ETV Bharat / bharat

Karnataka: ମହିଳା ଖଣି ଅଧିକାରୀଙ୍କୁ ଘରେ ପଶି ହତ୍ୟା

author img

By ETV Bharat Odisha Team

Published : Nov 5, 2023, 3:37 PM IST

Karnataka: ମହିଳା ଖଣି ଅଧିକାରୀଙ୍କୁ ଘରେ ପଶି ହତ୍ୟା
Karnataka: ମହିଳା ଖଣି ଅଧିକାରୀଙ୍କୁ ଘରେ ପଶି ହତ୍ୟା

ବେଙ୍ଗାଲୁରୁରେ ମହିଳା ଖଣି ଅଧିକାରୀଙ୍କୁ ଘରେ ପଶି ହତ୍ୟା । ରକ୍ତାକ୍ତ ମୃତଦେହ ଉଦ୍ଧାର । ରାଜ୍ୟ ମାଇନ୍ସ ଓ ଜିଓଲୋଜି ବିଭାଗର ଉପନିର୍ଦ୍ଦେଶକ ଭାବେ ଥିଲେ କାର୍ଯ୍ୟରତ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: ଜଣେ ଉଚ୍ଚପଦସ୍ଥ ମହିଳା ଖଣି ଅଧିକାରୀଙ୍କୁ ଘରେ ପଶି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଆଜି ରକ୍ତାକ୍ତ ଅବସ୍ଥାରେ ଅଧିକାରୀଙ୍କ ମୃତଦେହ ସେ ରହୁଥିବା ଘରୁ ଉଦ୍ଧାର ହୋଇଛି । ଗତକାଲି(ଶନିବାର) ରାତିରେ ବେଙ୍ଗାଲୁରର ସୁଭ୍ରାମଣ୍ୟାପୁରା ସ୍ଥିତ ଘରେ କେହି ନଥିବା ବେଳେ ତାଙ୍କୁ ଜଣେ କିମ୍ବା ଏକାଧିକ ଦୁର୍ବୃତ୍ତ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡିଛି । ଏହି ଅଧିକାରୀଙ୍କ ନାମ ପ୍ରତିମା ଓ ରାଜ୍ୟ ଖଣି ଏବଂ ଜିଓଲୋଜି ବିଭାଗର ଉପନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ ।

ପୋଲିସର ପ୍ରାଥମିକ ତଦନ୍ତ ପରେ ମିଳିଥିବା ସୂଚନା ଅନୁସାରେ, ଏହି 45 ବର୍ଷୀୟା ଅଧିକାରୀ ଜଣକ ରାଜ୍ୟ ଖଣି ଓ ଜିଓଲୋଜି ବିଭାଗରେ ଉପନିର୍ଦ୍ଦେଶକ ଭାବେ ଦାୟିତ୍ବରେ ଥିଲେ । ସେ ବେଙ୍ଗାଲୁରୁର ସୁଭ୍ରାମଣ୍ୟାପୁରାରେ ଗତ 8 ବର୍ଷ ହେଲା ନିଜ ସ୍ବାମୀ ଓ ପୁଅ ସହିତ ରହିଆସୁଥିଲେ । କୌଣସି କାରଣରୁ ଗତକାଲି ରାତିରେ ପୁଅ ଓ ସ୍ବାମୀ ଅନ୍ୟତ୍ର ଯାଇଥିଲେ । ରାତିରେ ଏକାଥିବା ବେଳେ ପ୍ରତିମାଙ୍କ ଉପରେ ଏକାଧିକ ଦୁର୍ବୃତ୍ତ ଘରେ ପଶି ଆକ୍ରମଣ କରିଥିଲେ । ଧାରୁଆ ଅସ୍ତ୍ରରେ ତାଙ୍କ ଆକ୍ରମଣ କରି ହତ୍ୟା କରାଯାଇଛି । ଆଜି ସକାଳେ ତାଙ୍କ ଭାଇ ଫ୍ଲାଟରେ ପହଞ୍ଚି ପ୍ରତିମାଙ୍କ ରକ୍ତାକ୍ତ ମୃତଦେହ ଦେଖିବାକୁ ପାଇଥିଲେ ।

ମୃତ ପ୍ରତିମାଙ୍କ ଭାଇଙ୍କ କହିବା ଅନୁସାରେ, ସେ ଗତକାଲି ରାତି ପ୍ରାୟ 8ଟାରେ ଅଫିସରୁ ଘରକୁ ଫେରିଥିଲେ । ପରେ ଆଉ ଫୋନ କଲ ରିସିଭ କରିନଥିଲେ । ତାଙ୍କୁ ତାଙ୍କ ଅଫିସ ଡ୍ରାଇଭର ଆଣି ଘରେ ଛାଡିଥିଲା । ଏହାର ମାତ୍ର କିଛି ସମୟ ମଧ୍ୟରେ ତାଙ୍କ ସହ ଯୋଗାଯୋଗ ହୋଇନଥିଲା । ଫଳରେ ଆଜି ସେ ତାଙ୍କ ଫ୍ଲାଟରେ ପହଞ୍ଚିଥିଲେ । ତେଣୁ ଦୁର୍ବୃତ୍ତମାନେ ତାଙ୍କୁ ଅଫିସରୁ ପିଚ୍ଛା କରି ଆସିଥିବା ସନ୍ଦେହ ମଧ୍ୟ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:- ଖଲିସ୍ତାନୀ ଆତଙ୍କୀର ଧମକ: ୧୯ ତାରିଖରେ ଏୟାର ଇଣ୍ଡିଆରେ ଯାତ୍ରା କରନି, ନହେଲେ...

ତେବେ ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଗତକାଲି ରାତି ପ୍ରାୟ ସାଢେ 8 ଟାରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତ ରିପୋର୍ଟ କହୁଛି । ହତ୍ୟାକାଣ୍ଡରେ ଜଣେ କିମ୍ବା ଏକାଧିକ ଦୁର୍ବୃତ୍ତ ସାମିଲ ତାହା ପୋଲିସ ସ୍ପଷ୍ଟ କରିପାରିନି । ନିକଟରେ ଲାଗିଥିବା ସମସ୍ତ ସିସିଟିଭିକୁ ପୋଲିସ ତଦନ୍ତ ପରିସରକୁ ନେଇଛି । ଏହି ମହିଳା ଜଣଙ୍କ ଖଣି ପରି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଉଚ୍ଚପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟ କରୁଥିବାରୁ ଏହି ହତ୍ୟାକାଣ୍ଡରେ ମାଫିଆଙ୍କ ଭୂମିକା ଥିବା ସନ୍ଦେହ କରାଯାଉଛି । ପୋଲିସ ସବୁ ଦିଗରୁ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.