ETV Bharat / bharat

2020 Delhi Riots: ଦିଲ୍ଲୀ ଦଙ୍ଗାରେ ପଥର ଫିଙ୍ଗିବା ମାମଲା, ଦୋଷମୁକ୍ତ ହେଲେ ଉମର ଓ ସୈଫି

author img

By

Published : Dec 3, 2022, 8:56 PM IST

2020 ଦିଲ୍ଲୀ ଦଙ୍ଗାରେ ପଥର ଫିଙ୍ଗିବା ମାମଲାରେ ଉମର ଖଲିଦ ଓ ଖାଲିଦ ସୈଫି (stone throwing case linked to 2020 Delhi riots)ଙ୍କୁ ଦୋଷମୁକ୍ତ କଲେ କୋର୍ଟ । କିନ୍ତୁ UAPA ଅଧୀନରେ ଉଭୟ ନ୍ୟାୟିକ ହେପାଜତରେ ରହିଛନ୍ତି । ଅଧିକ ପଢନ୍ତୁ

2020 Delhi riots: ପଥର ଫିଙ୍ଗା ମାମଲାରେ ଦୋଷମୁକ୍ତ ହେଲେ ଉମର ଖଲିଦ ଓ ଖାଲିଦ ସୈଫି
2020 Delhi riots: ପଥର ଫିଙ୍ଗା ମାମଲାରେ ଦୋଷମୁକ୍ତ ହେଲେ ଉମର ଖଲିଦ ଓ ଖାଲିଦ ସୈଫି

ହାଇଦ୍ରାବାଦ: ବହୁଚର୍ଚ୍ଚିତ 2020 ଦିଲ୍ଲୀ ଦଙ୍ଗା (2020 Delhi riots) ରେ ପଥର ଫିଙ୍ଗିବା ମାମଲାରେ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ନେତା ଉମର ଖଲିଦ ଓ ‘ୟୁନାଇଟେଡ ଏଗେଂଷ୍ଟ ହେଟ’ ସଂଗଠନର ସଦସ୍ୟ ଖାଲିଦ ସୈଫି (stone throwing case linked to 2020 Delhi riots)ଙ୍କୁ ଅଦାଲତ ଦୋଷମୁକ୍ତ କରିଛନ୍ତି । ଦିଲ୍ଲୀର କାରକାରଡୋମା କୋର୍ଟ (Karkardooma court) ଉଭୟଙ୍କୁ ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କୋର୍ଟର ଅତିରିକ୍ତ ସେସନ ଜଜ ପୁଲସ୍ତ୍ୟ ପରମାଚଳ (Pulastya Pramachal) ଏହି ମାମଲାର ଶୁଣାଣି କରି ଆଜି (ଶନିବାର) ଉଭୟଙ୍କୁ ଦୋଷମୁକ୍ତ ଘୋଷଣା କରିଛନ୍ତି ।

ଉଭୟଙ୍କ ବିରୋଧରେ ଖାଜୁରୀ ଖାସ ପୋଲିସ ଏତଲା ନମ୍ବର-101/2020 (FIR 101/2020)ରେ ମାମଲା ରୁଜୁ କରିଥିଲା । ତେବେ ପୂର୍ବରୁ ଏହି ମାମଲାରେ ଉଭୟଙ୍କୁ ମଧ୍ୟ ଜାମିନ ମିଳି ସାରିଥିଲା । କିନ୍ତୁ ବେଆଇନ କର୍ଯ୍ୟକଳାପ ନିରୋଧୀ ଆକ୍ଟ (UAPA) ଅଧୀନରେ ଉଭୟଙ୍କ ବିରୋଧରେ ଦଙ୍ଗା ପଛରେ ଷଡଯନ୍ତ୍ର ପରି ଗମ୍ଭୀର ଅଭିଯୋଗ ମଧ୍ୟ ରହିଛି । ତେବେ ଉଭୟ ଏବେ ନ୍ୟାୟିକ ହେପାଜତରେ ରହିଛନ୍ତି । କେବଳ ପଥର ଫିଙ୍ଗିବା ମାମଲାରେ ଉଭୟଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.