ETV Bharat / bharat

ଫାରୁକ ଅବଦ୍ଦୁଲାଙ୍କ ବାସଭବନରେ PAGD ନେତାଙ୍କୁ ଭେଟିଲେ କାଶ୍ମୀର ପଣ୍ଡିତ ପ୍ରତିନିଧି ମଣ୍ଡଳୀ

author img

By

Published : May 14, 2022, 6:15 PM IST

ଫାରୁକ ଅବଦ୍ଦୁଲାଙ୍କ ବାସଭବନରେ PAGD ନେତାଙ୍କୁ ଭେଟିଲେ କାଶ୍ମୀର ପଣ୍ଡିତ ପ୍ରତିନିଧି ମଣ୍ଡଳୀ
ଫାରୁକ ଅବଦ୍ଦୁଲାଙ୍କ ବାସଭବନରେ PAGD ନେତାଙ୍କୁ ଭେଟିଲେ କାଶ୍ମୀର ପଣ୍ଡିତ ପ୍ରତିନିଧି ମଣ୍ଡଳୀ

PAGD ନେତାଙ୍କୁ ଭେଟିଲେ କାଶ୍ମୀର ପଣ୍ଡିତଙ୍କ ପ୍ରତିନିଧି ମଣ୍ଡଳୀ । ଫାରୁକ ଅବଦୁଲ୍ଲାଙ୍କ ବାସଭବନରେ ହେଲା ଆଲୋଚନା । କାଶ୍ମୀର ପଣ୍ଡିତଙ୍କ ବିଭିନ୍ନ ଦାବି ନେଇ ଉପ ରାଜ୍ୟପାଳଙ୍କୁ ଭେଟିବେ PAGD ନେତୃତ୍ବ । ଅଧିକ ପଢନ୍ତୁ

ଶ୍ରୀନଗର: କାଶ୍ମୀର ପଣ୍ଡିତଙ୍କ ଏକ ପ୍ରତିନିଧି ମଣ୍ଡଳୀ ଆଜି (ଶନିବାର) ଗୁପକାର ମେଣ୍ଟ (Peoples Alliance for Gupkar Declaration,PAGD) ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି । ଶ୍ରୀନଗରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କ ବାସଭନବରେ ଏହି ଆଲୋଚନା ହୋଇଛି । ପିଡିପି ମୁଖ୍ୟ ମେହେବୁବା ମୁଫତି, CPIM ବରିଷ୍ଠ ନେତା ଏନ ଓ୍ବାଇ ତାରିଗାମି (MY Tarigami) ଓ ଆଓ୍ବାମୀ ନ୍ୟାସନାଲ କନଫରେନ୍ସ ନେତା ମୁଜାଫର ସାହା ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ ।

ବୈଠକ ସମାପ୍ତ ହେବା ପରେ ସେ ସମ୍ପର୍କରେ ସୂଚନା ଦେଇ ଏନ ଓ୍ବାଇ ତାରିଗାମି କହିଛନ୍ତି, କାଶ୍ମୀର ପଣ୍ଡିତଙ୍କ ଏକ ପ୍ରତିନିଧି ମଣ୍ଡଳୀଙ୍କ ସହ ଆଲୋଚନା ହୋଇଛି । ସେମାନେ ସେମାନଙ୍କ ଦାବି ନେଇ ବିଭିନ୍ନ ପ୍ରସ୍ତାବ ରଖିଛନ୍ତି । ତେବେ ସେମାନଙ୍କ ଦାବି ପୂରଣ ନେଇ PAGD କାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟିବା ସହ ଆଲୋଚନା ମଧ୍ୟ କରିବ ।

ସେହିପରି 90 ଦଶକର କାଶ୍ମୀର ପଣ୍ଡିତ ଗଣହତ୍ୟା ପ୍ରସଙ୍ଗରେ ସେ ଏହାକୁ ରାଜନୀତିକରଣ କରାଯାଉଛି ବୋଲି କହିଛନ୍ତି। ରାଜନୀତି କରିବା ପରିବର୍ତ୍ତେ ସମସ୍ତେ ଏହାକୁ ବିରୋଧ କରିବା ଆବଶ୍ୟକ ଓ ଓ ଏବଂ ଏପରି ସ୍ଥିତି ଘାଟିରେ ଆଉ ଥରେ ସୃଷ୍ଟି ନହେବା ନେଇ ସମସ୍ତେ ଯତ୍ନବାନ ହେବା ନେଇ ମଧ୍ୟ ଗଣମାଧ୍ୟମରେ ବିବୃତ୍ତି ରଖିଥିଲେ ଏନ ଓ୍ବାଇ ତାରିଗାମି । ଗତ ଦୁଇ ଦିନ ପୂର୍ବେ କେନ୍ଦ୍ରୀୟ କାଶ୍ମୀରର ବଡଗାମ ଜିଲ୍ଲାରେ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ରାହୁଲ ଭଟ୍ଟ ନାମକ ଜଣେ କାଶ୍ମୀର ପଣ୍ଡିତଙ୍କୁ ଗୁଳିକରି ହତ୍ୟା କରିଥିଲେ ଆତଙ୍କୀ । ହତ୍ୟାକାଣ୍ଡକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.