ETV Bharat / bharat

KBC Juniors: ପ୍ରଥମ ପ୍ରତିଯୋଗୀ ହେଲେ ଜାମସେଦପୁର ପୁଅ ବେଦାନ୍ତ

author img

By

Published : Dec 4, 2022, 9:49 AM IST

KBC Juniors: ପ୍ରଥମ ପ୍ରତିଯୋଗୀ ହେଲେ ଜାମସେଦପୁର ପୁଅ ବେଦାନ୍ତ
KBC Juniors: ପ୍ରଥମ ପ୍ରତିଯୋଗୀ ହେଲେ ଜାମସେଦପୁର ପୁଅ ବେଦାନ୍ତ

କୌନ ବନେଗା କରୋଡପତି ଜୁନିଅରରେ ପ୍ରଥମ ପ୍ରତିଯୋଗୀ ହେଲେ ଜାମସେଦପୁର ପୁଅ ବେଦାନ୍ତ । ଖୁସିବ୍ୟକ୍ତ କଲା ପରିବାର । ଅଧିକ ପଢନ୍ତୁ

ରାଞ୍ଚି: ଟେଲିଭିଜନର ଲୋକପ୍ରିୟ ରିଆଲିଟି ଶୋ' କୌନ ବନେଗା କରୋଡ଼ପତି ଜୁନିଅର୍ସ (Kaun Banega Crorepati Juniors) ଆରମ୍ଭ ହୋଇଛି । ଏହାର ପ୍ରଥମ ଏପିସୋଡ଼ରେ ହଟସିଟ୍‌ରେ ବସିଛନ୍ତି ଝାଡ଼ଖଣ୍ଡ ଜାମସେଦପୁରର ପୁଅ ବେଦାନ୍ତ ଶର୍ମା (Vedant Sharma in KBC Juniors) । ଏହି ଶୋ' ଆସନ୍ତା ୫ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ଏହି ଶୋ'ରେ ବଲିଉଡ଼ର ବିଗ ବିଙ୍କ ସହ କଥାବାର୍ତ୍ତା କରିବେ ବେଦାନ୍ତ । ଯାହାକି କେବଳ ଜାମସେଦପୁର ନୁହେଁ ସମଗ୍ର ଝାଡଖଣ୍ଡ ପାଇଁ ଗର୍ବର ବିଷୟ ପାଲଟିଛି ।

ବେଦାନ୍ତ ଶର୍ମା ଜାମସେଦପୁରର ପାରଡିହ ମାଉଣ୍ଟ ଲିଟେରା ଜି ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର। ସେ କରାଟେରେ ଏକ ସବୁଜ ବେଲ୍ଟର ଅଧିକାରୀ ମଧ୍ୟ । ତାଙ୍କ ପିତା ପ୍ରବୀଣ କୁମାରଙ୍କର ନିଜର ବ୍ୟବସାୟ ଥିବାବେଳେ ମାତା ସ୍ନିଗ୍ଧା କୁମାର ଜଣେ ଶିକ୍ଷୟିତ୍ରୀ । କେବିସି (KBC)ରେ ବେଦାନ୍ତଙ୍କ ନାମ ଦେଖିବାକୁ ମିଳୁଥିବାରୁ ପରିବାର ସଦସ୍ୟ ବହୁତ ଖୁସି ଅଛନ୍ତି । ବେଦାନ୍ତଙ୍କ ସମ୍ପର୍କରେ ମା' ଏବଂ ପିତା ନିଜ ପୁଅ ବେଦାନ୍ତଙ୍କ ଏହି ସଫଳତାରେ କେବଳ ଖୁସି ନୁହଁନ୍ତି, ବରଂ ପୁଅର ଏହି ସଫଳତା ପାଇଁ ବେଶ ଗର୍ବିତ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ- 2020 Delhi Riots: ଦିଲ୍ଲୀ ଦଙ୍ଗାରେ ପଥର ଫିଙ୍ଗିବା ମାମଲା, ଦୋଷମୁକ୍ତ ହେଲେ ଉମର ଓ ସୈଫି

ବେଦାନ୍ତଙ୍କ ପିତା କହିଛନ୍ତି ଯେ ତାଙ୍କ ପୁଅ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଶୋ' କୌନ ବନେଗା କରୋଡପତିକୁ ଜେଜେବାପା ରବିନ୍ଦ୍ର ନାଥ ଶର୍ମା ଏବଂ ଜେଜେମା ପ୍ରେମ ଶର୍ମାଙ୍କ ସହ ବହୁ କମ ବୟସରୁ ଦେଖୁଥିଲା । ଏହି ଶୋ'ରେ ସେ ଅଂଶଗ୍ରହଣ କରିବା ପାଇଁ ତାଙ୍କର ଆଗ୍ରହ ବଢିଥିଲା । ଏହି ବିଷୟରେ ସେ ନିଜର ସାଧାରଣ ଜ୍ଞାନ ବୃଦ୍ଧିରେ କ୍ରମାଗତ ଭାବରେ ନିୟୋଜିତ ଥିଲେ । ଶେଷରେ ଏହାର ଫଳାଫଳ ସାମ୍ନାକୁ ଆସିଛି । ଆଜି ବେଦାନ୍ତ ଝାଡଖଣ୍ଡର ପ୍ରଥମ ଅଂଶଗ୍ରହଣକାରୀ ଭାବରେ କେବିସିରେ ଯୋଗ ଦେଇଛନ୍ତି ।

ଆସନ୍ତା ଡିସେମ୍ବର ୫ରୁ କୌନ ବନେଗା କରୋଡପତି ଜୁନିଅରର ହଟସିଟ୍ ଉପରେ ବସିବେ ବେଦାନ୍ତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.