ETV Bharat / bharat

ସେନାକୁ ସଫଳତା, ପ୍ରେସର କୁକରରୁ ଅଫୁଟା ଆଇଡି ଜବତ

author img

By

Published : Nov 26, 2022, 7:28 AM IST

ପ୍ରେସର କୁକରରୁ ଅଫୁଟା ଆଇଡି ଜବତ
ପ୍ରେସର କୁକରରୁ ଅଫୁଟା ଆଇଡି ଜବତ

ସୋପିଆନ ସ୍ଥିତ ଇମାମସାହିବରୁ ଅଫୁଟା ଆଇଡି ଜବତ କଲା ପୋଲିସ ଓ ଭାରତୀୟ ସେନାର 44 ରାଷ୍ଟ୍ରୀୟ ରାଇଫଲ୍ସ । ଅଧିକ ପଢନ୍ତୁ

ଶ୍ରୀନଗର: ଏକ ବଡ ଦୁର୍ଘଟଣାକୁ ରୋକିବାରେ ସଫଳ ହୋଇଛି ଭାରତୀୟ ସେନା । ପ୍ରେସର କୁକରରୁ ଆଇଡି( Improvised Explosive Device)କୁ ନିଷ୍କ୍ରିୟ କଲା ଜମ୍ମୁ କାଶ୍ମୀର ପୋଲିସ । ସୋପିଆନ ସ୍ଥିତ ଇମାମସାହିବରୁ ପୋଲିସ ଓ ଭାରତୀୟ ସେନାର 44 ରାଷ୍ଟ୍ରୀୟ ରାଇଫଲ୍ସର ମିଳିତ ଅପରେସନରେ ବିସ୍ଫୋରକ ଆଇଡିକୁ ଉଦ୍ଧାର କରାଯାଇ ନିଷ୍କ୍ରିୟ କରାଯାଇଛି । ଫଳରେ ଆତଙ୍କବାଦୀଙ୍କ ଏକ ବଡ ଯୋଜନା ପଣ୍ଡ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସୋପିଆନର ଇମାମସାହିବରେ ଆଇଡି ଥିବା ନେଇ ଏକ ବିଶେଷ ସୁତ୍ରରୁ ପୋଲିସକୁ ଖବର ମିଳିଥିଲା । ଏହାପରେ ସୋପିଆନ ପୋଲିସ ଓ ଭାରତୀୟ ସେନା ମିଳିତ ଅପରେସନ ଆରମ୍ଭ କରି ଏକ ପ୍ରେସର କୁକରରେ ଆଇଡି ଥିବା ଦେଖିବାକୁ ପାଇଥିଲେ । ଏହାପରେ ବୋମା ନିଷ୍କ୍ରିୟକାରୀ ଦଳ ଆଇଡିକୁ ନିଷ୍କ୍ରିୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-26/11 Attack: ଦିନ ଯାଇଛି ଚିହ୍ନ ରହିଛି, ଆତଙ୍କୀ ଆକ୍ରମଣକୁ ଭୁଲିବନି ଦେଶ

ଏହାପୂର୍ବରୁ ଗତ ଅକ୍ଟୋବର ମାସରେ ଜମ୍ମୁ କାଶ୍ମୀରର ରାମବାନ ଜିଲ୍ଲାର ନାଶ୍ରି ନାକା ନିକଟରେ ଏକ ମିନି ବସରୁ ଆଇଡି ଜବତ କରାଯାଇଥିଲା । CRPF ଏବଂ ସେନାର ବୋମା ନିଷ୍କ୍ରିୟକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଅଫୁଟା ଆଇଡିକୁ ନିଷ୍କ୍ରିୟ କରିଥିଲେ । ସେହିପରି ଅକ୍ଟୋବର ୧୫ ତାରିଖରେ ଜମ୍ମୁ କାଶ୍ମୀରର ବନ୍ଦିପୋରା ଜିଲ୍ଲାରୁ ଘାତକ IED ବୋମାକୁ ଉଦ୍ଧାର କରାଯାଇଥିଲା । ସର୍ଚ୍ଚ ଅପରେସନ ସମୟରେ ବଦ୍ୟାରା ଓ କାନବତୀ ଗ୍ରାମ ନିକଟ ବନ୍ଦିପୋରା-ସାପୋର ରାସ୍ତା ନିକଟରେ ଏକ ଆଇଡି ବୋମା ଠାବ ହୋଇଥିଲା । ଏ ସମ୍ପର୍କର ସୂଚନା ପାଇବା ମାତ୍ରେ ଉକ୍ତ ସ୍ଥଳରେ ପହଞ୍ଚିଥିଲା ବୋମା ନିଷ୍କ୍ରିୟକାରୀ ଟିମ । ଏହି ବୋମାକୁ ଜନବସତି ସ୍ଥାନରୁ ନିଆଯାଇ ଏକ ଘଞ୍ଚ ଜଙ୍ଗଲ ମଧ୍ୟରେ ବୋମାକୁ ନଷ୍ଟ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.