ବ୍ୟବହାର କରିଥିବା ନେଇ କମ୍ପାନୀ ପକ୍ଷରୁ ଅଭିଯୋଗ କରିଥିଲା । ଏନେଇ ଯଶବନ୍ତପୁର ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଥିଲା । ଯଶବନ୍ତପୁର ପୋଲିସ କପିରାଇଟ ଆକ୍ଟ ୧୯୫୭, ଆଇପିସିର ବିଭିନ୍ନ ଧାରା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆକ୍ଟରେ ମାମଲା ପଞ୍ଜିକରଣ କରିଥିଲା ।

ପ୍ରକାଶ ଯୋଗ୍ୟ ଯେ, ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ ହୋଇଛି କଂଗ୍ରେସର ଭାରତ ଯୋଡ ଯାତ୍ରା(Bharat Jodo Yatra of congress) । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ ଯାତ୍ରା ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଛି । ବର୍ତ୍ତମାନ ଏହା ରାଜସ୍ଥାନରେ ରହିଛି । ଗତ ଶୁକ୍ରବାର ଦିନ ଏହି ଭାରତ ଯୋଡ ଯାତ୍ରା ୧୦୦ ଦିନ ଅତିକ୍ରମ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.